ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ବ୍ରାହ୍ମଣଙ୍କ ବିକ୍ଷୋଭ

ପୁରୀ ଅଫିସ,୧୬ା୧: ଶ୍ରୀମନ୍ଦିର ଆନନ୍ଦ ବଜାରରୁ ବ୍ରାହ୍ମଣଙ୍କୁ ବାହାର କରିଦିଆଯିବାକୁ ନେଇ ବ୍ରାହ୍ମଣଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ବୁଧବାର ଆନନ୍ଦ ବଜାର ବ୍ରାହ୍ମଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କମିଟିର ଆବାହକ ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେ ବ୍ରାହ୍ମଣମାନେ ଉପବାସ ରହି ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମନ୍ଦିରରୁ ବ୍ରାହ୍ମଣଙ୍କୁ ଯଦି ପ୍ରଶାସନ ବାହାର କରିଛି ତେବେ ଶ୍ରଦ୍ଧାଳୁମାନେ ଏଥର ମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ବ୍ରାହ୍ମଣ ଭୋଜନ ଦିଅନ୍ତୁ ବୋଲି କହି ମହାପ୍ରସାଦ ଏବଂ ୧୧ ଟଙ୍କା ଧରି ଅଭିନବ ଧାରଣା ଦେଇଥିଲେ। ଆବାହକ ରଥ କହିଛନ୍ତି, ଆନନ୍ଦ ବଜାରରେ ଯେଉଁ ବ୍ରାହ୍ମଣମାନେ ବ୍ରାହ୍ମଣ ଭୋଜନ କରନ୍ତି ସେମାନଙ୍କୁ ଗତ କିଛିଦିନ ତଳେ ମନ୍ଦିର ପ୍ରଶାସନ ପୋଲିସ ଲଗାଇ ବାହାର କରିଦେଇଛି । ମନ୍ଦିରରୁ ସେମାନଙ୍କୁ ତଡ଼ି ଏକପ୍ରକାରର ଅପମାନିତ କରାଯାଇଛି। ସନାତନ ଧର୍ମରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ମୂଳ ଉତ୍ସ। ଏହାପରେ ବ୍ରାହ୍ମଣ। ମନ୍ଦିରରୁ ବ୍ରାହ୍ମଣଙ୍କୁ କେବେ ଅଲଗା କରିହେବ ନାହିଁ। ଶ୍ରୀମନ୍ଦିରରେ ପ୍ରତ୍ୟହ ଶତାଧିକ ଶ୍ରାଦ୍ଧ କର୍ମ ହୁଏ। ଶହ ଶହ ଶ୍ରଦ୍ଧାଳୁ ଶ୍ରାଦ୍ଧ କର୍ମ କରିବା ସହ ବ୍ରାହ୍ମଣଙ୍କୁ ଭୋଜନ ଦେଇ ଆଶୀର୍ବାଦ ନେଇଥାନ୍ତି। କିନ୍ତୁ ଶୃଙ୍ଖଳା ଆଳରେ ଆନନ୍ଦ ବଜାରରୁ ବ୍ରାହ୍ମଣଙ୍କୁ ବାହାର କରାଯାଇ ହିନ୍ଦୁ ଧର୍ମ ପରମ୍ପରା ପ୍ରତି ଆଘାତ ଦିଆଯାଇଛି। ଫଳରେ ପ୍ରଶାସନ ବିରୋଧରେ ବ୍ରାହ୍ମଣମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଯେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କୁ ଆନନ୍ଦ ବଜାର ଭିତରକୁ ନ ନେଇଛି ସେ ପର୍ଯ୍ୟନ୍ତ ବ୍ରାହ୍ମଣମାନେ ଉପବାସ ରହି ଏଭଳି ଆନ୍ଦୋଳନ ଚଳାଇବେ ବୋଲି ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସଂଖ୍ୟାରେ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ହେବ

ଭୁବନେଶ୍ୱର, ୨୨।୬(ବ୍ୟୁରୋ):ଓଡ଼ିଶାର ବିଭିନ୍ନ ଜିଲାରେ ଅଧିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପିଏମ୍‌ଏଫ୍‌ଏମ୍‌ଇ ରାଜ୍ୟ କୋର୍‌ ଗ୍ରୁପ୍‌ ବୈଠକରେ ନିଷ୍ପତ୍ତି ହୋଇଛି। ଅଣୁ,...

ରାଜ୍ୟରେ କରୋନା ନେଲା ଆଉ ୧୧ ମୁଣ୍ଡ: ଡରାଇଲାଣି ଖୋର୍ଦ୍ଧା

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଶନିବାର ରାଜ୍ୟରେ କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି।...

ଚିନ୍ତା ବଢ଼ାଇଲେ ସ୍ଥାନୀୟ ଆକ୍ରାନ୍ତ

ଭୁବନେଶ୍ୱର, ୩।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ ୧୮ଜିଲାରେ ଚିହ୍ନଟ ହୋଇଛନ୍ତି ଆଉ ୧୪୧ ନୂଆ ଆକ୍ରାନ୍ତ।...

ୟୁଜି, ପିଜି ପରୀକ୍ଷା ବାତିଲ ନେଇ ବିଜ୍ଞପ୍ତି: ଅଗଷ୍ଟ ଶେଷସୁଦ୍ଧା ବିକଳ୍ପ ମୂଲ୍ୟାୟନ ପରୀକ୍ଷାଫଳ

ଭୁବନେଶ୍ୱର,୧୯।୬(ବ୍ୟୁରୋ)କୋଭିଡ୍‌-୧୯ ପରିସ୍ଥିତି ଲାଗି ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜର ୟୁଜି ଓ ପିଜି ପରୀକ୍ଷାକୁ ବାତିଲ...

ଆଜି ଭାଜପା ଭର୍ଚୁଆଲ ରାଲିକୁ ସମ୍ବୋଧନ କରିବେ ଶାହା

ଭୁବନେଶ୍ୱର,୮ା୬(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ପୂରଣ ଅବସରରେ ଭାଜପା ପକ୍ଷରୁ ସୋମବାର ଭର୍ଚୁଆଲ ରାଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।...

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବୁଲିଲେ ବିଧାୟକ

ପାଲଲହଡ଼ା, ୭ା୭(ଡି.ଏନ.ଏ.)- ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ରବିବାର ପାଲଲହଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଓ ମାଓ ଅଞ୍ଚଳ ନାଗିରା ପଞ୍ଚାୟତର ବିଭିନ୍ନ ସ୍ଥାନକୁ...

୧୫୦ କହି ୫୦ ଷ୍ଟଲ ନିର୍ମାଣ

ଯାଜପୁର ଅଫିସ,୭ା୨:ବ୍ୟାସ ସରୋବର ମହୋତ୍ସବ ଏଥର ଛିନଭିନ ହୋଇଯାଇଛି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମାମଲା ଆଳରେ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଗୁପ୍ତ ଗଙ୍ଗା...

ରଥଯାତ୍ରା ପ୍ରସଙ୍ଗ: ପୁନର୍ବିଚାର ପରେ ଆଇନଗତ ପଦକ୍ଷେପ ନେବେ ସରକାର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍‌ ୧୮ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ...

Advertisement
Archives

Model This Week