ଶ୍ରୀମନ୍ଦିରରେ ଲୋକନାଥଙ୍କ ଅଶୋକାଷ୍ଟମୀ ନୀତି

ପୁରୀ ଅଫିସ,୨।୪: ପବିତ୍ର ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀକୁ ଅଶୋକାଷ୍ଟମୀ କୁହାଯାଏ। ବୁଧବାର ଶ୍ରୀମନ୍ଦିରରେ ଶ୍ରୀଲୋକନାଥଙ୍କ ଅଶୋକାଷ୍ଟମୀ ନୀତି ପାଳିତ ହୋଇଯାଇଛି। ଶ୍ରୀଲୋକନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ। ମହାପ୍ରଭୁଙ୍କ ଭଣ୍ଡାର ଗୃହରେ ଲୋକନାଥଙ୍କ ଚଳନ୍ତି ପ୍ରତିମା ପୂଜା ପାଇଥାନ୍ତି। ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ଭଣ୍ଡାର ଘରୁ ଲୋକନାଥ ଦେବଙ୍କୁ ମହାଜନେ ହାତରେ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ଏହାପରେ ଘଣ୍ଟ, ଛତା, କାହାଳୀ ସହିତ ବିମାନବଡୁମାନେ ଲୋକନାଥଙ୍କୁ ପାଲିଙ୍କିରେ ଈଶାନେଶ୍ୱରଙ୍କ ମନ୍ଦିରକୁ ନେଇଥିଲେ। ମହାଜନ ସେବକ ଲୋକନାଥଙ୍କୁ ପାଲିଙ୍କିରୁ ନେଇ ଈଶାନେଶ୍ୱର ମନ୍ଦିର ଭିତରେ ବିଜେ କରାଇଥିଲେ। ପାଳିଆ ଖୁଣ୍ଟିଆ ନେଇଥିବା ଗୋଟିଏ ମାଳକୁ ଭିତରଛ ମହାପାତ୍ର ଈଶାନେଶ୍ୱରଙ୍କୁ ପ୍ରଦାନ କରିଥିଲେ। ସେଠାରେ ନୀତି ସମ୍ପନ୍ନ ପରେ ଲୋକନାଥ ଦେବ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲେ। ସେଠାରେ ଭୋଗ ବନ୍ଦାପନା ଏବଂ ଅଶୋକା କଳିକା ମଣୋହି ନୀତି କରାଯାଇଥିଲା। ଏହାପରେ ଲୋକନାଥ ଦେବ ଶ୍ରୀମନ୍ଦିର ଭଣ୍ଡାର ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ରାଜ୍ୟର ବିକାଶରେ ଶିଳ୍ପର ବିକାଶ ଆବଶ୍ୟକ’

ଝାରସୁଗୁଡ଼ା ଅଫିସ,୧୮।୮: ରାଜ୍ୟରେ ଶିଳ୍ପର ବିକାଶ ପାଇଁ ପ୍ରଚୁର ସମ୍ଭାବନା ରହିଛି। ରାଜ୍ୟର ଅର୍ଥନୀତିକୁ ଆଗେଇ ନେବାକୁ ହେଲେ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେବାକୁ ପଡିବ।...

ହଜିଗଲା ମାନବିକତା: କୁଷ୍ଠ ରୋଗୀ ବୋଲି ମିଳିଲାନି କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ

ପର୍ଲା,(ଡି.ଏନ୍‌.ଏ.),୧୮।୧- ଆଜିର ଅତ୍ୟାଧୁନିକ ସମାଜରେ ମଧ୍ୟ ଅନେକେ ଅନ୍ଧବିଶ୍ୱାସ ଭଳି ସାମାଜିକ ବ୍ୟାଧିଗ୍ରସ୍ତ। ଏପରିକି ସମାଜରେ ମାନବିକତା ଧୀରେ ଧୀରେ ହଜିବାକୁ ବସୁଛି। ଏଭଳି ଅଭାବନୀୟ...

ଅବ୍ୟବସ୍ଥାରେ ପୌର ପରିଷଦ ଗୋଶାଳା

ଜଟଣୀ,୨୬ା୫(ଡି.ଏନ୍‌.ଏ.): ଗୋ ବଂଶ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ବହୁ ଅର୍ଥ ବିନିଯୋଗ କରୁଛନ୍ତି। ବୁଲା ଗୋରୁ ଓ ଷଣ୍ଢଙ୍କୁ ଉଦ୍ଧାର...

୮ମ ଜିଲା ମହୋତ୍ସବ ପାଇଁ ସଜବାଜ

ଅନୁଗୋଳ ଅଫିସ, ୨୩।୧ – ଅଷ୍ଟମ ଜିଲା ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମଶାଲ ଶୋଭାଯାତ୍ରା ଚଳିତ ମାସ ୩୦...

ଗଞ୍ଜେଇ ଚେରାଚାଲାଣ ଧରପଗଡ ବେଳେ ଗୁଳିଚାଳନା: ୧୧୨୩ କିଲୋ ଗଞ୍ଜେଇ ଜବତ,୨ ଗିରଫ

କୋରୁକୋଣ୍ଡା, ୨୩ା୭(ଡି.ଏନ.ଏ)- ମାଲକାନଗିରି ଜିଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ମାଲକାନଗିରି ପୋଲିସ ପକ୍ଷରୁ ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ...

ଟ୍ୟୁସନ ଯାଉଛି କହି ଘରକୁ ଫେରିଲାନି ପୁଅ, ଥାନାରେ ଏତଲା ଦେଲେ ପରିବାର ଲୋକେ

ବାଲିଗୁଡ଼ା,୯ା୨(ଡି.ଏନ୍‌.ଏ.): ଟ୍ୟୁସନ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି। ଏଭଳି...

ସଟର ପ୍ଲେଟ ଚୋରି ମାମଲା: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ରାମଚନ୍ଦ୍ର ନଗରରେ ରାସ୍ତା ଓ ଡ୍ରେନ ନିର୍ମାଣ କରୁଥିବା ଠିକାଦାର ଦୁର୍ଗା ମାଧବ ସାହୁଙ୍କ...

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

Advertisement
Archives

Model This Week