ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ ଅଫିସ, ୯ା୧୦: ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି ଅର୍ଥାତ୍‌ ବୁଧବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରତ୍ନସିଂହାସନରେ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଠାକୁରଙ୍କର ଏହି ମହାର୍ଘ ବେଶ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚୁକ ବେଶ କରାଯିବ। କାର୍ତ୍ତିକ ନୀତି ପାଇଁ ଭୋର ୪ଟାରେ ଦ୍ୱାରଫିଟା ଯିବାକୁ ନୀତି ସବ୍‌କମିଟି ବୈଠକରେ ସ୍ଥିର ହୋଇଥିଲା। କିନ୍ତୁ ପୂର୍ବ ରାତିରେ ପହୁଡ଼ ବିଳମ୍ବ ଯୋଗୁ କାର୍ତ୍ତିକ ନୀତିର ପ୍ରଥମ ଦିନରେ ଦେଢଘଣ୍ଟା ବିଳମ୍ବରେ ଅର୍ଥାତ୍‌ ଭୋର ୫ଟା ୩୫ରେ ଶ୍ରୀମନ୍ଦିରର ଦ୍ୱାର ଫିଟାଯାଇଥିଲା। ସକାଳ ୬ଟା ୧୦ରେ ଭିତର ଶୋଧ ହୋଇ ୬ଟା ୧୫ରେ ଠାକୁରଙ୍କ ମଙ୍ଗଳ ଆଳତି ହୋଇଥିଲା। ୭ଟା ୪୦ ସୁଦ୍ଧା ରୋଷହୋମ ଶେଷ ହେବା ପରେ ପୁଷ୍କାଳକ ସେବକମାନେ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଥିଲେ। ୮ଟା ୪୫ରେ ଏହି ବେଶ ସରିଥିଲା। ଏହାପରେ ଅନ୍ୟାନ୍ୟ ନୀତି ବଢି ପୂର୍ବାହ୍ନ ୧୧ଟା ୩୫ରେ ସକାଳ ଧୂପ ହୋଇ ମଧ୍ୟାହ୍ନ ୧୨ଟା ୪୦ରେ ବାଳଧୂପ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ଭୋଗ ମଣ୍ଡପ ଶେଷ ଲାଗି ଧାର୍ଯ୍ୟ ହୋଇଥିବାବେଳେ ଅପରାହ୍ନ ୨ଟା ୪୫ରେ ଭୋଗ ମଣ୍ଡପ ସରିଥିଲା। କାର୍ତ୍ତିକ ନୀତିର ପ୍ରଥମ ଦିନରୁ ଭକ୍ତମାନେ ବିଳମ୍ବରେ ମହାପ୍ରସାଦ ପାଇଥିଲେ।
ଅନ୍ୟପକ୍ଷରେ ମଙ୍ଗଳ ଆଳତି ସମୟରେ ଠେଲାପେଲା ହୋଇଥିଲା। ଜୟ ବିଜୟ ଦ୍ୱାର ଉପରେ ସେବାୟତ ପରିବାରର କେତେଜଣ ମହିଳା ଓ ବୃଦ୍ଧା ବସିଥିଲେ। ଆଳତି ସରିବା ପରେ ହଠାତ୍‌ ନାଟମଣ୍ଡପ ପଟୁ ଭକ୍ତମାନେ ଠେଲାପେଲା ହୋଇ ସେମାନଙ୍କ ଉପରକୁ ମାଡ଼ି ଯାଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ସୁବେଦାର ଯୋଗେଶ ଚନ୍ଦ୍ର ସ୍ବାଇଁ ଭିଡ଼ ଭିତରୁ ୩ଜଣ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ନଚେତ୍‌ ସେଠାରେ ବଡ଼ଧରଣର ଦୁର୍ଘଟଣା ଘଟିଥାନ୍ତା ବୋଲି ଭକ୍ତଙ୍କ ମହଲରେ ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୧୪ା୬: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହେଉଛି ସ୍ନାନଯାତ୍ରା। ଏନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ। ରତ୍ନ ସିଂହାସନ...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ପ୍ରାଥମିକ ଶିକ୍ଷକ ସଂଘ

ସୁନ୍ଦରଗଡ଼,୫ା୧୧(ଡି.ଏନ୍‌.ଏ.): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ଠିକା ନିଯୁକ୍ତି ଅବଧିକୁ ମୂଳ ନିଯୁକ୍ତିରେ ଗଣନା କରି ସେହି ଅବଧି ପାଇ ନ୍ୟାଶନାଲ ଇନ୍‌କ୍ରିମେଣ୍ଟ...

ବିଧାନସଭାରେ ଏକ ହେଲେ ଶାସକ, ବିରୋଧୀ: ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଦାବି

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟରେ ସାମ୍ବାଦିକମାନେ ସୁରକ୍ଷିତ ନୁହନ୍ତି। ଅନେକ ସମୟରେ ସାମ୍ବାଦିକମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି। ତେଣୁ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସରକାର ଏକ ସୁରକ୍ଷା...

ଶାସକ ଦଳରେ ଅସନ୍ତୋଷ

ନୟାଗଡ଼ ଅଫିସ,୨୩।୧: ନୟାଗଡ଼ ଜିଲାର ରଣପୁର ନିର୍ବାଚନ ମଣ୍ଡଳୀରେ ଭାଜପା ଓ ବିଜେଡି ଦଖଲରେ ଥିବା ଜିଲାପରିଷଦ ଜୋନ୍‌କୁ ପୁଣି ଅକ୍ତିଆର କରିବା ଉଭୟ ଦଳ...

ସ୍ଥିତି ପରଖିବା ସତ୍ତ୍ୱେ ଏଏସ୍‌ଆଇ ଚୁପ୍‌

ପୁରୀ ଅଫିସ,୩।୫:ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ତିନିଜଣିଆ ଟିମ୍‌ ରବିବାର ପୁରୀ ଆସି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛି। ଏହି...

ଷ୍ଟାର୍ଟ କରିଦେବାକୁ କହି, ସ୍କୁଟି ଧରି ଛୁ…

ପଦ୍ମପୁର,୨୮।୬: ସ୍କୁଟି ଷ୍ଟାର୍ଟ କରିଦେବାକୁ କହି ଗାଡ଼ି ନେଇ ଫେରାର ହୋଇଯିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭଦ୍ରକ ଗ୍ରାମାଞ୍ଚଳ...

୩ ଜୁଆ ଆଡ୍ଡାରେ ଚଢ଼ାଉ: ୧୦ ଗିରଫ, ୨୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୯।୧୦: ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ବଜାର ପୋଲିସ ମଙ୍ଗଳବାର ରାତିରେ ତିନୋଟି ଜୁଆ ଅଡ୍ଡାରେ ଚଢ଼ାଉ କରି ପୃଥକ୍‌ ଭାବେ ୧୦ ଜୁଆଡ଼ିଙ୍କୁ ଗିରଫ...

ନିର୍ବାଚନ ଦିନ ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ: ନିର୍ବାଚନ ସ୍ଥଗିତ

କଟକ ସଦର,୧୬।୨ (ଡି.ଏନ୍‌.ଏ.): ନିର୍ବାଚନ ଦିନ ସକାଳୁ ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସଦର ବ୍ଲକ ଯଶପଡ଼ା...

Advertisement
Archives

Model This Week