ଶ୍ରୀବିଗ୍ରହଙ୍କ ଚିତାଲାଗିରେ ତ୍ରୁଟି

ପୁରୀ ଅଫିସ,୧୩ା୨: ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକରେ ଲାଗିଥିବା ଚିତାରେ ରହିଛି ତ୍ରୁଟି। ସେବାୟତଙ୍କ ଖାମଖିଆଲି ଯୋଗୁ ଏପରି ହୋଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଶ୍ରାବଣ ମାସ ଅମାବାସ୍ୟା ତିଥିରେ ପରମ୍ପରା ଅନୁଯାୟୀ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରେ ପୂର୍ବରୁ ଖୋଲା ଯାଇଥିବା ଦୁର୍ମୂଲ୍ୟ ଚିତା ଲାଗି କରିଥିଲେ। ଦେବୀ ସୁଭଦ୍ରାଙ୍କ ମାଣିକ୍ୟ ଖଚିତ ଚିତା ବଙ୍କା ରହିଥିବାବେଳେ ବଡ଼ଠାକୁର ବଳଭଦ୍ରଙ୍କ ଲୀଳା ଖଚିତ ଚିତା ତ୍ରୁଟିପୂର୍ଣ୍ଣ ରହିଛି। ମାତ୍ର ଶ୍ରୀଜଗନ୍ନାଥଙ୍କ ଦୁର୍ମୂଲ୍ୟ ହୀରା ଖଚିତ ଚିତା ଠିକ୍‌ ରହିଥିବା କୁହାଯାଉଛି। ତେବେ ଦେବୀ ସୁଭଦ୍ରାଙ୍କ ଚିତା ବଙ୍କା ଲାଗିବା ସବୁଠୁ ବଡ଼ ତ୍ରୁଟି ବୋଲି ଜଗନ୍ନାଥ ପରମ୍ପରାରେ ବିଚାର କରାଯାଉଛି। ତେବେ ଏହି ପ୍ରସଙ୍ଗ ବୁଧବାର ପଦାକୁ ଆସିବା ପରେ ଏଭଳି ତ୍ରୁଟି ହେଲା କିପରି, କିଏ କଲା ବୁଧବାର ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେହି ଏଭଳି ତ୍ରୁଟିକୁ ମାନିବାକୁ ରାଜି ନୁହନ୍ତି। ଏବେ ସେବାୟତମାନେ ପରସ୍ପର ମଧ୍ୟରେ ଦୋଷ ଠେଲାଠେଲି ହେଉଛନ୍ତି। କିଏ କହୁଛନ୍ତି ଚିତା ଲାଗି ହେବା ପରେ ଶୁଖିବାକୁ କିଛି ସମୟ ଲାଗେ। ଏହି ସମୟରେ ଯଦି କୌଣସି ସେବକଙ୍କ ହାତ ବାଜିଥିବ ତେବେ ତାହା ବଙ୍କା ହୋଇଯାଇଥିବ। ଅନ୍ୟ କେହି ଭିନ୍ନ କଥା କହି ଏହାକୁ ଚାପିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନେଇ ବାହାରେ ଆଲୋଚନା ହେବା ପରେ ସେବକଙ୍କ ଖାମଖିଆଲିକୁ ଶ୍ରଦ୍ଧାଳୁମାନେ ଦାୟୀ କରିଛନ୍ତି। ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ଚିତା ଲାଗି ପର୍ବ ଶ୍ରାବଣ ଅମାବାସ୍ୟାରେ ଅନୁଷ୍ଠିତ ହୋଇଥାଏ। ଗତବର୍ଷ ଅଗଷ୍ଟ ୧ ତାରିଖରେ ଚିତା ଲାଗି କରାଯାଇଥିଲା। ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ପୁଷ୍ପାଳକ ସେବକ ତିନିବାଡ଼ରେ ମଇଲମ କରିଥିଲେ। ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ହାତରେ ନେଇ ଖଟଶେଯ ଘରେ ବିଜେ କରାଯାଇଥିଲା। ଏହାପରେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ। ରତ୍ନସିଂହାସନକୁ ଯାଇ ପ୍ରଥମେ ବଡ ଠାକୁର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କୁ ଚିତା ଲାଗି କରାଇଥିଲେ। ଶୁଦ୍ଧସୁଆରଙ୍କ ଘରୁ ଆସିଥିବା ଓଷ ଏବଂ ପାଟରା ସେବକଙ୍କଠାରୁ ଆସିଥିବା ପାଟଡୋର ଦ୍ୱାରା ତିନିଠାକୁରଙ୍କ ଶ୍ରୀମସ୍ତକରେ ଚିତା ଲାଗି କରାଇଥିଲେ। ବିଧି ଅନୁଯାୟୀ, ଗତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିିତ ହୋଇ ଅଣସର ପିଣ୍ଡିରେ ବିରାଜମାନ କରିଥିଲେ। ଅଣସର ପିଣ୍ଡିରେ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ଚିତାକୁ ପରମ୍ପରା ମୁତାବକ କାଢି ଦେଇଥିଲେ। ପରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ଦାରୁବିଗ୍ରହ ସୋଲ ଚିତା ପରିଧାନ କରି ନବଦିନାତ୍ମକ ଯାତ୍ରା କରିଥିଲେ। ହେଲେ ବର୍ତ୍ତମାନ ଚିତାକୁ ନେଇ ଯେଉଁ ତ୍ରୁଟି ପଦାକୁ ଆସିଛି ତାହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏଭଳି ମନୁଷ୍ୟକୃତ ତ୍ରୁଟି ପାଇଁ ମହାପ୍ରଭୁ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ବଙ୍କା ଚିତା ପରିଧାନ କରିବେ।
ଏ ସମ୍ପର୍କରେ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଆମେ ଚିତା ଲଗାଇବା ସମୟରେ ଏହା ଠିକ୍‌ ରହିଥିଲା। ଲାଗି କରିସାରିବା ପରେ ମେକାପ ସେବକ ଆମଠାରୁ ମଣତି ନିଅନ୍ତି। ଏ ସମ୍ପର୍କରେ ସେମାନେ ହିଁ ଯାହା କହିପାରିବେ। ଏଥିରେ ଦଇତାଙ୍କର ଆଉ କୌଣସି ଭୂମିକା ନ ଥାଏ ବୋଲି ସେ କହିଛନ୍ତି। ଅନ୍ୟଜଣେ ସେବାୟତ ଓଷର ମାନ ଯଦି ଠିକ୍‌ ନ ଥିବ ତେବେ ଏପରି ହୋଇଥିବ, ଲାଗି ପରେ ଏହା ଢଳିଯାଇଥିବ ବୋଲି କହିଛନ୍ତି। ସେହିପରି ପୁଷ୍ପାଳକ ଏବଂ ସିଂହାରୀ ସେବାୟତ ଠାକୁରଙ୍କୁ ବେଶ କଲାବେଳେ ଯଦି କେବେ କେମିତି ସେମାନଙ୍କ ହାତ ବାଜିଥିବ ତେବେ ଚିତା ବଙ୍କା ହୋଇଯାଇଥିବ ବୋଲି ଅନ୍ୟଜଣେ ସେବାୟତ ନିଜ ନାମ ଗୋପନ ରଖି କହିଛନ୍ତି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁମାନେ ଏଥିପାଇଁ ସେବକମାନଙ୍କ ଖାମଖିଆଲିକୁ ଦାୟୀ କରିଛନ୍ତି। ମହାପ୍ରଭୁଙ୍କ ସେବା କରିବା ସମୟରେ ଯେଉଁଭଳି ଭାବେ ନିଷ୍ଠା ଏବଂ ଏକାଗ୍ରତାର ସହ କରିବା କଥା ସେଭଳି କରୁ ନ ଥିବା ଏହି ଘଟଣା ସ୍ପଷ୍ଟ କରୁଛି ବୋଲି କଟକର ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି।
ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ପଚାରିବାରେ କହିଛନ୍ତି, ଏହାର ଅନୁଧ୍ୟାନ କରାଯିବ। ବାସ୍ତବରେ କ’ଣ ହୋଇଛି ତାହା ଦେଖାଯିବ। ତେବେ ବର୍ତ୍ତମାନ କିଛି କରିହେବ ନାହିଁ। ରଥଯାତ୍ରା ପରେ ଆସନ୍ତା ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିିବ। ସ୍ନାନ ପୂର୍ଣ୍ଣିମା ପରେ ଏହାର ଯାହା ସଂଶୋଧନ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?