ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ: ଉପଶାସ୍ତ୍ରୀ, ଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ

ପୁରୀ ଅଫିସ,୩୦ା୫: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୧୯ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ତୃତୀୟ ବର୍ଷ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି। କୁଳପତି ପ୍ରଫେସର ରାଧାମାଧବ ଦାଶ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଶାସ୍ତ୍ରୀରେ ୧୦୧ଟି ପରୀକ୍ଷା କେନ୍ଦ୍ରରେ ୧୪୪ଟି ମହାବିଦ୍ୟାଳୟର ୪୭୧୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୦୦୮ଜଣ ପାସ୍‌ କରିଛନ୍ତି। ୯ଜଣ କପି କରି ଧରାପଡ଼ିଛନ୍ତି। ୭ଶହ ଜଣ ଫେଲ୍‌ ହୋଇଛନ୍ତି। ପାସ୍‌ହାର ୮୪.୯୬ ପ୍ରତିଶତ ରହିଛି। ଗତ ୨୦୧୮ ମସିହାରେ ୪୮୯୯ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୪୩୪୧ ଜଣ ପାସ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ୫୩୦ ଜଣ ଫେଲ ହୋଇଥିଲେ। ପାସ୍‌ହାର ୮୮.୬୦ ପ୍ରତିଶତ ରହିଥିଲା। ଚଳିତ ବର୍ଷ ଫେଲ୍‌ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଫଳାଫଳ ଗତ ବର୍ଷ ତୁଳନାରେ ୪ପ୍ରତିଶତ କମ୍‌ ହୋଇଛି।
ସେହିପରି ଚଳିତବର୍ଷ ଶାସ୍ତ୍ରୀ ଏକ୍ସ-ରେଗୁଲାରରେ ୩୫୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୨୫୧ଜଣ ପାସ୍‌ କରିଛନ୍ତି। ୧୦୨ ଜଣ ଫେଲ୍‌ ହୋଇଛନ୍ତି। ପାସ୍‌ହାର ୭୧.୧୦ ପ୍ରତିଶତ ରହିଛି। ଗତ ୨୦୧୮ରେ ୪୯୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୫୮ଜଣ ପାସ୍‌ ଏବଂ ୧୨୫ଜଣ ଫେଲ ହୋଇଥିଲେ। ପାସ୍‌ହାର ୭୩.୦୬ ପ୍ରତିଶତ ରହିଥିଲା।
ସେହିପରି ଉପଶାସ୍ତ୍ରୀ ରେଗୁଲାରରେ ୯୪୫୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୯୫୦ଜଣ ଅନୁପସ୍ଥିତ ରହିଥିଲେ। ୨ଜଣ କପି ଧରି ଧରାପଡ଼ିିଥିଲେ। ୧୩୨୫ ଜଣ ପ୍ରଥମ, ୪୮୬୦ ଜଣ ଦ୍ୱିତୀୟ ଓ ୧୧୧୪ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୬୯ ଜଣ କମ୍ପାର୍ଟମେଣ୍ଟାଲରେ ପାସ୍‌ କରିଛନ୍ତି। ମୋଟ ୭୩୬୮ ପରୀକ୍ଷାର୍ଥୀ ପାସ କରିଥିବାବେଳେ ୧୧୩୪ ଜଣ ଫେଲ ହୋଇଛନ୍ତି। ପାସ୍‌ହାର ୮୬.୬୬ ପ୍ରତିଶତ ରହିଛି। ଅନ୍ୟପଟେ ୨୦୧୮ରେ ୯୦୦୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ୬୧୪୭ ଜଣ ପାସ କରିଥିଲେ। ସେମାନଙ୍କ ମଧ୍ୟରୁ ୭୦୨ ପ୍ରଥମ, ୪୩୬୨ଦ୍ୱିତୀୟ ଓ ୯୭୮ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଥିଲେ। ୧୮୫୭ଜଣ ଫେଲ ହୋଇଥିଲେ। ପାସ୍‌ହାର ୭୬.୭୯ ପ୍ରତିଶତ ରହିଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍‌ହାର ୧୦ପ୍ରତିଶତ ବୃଦ୍ଧି ପାଇଛି। କୁଳପତି ଦାଶ କହିଛନ୍ତି ଯେ, ଏହି ଦୁଇ ପରୀକ୍ଷା ସିସିଟିଭି ସର୍ଭିଲାନ୍ସରେ କରାଯାଇଥିଲା।
ଜୁଲାଇରେ ତତ୍କାଳ ପରୀକ୍ଷା : ଚଳିତ ବର୍ଷ ଉପଶାସ୍ତ୍ରୀ ପରୀକ୍ଷାରେ ଏଗ୍ରିଗେଟ୍‌ ମାର୍କରେ ପାସ୍‌ କରି ଗୋଟିଏ ବିଷୟରେ ଫେଲ ହୋଇଥିବା ଛାତ୍ରୀଛାତ୍ର ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ତତ୍କାଳ ପରୀକ୍ଷା (ଇନଷ୍ଟାଣ୍ଟ ଏକଜ୍‌ାମ) ଦେଇପାରିବେ। ସେଥି ନିମନ୍ତେ ୬୪୭ଜଣ ଛାତ୍ରୀଛାତ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି। ତତ୍କାଳ ପରୀକ୍ଷା ସମ୍ପର୍କରେ ସୂଚନା ବିଶ୍ୱବିଦ୍ୟାଳୟ ୱେବସାଇଟ ତଥା ବିଜ୍ଞାପନ ମାଧ୍ୟମରେ ଜଣାଇ ଦିଆଯିବ। ସେହିଭଳି ପ୍ରକାଶିତ ଦୁଇ ପରୀକ୍ଷାର ମାର୍କସିଟ୍‌, ପ୍ରୋଭିଜିନାଲ ପାସ୍‌ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ ପ୍ରଭୃତି ଆସନ୍ତା ଜୁନ୍‌ ୬ତାରିଖଠାରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରୁ କଲେଜ କତ୍ତୃପକ୍ଷ ସଂଗ୍ରହ କରିପାରିବେ।
ଠିକ୍‌ ସମୟରେ ବାହାରିଛି ପରୀକ୍ଷା ଫଳ: ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଧୁସୂଦନ ମିଶ୍ର କହିଛନ୍ତି ଯେ, ମାର୍ଚ୍ଚ ୭ରୁ ୧୫ତାରିଖ ପର୍ଯ୍ୟନ୍ତ ସମସ୍ତ କଲେଜରେ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପରୀକ୍ଷା ହୋଇଥିଲା। ପରୀକ୍ଷା ଶେଷ ହେବା ପରେ ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ପୁରୀ ତିନୋଟି ମୂଲ୍ୟାଙ୍କନ କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯାଇଥିଲା। ବାତ୍ୟା ‘ଫନୀ’ ପ୍ରଭାବରେ ବିଶ୍ୱବିଦ୍ୟାଳୟର ବ୍ୟାପକ କ୍ଷତି ଘଟିଥିଲା। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏହି ଦୁଇ ପରୀକ୍ଷାର ଫଳାଫଳ ଏକସଙ୍ଗରେ ପ୍ରକାଶ କରାଯାଇଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ହରିହର ହୋତା ଏବଂ ରେଜିଷ୍ଟ୍ରାର ଡ. ସଚ୍ଚିଦାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଥାଉ କି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରି ନ ଥିବା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି।
ଫଳାଫଳ ଶତ ପ୍ରତିଶତ ରହିଛି
ଚଳିତ ବର୍ଷର ଶାସ୍ତ୍ରୀ ପରୀକ୍ଷାରେ ବିଭିନ୍ନ ବିଭାଗରେ ଫଳାଫଳ ଶତ ପ୍ରତିଶତ ହୋଇଛି। ଅଦୈତ୍ୱ ବେଦାନ୍ତରେ ୯୧.୧୫%, ଧର୍ମଶାସ୍ତ୍ରରେ ୯୩.୯୩%, ସର୍ବଦର୍ଶନରେ ୯୪.୪୪%, ଜ୍ୟୋତିଷରେ ୧୦୦%, କର୍ମକାଣ୍ଡରେ ୮୩.୩୩%, ନ୍ୟାୟରେ ୮୬%, ସାହିତ୍ୟରେ ୮୩.୮୯%, ବ୍ୟାକରଣରେ ୮୪.୭୦%, ପୁରାଣରେ ୮୦% ଏବଂ ବେଦରେ ୬୪.୨୮% ପ୍ରତିଶତ ରହିଛି ବୋଲି କୁଳପତି ପ୍ରଫେସର ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?