ଶ୍ରୀଜଗନ୍ନାଥଙ୍କ ପ୍ରସ୍ଥାନ, ପ୍ରତ୍ୟାବର୍ତ୍ତନ ନାହିଁ: ଗବେଷକ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ପ୍ରଭୁ ଶ୍ରୀଜଗନ୍ନାଥ ମାନବସମାଜକୁ ସଂସ୍କାରିତ ଜୀବନର ବାର୍ତ୍ତା ଦେଇଥାନ୍ତି। ଦେବତା ହୋଇ ମଧ୍ୟ ମାନବସମାଜର ଧର୍ମ, କର୍ମ, କର୍ତ୍ତବ୍ୟ ଓ ପରିପାଳନର ସନ୍ଦେଶ ଦିଅନ୍ତି। ତାଙ୍କର ରୀତିନୀତି, ପୂଜା-ପରମ୍ପରାରେ ମାନବୀୟ ଲାଳାଖେଳାର ଚିତ୍ର ପ୍ରକାଶ ପାଇଥାଏ। ସେଥିପାଇଁ ସେ ପୁରୁଷୋତ୍ତମ ଓ ସଚ୍ଚିଦାନନ୍ଦ। ସେ ଚିରକାଳ ରହସ୍ୟମୟ। ଏପର୍ଯ୍ୟନ୍ତ ସୁଦ୍ଧା କେହି ତାଙ୍କ ରହସ୍ୟ ଭେଦ କରିପାରିନାହାନ୍ତି। ତାଙ୍କ ପ୍ରତି ଭାବନା ଓ ଭାବ ବ୍ୟକ୍ତ କରିବା ଦୁଇଟି ଭିନ୍ନ ତତ୍ତ୍ବ। ପ୍ରଭୁ ଜଗନ୍ନାଥ ହିଁ ଆନନ୍ଦମାର୍ଗର ଉତ୍‌ପ୍ରେରକ। ସୋମବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୀଳାଦ୍ରିବିଜେ ଉପଲକ୍ଷେ ରାଜ୍ୟ ଅଭିଲେଖାଗାରରେ ଜଗନ୍ନାଥଙ୍କ ସମ୍ପର୍କିତ ପ୍ରଦର୍ଶନୀ ଓ ଆଲୋଚନାଚକ୍ରରେ ଯୋଗଦେଇ ବିଶିଷ୍ଟ ଜଗନ୍ନାଥ ଗବେଷକମାନେ ଏହି ମତ ଦେଇଛନ୍ତି।
ଜଗନ୍ନାଥ ସଂସ୍କୃତି ଗବେଷକ କୃପାସିନ୍ଧୁ ମିଶ୍ର କହିଥିଲେ, ଶ୍ରୀଜଗନ୍ନାଥ ରଥଯାତ୍ରାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ମାନବସମାଜକୁ ପ୍ରେମମୟ କରିବାର ବାର୍ତ୍ତା ଦେଇଛନ୍ତି। ଦୁଇ ବାହୁ ଟେକି ସେ ଆନନ୍ଦ ଭାବରେ ଦାନ କରିବା ଶିଖାଇଛନ୍ତି। ରଙ୍ଗିଆ ଅଧର ମାଧ୍ୟମରେ ପାର୍ଥିବ ଜୀବନର ଯାବତୀୟ ସାଂସାରିକ ଜଞ୍ଜାଳ ଓ ଦୁଃଖ ସତ୍ତ୍ବେ ହସିବା ଓ ହସାଇବାର ବାର୍ତ୍ତା ଦେଇଛନ୍ତି। ନୀଳାଦ୍ରିବିଜେ ଜରିଆରେ ଦାମ୍ପତ୍ୟ ଜୀବନକୁ ମଧୁରତର କରିବା ପାଇଁ ସୂଚନା ଦେଇଛନ୍ତି। ଶ୍ରୀଜଗନ୍ନାଥ ହିଁ ମାନବଧର୍ମର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ମିଶ୍ର କହିଥିଲେ। ଶ୍ରୀଜଗନ୍ନାଥ ଗବେଷକ ଅସିତ୍‌ ମହାନ୍ତି କହିଥିଲେ, ଶ୍ରୀଜଗନ୍ନାଥଙ୍କର ନୀଳାଦ୍ରିବିଜେ ତାଙ୍କ ଲୀଳାର ଏକ ଅଂଶବିଶେଷ ମାତ୍ର। ତାଙ୍କର ପ୍ରସ୍ଥାନ ନାହିଁ କି ପ୍ରତ୍ୟାବର୍ତ୍ତନ ନାହିଁ ବୋଲି ସ୍କନ୍ଦପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ ନିଜେ ସ୍ବୟଂ ଜଗନ୍ନାଥ ବର୍ଣ୍ଣନା କରିଛନ୍ତି। ତେବେ ଗବେଷଣା ଦୃଷ୍ଟିକୋଣରୁ କୁହାଯାଇପାରେ ଯେ ବିଭିନ୍ନ ସମୟରେ ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଗଜପତିଙ୍କ ନିର୍ଦ୍ଦେଶରେ ଯେତେବେଳେ ମହାପ୍ରଭୁଙ୍କୁ ବିଭିନ୍ନ ଗୋପନ ସ୍ଥାନରେ ରଖାଯାଇଥିଲା, ବିପଦ ପରେ ରତ୍ନ ସିଂହାସନକୁ ଫେରାଇ ନିଆଯାଉଥିଲା, ସେତେବେଳେ ତାହାକୁ ନୀଳାଦ୍ରିବିଜେ ବୋଲି କୁହାଯାଉଥିଲା। ବରିଷ୍ଠ ଗବେଷକ ଭାସ୍କର ମିଶ୍ର ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ୍‌ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଚନ୍ଦନ ପୂର୍ଣ୍ଣିମାଠାରୁ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପର୍ଯ୍ୟନ୍ତ ମାସାଧିକ କାଳର ପାରମ୍ପରିକ ନୀତି ସମ୍ବନ୍ଧରେ ଅବତାରଣା କରିଥିଲେ। ନୀଳାଦ୍ରିବିଜେ ଦିନ ବିଭିନ୍ନ ମଠ ଓ ପ୍ରାୟ ୧୩୦୦ ସେବକ ନିଜ ଘରେ ରସଗୋଲା ପ୍ରସ୍ତୁତ କରି ଭୋଗଲାଗି କରନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ପ୍ରତୀକ ପଟ୍ଟନୟକ ଲକ୍ଷ୍ମୀନାରାୟଣ ବଚନିକାର କିୟଦଂଶ ଆବୃତ୍ତି କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମାରୋହରେ ପୌରୋହିତ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦିନରେ ଗାଡ଼ି ଯାଞ୍ଚ କଡ଼ାକଡ଼ି : ୧୦ ଗୁଣା ଜରିମାନା ଗଣିଲେ ଉଲ୍ଲଂଘନକାରୀ

ଭୁବନେଶ୍ୱର,୨ା୯(ବ୍ୟୁରୋ) : ସାରା ଦେଶରେ ନୂଆ ମୋଟର ଆଇନ ରବିବାରଠାରୁ ଲାଗୁ ହୋଇଛି। ଏହି ଆଇନ ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧୦ ଗୁଣା ଜରିମାନା...

ଅଗ୍ନିପଥକୁ ବିରୋଧ: ୬୦ କି.ମି. ଦୌଡ଼ିଲେ

ଉମରକୋଟ,୧୮ା୬(ସ୍ବ.ପ୍ର.): ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ରୂପ ନେଇଛି। ଏହି ଯୋଜନା ପ୍ରତ୍ୟାହାର ପାଇଁ ନିଯୁକ୍ତି ଆଶାୟୀଙ୍କ...

ଘର ମରାମତି ଲାଗି ଓଡ଼ିଶାର ୩୦ ଲକ୍ଷ ପରିବାରକୁ ମିଳିବ ସହାୟତା

ଭୁବନେଶ୍ବର, ୨୧।୧୨(ବ୍ୟୁରୋ): ଘର ମରାମତି ନେଇ ସହାୟତା ଦେବେ ରାଜ୍ୟ ସରକାର। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି...

୫ରୁ ବର୍ଷିବ

ଭୁବନେଶ୍ୱର,୨।୯(ବ୍ୟୁରୋ): ରାଜ୍ୟରେ ମୌସୁମୀ ଚାଲିଯିବା ସହ ତାତି ବଢ଼ିବାରୁ ଅସହ୍ୟ ଗୁଳୁଗୁଳି ଅନୁଭବ ହେଉଛି। ତେବେ ପୁଣି ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ଆଞ୍ଚଳିକ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରବିବାର ଆଲୋକର ପର୍ବ ଦୀପାବଳି। କିଭଳି ଏହାକୁ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଜଧାନୀର ବିଭିନ୍ନ...

ରୋବୋସ୍ମାର୍ଟ କମ୍ପାନୀର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୨୧ା୮(ସୂର୍ଯ୍ୟକାନ୍ତ ବେହେରା):ସାଢ଼େ ୯ ଲକ୍ଷରୁ ଅଧିକ ଟଙ୍କା ଠକିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ରୋବୋସ୍ମାର୍ଟ ଲ୍ୟାବ ପ୍ରା.ଲି.ର ମାଲିକ ତଥା ନିର୍ଦ୍ଦେଶକଙ୍କୁ ଗିରଫ କରିଛି।...

ଭୁବନେଶ୍ୱରରେ ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୨୬।୪: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୭୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୧ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୫୭...

ଗୌତମ ଦାସ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୯।୩(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ର ପେପର-୧(ବିଇ/ବିଟେକ୍‌) ଫଳାଫଳ ସୋମବାର ପ୍ରକାଶ ପାଇଛି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ...

Advertisement
Archives

Model This Week