Advertisement

ଶ୍ରୀକ୍ଷେତ୍ରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ

ପୁରୀ ଅଫିସ,୧୨।୧୦: ଶ୍ରୀକ୍ଷେତ୍ରର ବିକାଶ ଲାଗି ସରକାର ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ପୁରୀ ସହରରେ ଅବହେଳିତ ହୋଇପଡିଛନ୍ତି ମହାପୁରୁଷ। ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେଉଁଠି ମୂର୍ତ୍ତି ଭାଙ୍ଗିଗଲାଣି ତ, ଆଉ କେଉଁଠି ପ୍ରତିମୂର୍ତ୍ତିରେ ଗଛଲତା ଉଠିଲାଣି। ପୋଲିସ ଲାଇନ ହାଇସ୍କୁଲ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଅନବନା ଗଛଲତା ଉଠିଛି। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଫାଳେ ଉଡିଯାଇଛି। ମଧୁବାବୁଙ୍କ ପ୍ରତିମୂର୍ତିର ମୁଖ ଭାଙ୍ଗିଯାଇଛି। ହରିହର ଛକ ରହିଥିବା ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରଣ ପରେ ଏହାକୁ ଏକ କୋଣରେ ସ୍ଥାପନା କରାଯାଇଛି। ପୌରସଦନଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରୁ ପ୍ଲାଷ୍ଟର ଛାଡ଼ିଲାଣି। ଦିଗବାରୋଣୀ ଖୁଣ୍ଟି ନିକଟରେ ଥିବା ବିବେକାନନ୍ଦ ଏବଂ ବିଭିନ୍ନ ସ୍କୁଲ, ଶିକ୍ଷାନୁଷ୍ଠାନ ମାନଙ୍କରେ ରହିଥିବା ପ୍ରତିମୂର୍ତ୍ତି ଭାଙ୍ଗିରୁଜି ଗଲାଣି। ଗତ ଫନୀ ବାତ୍ୟାରେ ଷ୍ଟେଶନ ବଜାରଠାରେ ରହିଥିବା ପ୍ରଥମ ସ୍ବାଧିନତା ସଂଗ୍ରାମୀ ଜୟୀରାଜଗୁୁରୁଙ୍କ ଫାଇବର ମୂର୍ତ୍ତି ଭାଙ୍ଗିଯିବା ପରେ ଏହା ବର୍ତ୍ତମାନ ସଂସ୍କୃତିଭବନଠାରେ ପଡିଛି। କେବଳ ଜନ୍ମଜୟନ୍ତୀ ଏବଂ ଶ୍ରାଦ୍ଧବାର୍ଷିକୀ ଆସିଲେ, ଏହି ପ୍ରତିମୂର୍ତ୍ତି କଥା ମନେ ପଡେ। ତା ପରେ ୩୬୫ଦିନ ଅଳିଆ ଆର୍ବଜନା ମଧ୍ୟରେ ରହିଥାଏ। ଏ ସମ୍ପର୍କରେ ଜୟୀ ରାଜଗୁରୁ ସ୍ମୃତି ପରିଷଦ ସମ୍ପାଦକ ଶିବ ପ୍ରସାଦ ମିଶ୍ର କୁହନ୍ତି ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ଜିଲା ପ୍ରଶାସନ ଠାରୁ ସଂସ୍କୃତି ବିଭାଗ ପର୍ଯ୍ୟନ୍ତ ଅନୁରୋଧ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁଙ୍କୁ ପଚାରିବାରେ ପ୍ରତିମୂର୍ତ୍ତି ପୁନରୁଦ୍ଧାର ଲାଗି ବ୍ୟବସ୍ଥା କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଡ଼ି ଉଡ଼ି ଉଡ଼ି..

ଢେଙ୍କାନାଳ ଅଫିସ, ୧୪।୧: ‘ଉଡ଼ି ଉଡ଼ି ଉଡ଼ି ଯାରେ ଉଡ଼ି… ଏ ମୋର ଗୁଡ଼ି…’ ଆଜି ବି ଏହି ଗୀତ ଶ୍ରୋତାଙ୍କୁ ନେଇଯାଏ ସତୁରି ଦଶକକୁ। ସୁର...

ଶ୍ରମ ଆଇନରେ ସଂଶୋଧନକୁ ସିଆଇଟିୟୁ ପକ୍ଷରୁ ବିରୋଧ

ବ୍ରହ୍ମପୁର ଅଫିସ,୨।୮: ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶ୍ରମିକ ସଂଗଠନ ସିଆଇଟିୟୁ। ଶୁକ୍ରବାର ବ୍ରହ୍ମପୁରସ୍ଥିତ...

କାର ତଳେ ଚାପି ହୋଇ ଶ୍ୱଶୁର ମୃତ, ଅଳ୍ପକେ ବର୍ତିଲେ ଜ୍ୱାଇଁ

ଓଡଗାଁ,୨୪।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ପଥରାପିଚୁ ଫାକ୍ଟ୍ରି ନିକଟରେ ରବିବାର ଅପରାହ୍ନରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର ତଳେ ଚାପି ହୋଇ...

ସାହାଣମେଲା, ଗର୍ଭଗୃହ ଦର୍ଶନ ବାରଣ

ଭୁବନେଶ୍ୱର, ୨୬।୨ (ବ୍ୟୁରୋ): ଆସନ୍ତା ୧ ତାରିଖରେ ମହାଶିବରାତ୍ରି ଓ ଜାଗରଯାତ୍ରା। ରାଜଧାନୀରେ ଥିବା ମନ୍ଦିରରେ କୋଭିଡ୍‌ କଟକଣା ଭିତରେ ଏହାକୁ ପାଳନ କରିବା ପାଇଁ...

ଫେଲ ମାରିଛେ ଜଲ ଯୋଗାଣ ପ୍ରକଳ୍ପ

ରିଷିଡା, ୧୩।୩ (ଡି.ଏନ୍‌.ଏ.)-  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାକେ ପାଇପ ପାଏନ୍‌ ଯୁଗେଇ ଦେବାର ଲାଗି ତେଲନଦୀରୁ ବେବସ୍‌ତା କରାଯାଇଛେ। ସେନ୍‌ତା ପାଏନ୍‌ ରଖବାର...

ପାଖେଇ ଆସୁଛି ‘ୟାସ୍‌’: ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ହେବେ ସାଢ଼େ ୭ ଲକ୍ଷ ଲୋକ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଆସୁଛି ବାତ୍ୟା ‘ୟାସ’। ଏହା ବୁଧବାର ସକାଳେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଏହା ପୂର୍ବରୁ...

ବାଉଁଶ ଉତ୍ପାଦନ, ପ୍ରକ୍ରିୟାକରଣକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ବାଉଁଶଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରିତାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର...

କୋଇଲା ଉତ୍ତୋଳନରେ ଏମ୍‌ସିଏଲର ରେକର୍ଡ:ଡିସେମ୍ବର ୧୪ରେ ୬.୪୬ ଲକ୍ଷ ଟନ୍‌

ତାଳଚେର,୧୫ା୧୨(ନି.ପ୍ର.)- ମହାନଦୀ କୋଲ ଫିଲ୍ଡସ୍‌ ଲିମିଟେଡ (ଏମ୍‌ସିଏଲ)ଚଳିତ ଆର୍ଥିକ ବର୍ଷର ଡିସେମ୍ବର ୧୪ ତାରିଖରେ ୬.୪୬ ଲକ୍ଷ ଟନ କୋଇଲା ଉତ୍ତୋଳନ କରି ନୂତନ ରେକର୍ଡ...

Advertisement
Archives

Model This Week