ଶ୍ରାବଣରେ ମୁଣ୍ଡଫଟା ଖରା : କେନାଲରେ ପାଣି ନାହିଁ, ଚାଷୀକୁଳ ଚିନ୍ତାରେ

କନିଷି,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକରେ ବର୍ଷାଭାବରୁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି । ଶ୍ରାବଣ ମାସରେ ମୁଣ୍ଡଫଟା ଖରା ହେଉଥିବାରୁ କେନାଲରେ ପାଣି ନାହିଁ। ଫଳରେ ଧାନରୁଆ ସମୟ ହୋଇଥିବାରୁ ବର୍ଷାଭାବରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଧାନତଳି ଟାଣଖରାରେ ନଷ୍ଟ ହେବାରେ ଲାଗିଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ରୁଆକାର୍ଯ୍ୟ ହୋଇପାରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି।
ରଙ୍ଗେଇଲୁଣ୍ଡା ବ୍ଲକର ବିଶ୍ୱନାଥପୁର, ମନ୍ତ୍ରିଡ଼ି, କୋଠାରସିଂ, ଶାସନ ପଦର, ମେଣ୍ଢ୍ରାଜପୁର ଗ୍ରାମପଞ୍ଚାୟତରେ ଚାଷଜମି ପଡ଼ିଆ ପଡ଼ିଛି । ରୁଆକାର୍ଯ୍ୟ ବିଳମ୍ବ ହେଲେ ଫସଲ ଅମଳରେ କ୍ଷତି ହେବ । ଯେଉଁ ଚାଷୀ ତଳି ପକାଇଥିଲେ ସେଥିରୁ ୩୦ ପ୍ରତିଶତ ନଷ୍ଟ ହୋଇଗଲାଣି । ଯେଉଁ ତଳି ବଞ୍ଚତ୍ଛି ପାଣି ନ ଥିବାରୁ ରୁଆକାର୍ଯ୍ୟ ହୋଇପାରୁନାହିଁ ।
ଗୋପାଳପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ଚାଷୀନେତା ଗୋକୁଳ ଚନ୍ଦ୍ର କର ବାରମ୍ବାର ପ୍ରଶାସନ ନିକଟରେ ଚାଷୀମାନଙ୍କ ସମସ୍ୟା ନେଇ ଅଭିଯୋଗ କରିଆସୁଛନ୍ତି । ସେ କହିଛନ୍ତି ଯେ, ଏଭଳି ବିଭିନ୍ନ ସମସ୍ୟା ପାଇଁ ଚାଷୀ କୃଷିଋଣ ଶୁଝିବା କଷ୍ଟକର ହେଉଛି। ଋଣ ଶୁଝି ନ ପାରି ଚାଷୀ ଆତ୍ମହତ୍ୟା କରୁଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଦିନ ମଧ୍ୟରେ ଶୁଭେନ୍ଦୁ ସରକାରଙ୍କ ପ୍ରଥମ ୟୁ-ଟର୍ଣ୍ଣ, ଗଣମାଧ୍ୟମକୁ ନେଇ ନେଲେ ଏଭଳି ନିଷ୍ପତ୍ତି

କୋଲକାତା,୨୨।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଭାଜପା ସରକାର ପଶ୍ଚିମବଙ୍ଗରେ ଦାୟିତ୍ୱ ଗ୍ରହଣ କରିବାର ୧୨ ଦିନ ବିତିଗଲାଣି। ଏହି ସମୟ ମଧ୍ୟରେ ପ୍ରଶାସନ ଦ୍ରୁତ ଗତିରେ ନିଷ୍ପତ୍ତି…

ଜାରି ହେଲା ପେଟ୍ରୋଲ-ଡିଜେଲର ନୂଆଦର, କେଉଁଠି କମିଲା ତ କେଉଁଠି ବଢ଼ିଲା?

ନୂଆଦିଲ୍‌ଲୀ,୨୨।୫: ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ମଧ୍ୟରେ, ଦେଶର ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି ପେଟ୍ରୋଲ ଏବଂ ଡିଜେଲର ନୂତନ ଦର ପ୍ରକାଶ କରିଛନ୍ତି।…

ଯୁଦ୍ଧ ରୋକିବା ପାଇଁ ୪ଟି ସର୍ତ୍ତ ଜାରି କଲେ ଟ୍ରମ୍ପ, ବଡ଼ ଧମକ ଦେଇ କହିଲେ- ଇରାନ ନ ମାନିଲେ…

ନୂଆଦିଲ୍ଲୀ,୨୨।୫: ମଧ୍ୟପ୍ରାଚ୍ୟ ଆଉ ଏକ ଯୁଦ୍ଧର ଆଶଙ୍କାରେ ପଡ଼ିପାରେ। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ବିପଦରେ ପଡ଼ିଛି, ଏବଂ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇପାରେ।…

୨ ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଯାଇଥିଲେ ବ୍ୟକ୍ତି, ଜାଲ ପକାଇ ମୃତଦେହକୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ନନ୍ଦପୁର/ ପାଡୁଆ, ୨୨।୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ…

ଆସୁଛି ଲଘୁଚାପ, ଏହି ଦିନଠୁ ପ୍ରବଳ ବର୍ଷିବ

ଭୁବନେଶ୍ବର,୨୨ା୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

୨୩ରେ ସମ୍ମାନିତ ହେବେ ୯୦%ରୁ ଅଧିକ ମାର୍କ ରଖିଥିବା ୮୪ ଛାତ୍ରୀଛାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ…

ଭବାନୀପାଟଣା,୨୨।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଗତି ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୩ ତାରିଖ ଶନିବାର ଭବାନୀପାଟଣା ଟାଉନ ହଲରେ ଭବ୍ୟ ସମ୍ବର୍ଦ୍ଧନା ସଭା ମେଧା…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri