ଶ୍ରାବଣରେ ମୁଣ୍ଡଫଟା ଖରା : କେନାଲରେ ପାଣି ନାହିଁ, ଚାଷୀକୁଳ ଚିନ୍ତାରେ

କନିଷି,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକରେ ବର୍ଷାଭାବରୁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି । ଶ୍ରାବଣ ମାସରେ ମୁଣ୍ଡଫଟା ଖରା ହେଉଥିବାରୁ କେନାଲରେ ପାଣି ନାହିଁ। ଫଳରେ ଧାନରୁଆ ସମୟ ହୋଇଥିବାରୁ ବର୍ଷାଭାବରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଧାନତଳି ଟାଣଖରାରେ ନଷ୍ଟ ହେବାରେ ଲାଗିଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ରୁଆକାର୍ଯ୍ୟ ହୋଇପାରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି।
ରଙ୍ଗେଇଲୁଣ୍ଡା ବ୍ଲକର ବିଶ୍ୱନାଥପୁର, ମନ୍ତ୍ରିଡ଼ି, କୋଠାରସିଂ, ଶାସନ ପଦର, ମେଣ୍ଢ୍ରାଜପୁର ଗ୍ରାମପଞ୍ଚାୟତରେ ଚାଷଜମି ପଡ଼ିଆ ପଡ଼ିଛି । ରୁଆକାର୍ଯ୍ୟ ବିଳମ୍ବ ହେଲେ ଫସଲ ଅମଳରେ କ୍ଷତି ହେବ । ଯେଉଁ ଚାଷୀ ତଳି ପକାଇଥିଲେ ସେଥିରୁ ୩୦ ପ୍ରତିଶତ ନଷ୍ଟ ହୋଇଗଲାଣି । ଯେଉଁ ତଳି ବଞ୍ଚତ୍ଛି ପାଣି ନ ଥିବାରୁ ରୁଆକାର୍ଯ୍ୟ ହୋଇପାରୁନାହିଁ ।
ଗୋପାଳପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ଚାଷୀନେତା ଗୋକୁଳ ଚନ୍ଦ୍ର କର ବାରମ୍ବାର ପ୍ରଶାସନ ନିକଟରେ ଚାଷୀମାନଙ୍କ ସମସ୍ୟା ନେଇ ଅଭିଯୋଗ କରିଆସୁଛନ୍ତି । ସେ କହିଛନ୍ତି ଯେ, ଏଭଳି ବିଭିନ୍ନ ସମସ୍ୟା ପାଇଁ ଚାଷୀ କୃଷିଋଣ ଶୁଝିବା କଷ୍ଟକର ହେଉଛି। ଋଣ ଶୁଝି ନ ପାରି ଚାଷୀ ଆତ୍ମହତ୍ୟା କରୁଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ, ସାମାଜିକ ଦୂରତ୍ୱ ନିୟମକୁ କଡାକଡି କଲେ ତହସିଲଦାର

ଗଞ୍ଜାମ, ୧୯।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି l ଏଥିପାଇଁ ସରକାର ଲକ୍‌ଡାଉନ ଅବଧିକୁ ମେ ୩୧ ଯାଏଁ ବୃଦ୍ଧି...

ଅଖିଳ ଭାରତ ଡାକ ଭାରୋତ୍ତୋଳନ; ଯୁବକମାନେ ସକାରାତ୍ମକ ବିଶ୍ୱାସ ଜାଗ୍ରତ କରନ୍ତୁ : ରାଜ୍ୟପାଳ

ବ୍ରହ୍ମପୁର ଅଫିସ,୩୦ା୯-ସକାରାତ୍ମକ ଆତ୍ମବିଶ୍ୱାସ ଅସଫଳ କାର୍ଯ୍ୟକୁ ମଧ୍ୟ ସଫଳତାରେ ପରିଣତ କରିଥାଏ ା ନିଜ ଭିତରେ ଥିବା ସକାରାତ୍ମକ ବିଶ୍ୱାସ ଜାଗ୍ରତ କରିବା ଆବଶ୍ୟକ। ଯୁବକଙ୍କ...

ଡ୍ରେନ୍‌ରେ ପଡ଼ି ୩ ବାର୍‌ହା ଛୁଆ ମୃତ

ପାତ୍ରପୁର,୬ା୯(ଡି.ଏନ୍‌.ଏ.)- ସାମନ୍ତିଆପଲ୍ଲି ବନାଞ୍ଚଳରେ ଦିନକୁ ଦିନ ବାର୍‌ହା ସଂଖ୍ୟା ବଢିଚାଲିଛି। ଜଙ୍ଗଲ କ୍ଷୟ ଯୋଗୁ ଏମାନେ ଅନେକ ସମୟରେ ଜନବସତି ମୁହଁା ହେଉଛନ୍ତି। ଫଳରେ ବିଭିନ୍ନ...

ମୋହନାରେ ବିଜେଡି ପ୍ରାର୍ଥୀ ଆଗୁଆ

ମୋହନା,୨୩।୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ ୮ମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ପୂର୍ଣ୍ଣବାସୀ ନାୟକ ୧୪,୬୨୭ ଭୋଟ ପାଇ ଆଗୁଆ...

ଅଂଶୁଘାତରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ବେଗୁନିଆପଡା,୧୨।୬(ଡି.ଏନ୍‌.ଏ.)- କ୍ଷେତ୍ର ପରିଦର୍ଶନ କରି ଫେରୁଥିବାବେଳେ ବୁଧବାର ବେଗୁନିଆପଡା ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ହୋତାଙ୍କ ମୃତ୍ୟୁ ଘଟିଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା...

ଡିଭାଇଡରରେ ପିଟିହେଲା ଆମ୍ବ ବୋଝେଇ ଗାଡ଼ି, ଚାଳକଙ୍କ ଜୀବନ ଗଲା

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ବୁଧବାର ଭୋର୍‌ ସମୟରେ ଏକ ଆମ୍ବ ବୋଝେଇ ପିକଅପ୍‌ ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

ବ୍ରହ୍ମପୁର ଉପକଣ୍ଠରେ ପୁଣି ଜଣେ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର ଅଫିସ,୧୨ା୫: ସହର ଓ ସହର ଉପକଣ୍ଠରେ ଏବେ ଆଇନ ଶୃଙ୍ଖଳା ଧିରେ ଧିରେ ବିଗିଡ଼ିବାରେ ଲାଗିଛି। ଶୁକ୍ରବାର ସକାଳେ ଜଣେ ଯୁବକଙ୍କୁ ହତ୍ୟା କରି...

ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଧାରଣା : ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଗଞ୍ଜାମ,୨୯ା୧୦(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ସାନରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ-ଶିକ୍ଷୟିତ୍ରୀ ଭାଗ୍ୟବତୀ ବେହେରାଙ୍କୁ ବଦଳି ନ କରିବାକୁ ଗ୍ରାମବାସୀ ସୋମବାର ବିଇଓ କାର୍ଯ୍ୟାଳୟରେ ତାଲା...

Advertisement
Archives

Model This Week