Posted inଜାତୀୟ

ଶ୍ରମିକଙ୍କୁ ଫେରାଇନେବା ପାଇଁ ସହଯୋଗ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୧୧ା୫(ପି.ଟି.): ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇନେବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବା ରବିବାର ରାଜ୍ୟଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି। ମେ’ ୧ରୁ ବର୍ତ୍ତମାନ ସୁଦ୍ଧା ମୋଟ ୩୫୦ ଟ୍ରେନ୍‌ରେ ୩.୫ ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଅଣାଗଲାଣି। ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳକୁ ନେଇ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ମଧ୍ୟରେ ମୁହଁାମୁହିଁ ହେବା ପରେ କ୍ୟାବିନେଟ ସଚିବ ଏକ ଭିଡିଓ କନ୍‌ଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବମାନଙ୍କୁ ଉପରୋକ୍ତ ଅନୁରୋଧ କରିଛନ୍ତି। ସେହିପରି ବିଦେଶରେ ଅଟକିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ‘ବନ୍ଦେ ଭାରତ ମିଶନ’ ଆରମ୍ଭ ହୋଇଛି। ଏଥିରେ ମଧ୍ୟ ରାଜ୍ୟଗୁଡ଼ିକର ସହଯୋଗ ଆବଶ୍ୟକ ବୋଲି ଗୌବା କହିଛନ୍ତି। ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ଯାତାୟାତରେ କୌଣସି ବାଧା ରହିବା ଉଚିତ୍‌ ନୁହେଁ। ଏହି କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସୁରକ୍ଷା ଯୋଗାଇଦେବା ଦିଗରେ ସମସ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ। ଭିଡିଓ କନ୍‌ଫରେନ୍ସରେ ମୁଖ୍ୟ ସଚିବମାନେ ସେମାନଙ୍କ ରାଜ୍ୟର କୋଭିଡ୍‌-୧୯ ସ୍ଥିତି ଓ ଅର୍ଥନୈତିକ କାର୍ଯ୍ୟ ସମ୍ପର୍କରେ କ୍ୟାବିନେଟ ସଚିବଙ୍କୁ ଅବଗତ କରାଇଥିଲେ।
ସେହିପରି ଅଟକିଥିବା ଶ୍ରମିକମାନଙ୍କୁ ଫେରାଇନେବା ଲାଗି ଆଗାମୀ ୩/୪ ଦିନ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଏଥିପାଇଁ ରାଜ୍ୟଗୁଡ଼ିକ ଅନୁମତି ଦେବାକୁ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଅନୁରୋଧ କରିଛନ୍ତି। ଏଭଳି ଟ୍ରେନ୍‌ ଚଳାଚଳ ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶନିବାର ପତ୍ର ଲେଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନର୍ଦ୍ଦେଶ କ୍ରମେ ଶ୍ରମିକମାନଙ୍କୁ ଫେରାଇନେବା ଲାଗି ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭର ପ୍ରତିରୋପଣ କରିବାକୁ ଆସିଥିବା ଇରାକ ନାଗରିକଙ୍କଠାରୁ ପୋଲିସ୍‌ ପୋଷାକରେ ୨୦ ଲକ୍ଷ ଲୁଟିନେଲେ ଲୁଟେରା

ନୋଏଡ଼ା,୧୮।୭: ଦିଲ୍ଲୀର ନୋଏଡ଼ା ଥାନା ଅନ୍ତର୍ଗତ ଏକ୍ସପ୍ରେସ୍‌ ଓ୍ବେ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଲିଭର ପ୍ରତିରୋପଣ ପାଇଁ ଆସିଥିବା ଇରାକର ଜଣେ ନାଗରିକଙ୍କଠାରୁ...

କାର୍ତି ଚିଦାମ୍ବରମଙ୍କୁ ଝଟ୍‌କା: ଅନ୍ତରୀଣ ଜାମିନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୩।୬: ଭିସା ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଏମ୍‌ପି କାର୍ତି ଚିଦାମ୍ବରମଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍‌କା ଲାଗିଛି। କାର୍ତ୍ତିଙ୍କ ପକ୍ଷରୁ...

ଆଜମଙ୍କ ଘର ଗେଟ୍‌ରେ ଲାଗିଛି ୮୦ରୁ ଊର୍ଦ୍ଧ୍ୱ ମାମଲାର ନୋଟିସ

ରାମପୁର,୨୪।୯: ଉତ୍ତରପ୍ରଦେଶ ରାମପୁରସ୍ଥିତ ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନଙ୍କ ବାସଭବନର ମୁଖ୍ୟ ଗେଟ ସମ୍ମୁଖରେ ୮୦ରୁ ଊର୍ଦ୍ଧ୍ୱ ମାମଲାରେ କୋର୍ଟଙ୍କ ନୋଟିସ ଲାଗିଥିବା ଦେଖିବାକୁ...

ଶହୀଦଙ୍କ ମୃତଦେହ ଖୋଜୁଛି ବାୟୁସେନା, ବାଧକ ସାଜିଛି ଝଡବର୍ଷା

ରାୟପୁର,୪।୪: ଛତିଶଗଡ଼ରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ୨୨ ଜଣ ଯବାନ ଶହୀଦ ହୋଇଛନ୍ତି। ତେବେ ଏହି ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ...

୧୧ ବର୍ଷର ପୁଅକୁ ୨୦ ବୁଲା କୁକୁର ସହ ଗୋଟିଏ ରୁମ୍‌ରେ ଅଟକ ରଖି ଚର୍ଚ୍ଚାରେ ଦମ୍ପତି

ପୁଣେ,୧୨।୫: ମହାରାଷ୍ଟ୍ରର ପୁଣେରେ ଏକ ଅମାନବୀୟ ଘଟଣା ଘଟିଛି। ଏଠାରେ ଏକ ଦମ୍ପତି ୧୧ ବର୍ଷର ପୁଅକୁ ୨୦ଟି ବୁଲା କୁକୁର ସହ ଗୋଟିଏ ରୁମ୍‌ରେ...

ମହାରାଷ୍ଟ୍ର ସଙ୍କଟ: ବିଧାୟକଙ୍କୁ ନେଇ ଭୟରେ ବଡ଼ ବଡ଼ ଦଳ

ମୁମ୍ବାଇ,୯।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଥିବା କଳହ ମଧ୍ୟରେ ଏବେ ଭୟରେ ଅଛି କଂଗ୍ରେସ, ଏନ୍‌ସିପି ଓ ଶିବସେନା। କାରଣ ଏବେ ଏମାନଙ୍କ...

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ସିଦ୍ଧୁ

ନୂଆଦିଲ୍ଲୀ,୧୫।୭: ପଞ୍ଜାବ କ୍ୟାବିନେଟର ମନ୍ତ୍ରୀ ଥିବା ନବଜୋତ ସିଂ ସିଦ୍ଧୁ ସୋମବାର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାଖକୁ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଟୁଇଟ୍‌...

ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ଫେରିଲେ ୫୩ ଭାରତୀୟ

ନୂଆଦିଲ୍ଲୀ,୧୭।୩(ପି.ଟି.): ସର୍ବାଧିକ କରୋନା ପ୍ରଭାବିତ ମଧ୍ୟପ୍ରାଚ୍ୟ ଦେଶ ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆଉ ୫୩ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ମହାନ୍‌ ଏୟାର ବିମାନରେ ଆସିଥିବା...

Advertisement
Archives

Model This Week