ଶ୍ରମିକଙ୍କୁ ନିର୍ଯାତନା ଘଟଣାରେ ଫେରାର ଦଲାଲ ଗିରଫ ହେଲେ

ଦେବଗଡ଼,୧୩।୫(ଡି.ଏନ.ଏ.)-୨୦୧୯ ଜାନୁୟାରୀରେ ଜଣେ ଦଲାଲଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ୧୧ ଶ୍ରମିକଙ୍କୁ ବିହାରର ଗୟା ଜିଲାରୁ ରିଆମାଳ ଥାନା ପୋଲିସ ଉଦ୍ଧାର କରିଥିଲା। ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ମାତ୍ର କର୍ଡାପାଳ ଗ୍ରାମର ଶ୍ରମିକ ଦଲାଲ କ୍ଷୀରୋଦ ଧରୁଆ(୪୨)ଫେରାର ଥିଲେ। କ୍ଷୀରୋଦ ଘରକୁ ଫେରିଥିବା ସୂଚନା ପାଇ ରିଆମାଳ ଥାନା ପୋଲିସ ତାଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି।
କ୍ଷୀରୋଦ ତିଲେଇବଣି ବ୍ଲକ କେନ୍ଦେଇଜୁରୀ ଗ୍ରାମର ଯୋଗେଶ୍ୱର ରଣା, ବାବୁଲୁ ଶେଖ, ଅଜିତ କାଲୋ, ରାଜକୁମାର ଡୁଙ୍ଗଡୁଙ୍ଗ, ରବୀନ୍ଦ୍ର ମାଝି, ସୁଶାନ୍ତ ପ୍ରଧାନ, ଲମ୍ବୋଦର କିଷାନ, ନରେନ୍ଦ୍ର ନାୟକ ଓ ତୁଲାରାମ ନାୟକ ଓ ୨ ନାବାଳକ ସମେତ ୧୧ ଜଣଙ୍କୁ କାମ କରିବାକୁ ଭୁବନେଶ୍ୱର ଡାକି ନେଇଥିଲେ। ମାତ୍ର ସେଠାରେ ପହଞ୍ଚତ୍ବା ପରେ କ୍ଷୀରୋଦ ସେମାନଙ୍କୁ ଅନ୍ୟଜଣେ ଦଲଲାଙ୍କୁ ହସ୍ତାନ୍ତର କରିଥିଲେ। ସମ୍ପୃକ୍ତ ଦଲାଲ ସମସ୍ତଙ୍କୁ ବିହାରର ଗୟା ଜିଲାରେ ଚାଲିଥିବା ରେଲୱେ କାର୍ଯ୍ୟରେ ନିୟୋଜିତ କରିଥିଲେ। ସେଠାରେ ଶ୍ରମିକମାନେ ଅସୁସ୍ଥ ହେଲେ ମଧ୍ୟ ସେମାନଙ୍କୁ ଛୁଟି ମିଳୁ ନ ଥିଲା। ଔଷଧ ଖାଇ କାମ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିଲା। ଏହାର ପ୍ରତିବାଦ କଲେ ସେମାନଙ୍କୁ ମାଡର ଭୟ ଦେଖାଇ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଏ ସମ୍ପର୍କରେ ଶ୍ରମିକମାନେ ଫୋନ୍‌ ଯୋଗେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପାଳକୁଦର ଗ୍ରାମର ବିପିନ ଡୁଙ୍ଗଡୁଙ୍ଗ ନାମକ ଜଣେ ବ୍ୟକ୍ତି ୨୦୧୯ ଜାନୁୟାରୀ ୨୬ରେ ଏ ସମ୍ପର୍କରେ ରିଆମାଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ରିଆମାଳ ଥାନା ପୋଲିସ ଏକ ମାମଲା(ନଂ. ୧୩/୧୯) ଋୁଜୁ କରି ସେହି ଶ୍ରମିକମାନଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁଗଣ୍ଡାରେ କୁମାର ପୂର୍ଣ୍ଣିମା ଉତ୍ସବ: ଆଗ ଭଳି ନାହିଁ ପୁଚିଖେଳ କି ଫୁଲବଉଳବେଣୀ ଗୀତର ମଉଜ

ଭଣ୍ଡାରିପୋଖରୀ, ୧୪ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଲାଗି ରବିବାର ଉତ୍ସବ ମୁଖର ହୋଇଉଠିଛି। କୁମାରୀମାନେ ଓଷା...

ଚାରା ଲାଗାଇ ପାଳିଲେ ଜାତୀୟ ଦିବସ

ରାସୋଳ, ୧୫।୮(ଡି.ଏନ୍‌.ଏ.)-ଦେଶ ପାଳନ କରୁଛି ୭୩ତମ ସ୍ବାଧୀନତା ଦିବସ। ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇଛନ୍ତି ସଭିଁଏ। ତ୍ରିରଙ୍ଗା ପତାକା ତଳେ ନେଇଛନ୍ତି ଦେଶ ପାଇଁ ବଳିଦାନ ଆଉ...

ଶିଶୁ ମୃତ୍ୟୁ ଘଟଣା: ଯାଞ୍ଚ କଲେ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍‌

କେନ୍ଦୁଝର,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିସତ୍ାଳୟର ଶିଶୁ ୱାର୍ଡରେ ୪ ନବଜାତ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ବରିଷ୍ଠ...

ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: କୋର୍ଟ ଚାଲାଣ ହେଲେ ପ୍ରୋଜେକ୍ଟ ଦାୟିତ୍ୱରେ ଥିବା କର୍ମଚାରୀ

ପାଟଣାଗଡ, ୬।୫(ଡି.ଏନ୍‌.ଏ.)- ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଗତ ୨୯ ତାରିଖ ଦିନ ମରାମତି ବେଳେ ଭୁଶୁଡି...

ଜଏଣ୍ଟ ଏନ୍‌ଫୋର୍ସ ମେଣ୍ଟ ଟିମ୍‌ର ଚଢ଼ାଉ : ୭ ହଜାରରୁ ଊର୍ଦ୍ଧ୍ୱ ତଣ୍ଡ ଗଣିଲେ ଦୋକାନୀ

ପାଟଣା,୩୦ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ମଲ୍ଲିପଶି ବଜାରରେ ଶୁକ୍ରବାର ଜଏଣ୍ଟ ଏନ୍‌ଫୋର୍ସ ମେଣ୍ଟ ଟିମ୍‌ ଚଢ଼ାଉ କରିଥିଲା। ୨୨ଟି ଦୋକାନରେ ଚଢ଼ାଉ କରି ବିପୁଳ...

୩ କଲେଜ ପରିଦର୍ଶନ କଲେ ଢେଙ୍କାନାଳ ଏମ୍‌ପି: ସମସ୍ୟା ସମ୍ପର୍କରେ ଜଣାଇବାକୁ ପରାମର୍ଶ

ତାଳଚେର,୮ା୧(ନି.ପ୍ର.)- ଢେଙ୍କାନାଳ ଏମ୍‌ପି ମହେଶ ସାହୁ ମଙ୍ଗଳବାର ତାଳଚେର ଅଞ୍ଚଳର ହିଙ୍ଗୁଳା ମହାବିଦ୍ୟାଳୟ, ବଲଣ୍ଡାସ୍ଥିତ ନୀଳକେଣ୍ଠଶ୍ୱର ମହାବିଦ୍ୟାଳୟ ଏବଂ ଥର୍ମାଲର ଗଡତଳ ଆଞ୍ଚଳିକ ମହାବିଦ୍ୟାଳୟ ପରିଦର୍ଶନ...

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ,୨୨ା୯(ସ୍ବ.ପ୍ର.): ମାଛକୁଣ୍ଡ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ସମେତ ନଗଦ ଟଙ୍କା ଜବତ ହୋଇଛି। କୋରାପୁଟ ପୋଲିସକୁ ମାଓବାଦୀ ମୁକାବିଲା କ୍ଷେତ୍ରରେ ଏକ...

ପିପିଲିରେ ଯୁବକଙ୍କୁ ଗୁଳିମାଡ଼

ପୁରୀ ଅଫିସ, ୨୪।୧୦(ବ୍ୟୁରୋ): ପୁରୀ ଜିଲା ଅନ୍ତର୍ଗତ ପିପିଲି ବଜାରରେ ସୋମବାର ଗୁଳିମାଡ଼ ହୋଇଛି। ଗୁଳି ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ସନାତନ...

Advertisement
Archives

Model This Week