Advertisement

ଶ୍ରମିକଙ୍କୁ ଆଣ୍ଠେଇ ପୋଲିସ ବାଡ଼େଇବା ଅଭିଯୋଗ: ଭିଡ଼ିଓ ଭାଇରାଲ

Featured Video Play Icon

ବନ୍ତଳା, ୩୧ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ରାସ୍ତାରେ ଯାଉଥିବା କେତେଜଣ ଶ୍ରମିକଙ୍କୁ ଆଣ୍ଠେଇ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ପୋଲିସ କର୍ମଚାରୀ ଶ୍ରମିକଙ୍କୁ ଖରାରେ ଆଣ୍ଠେଇ ଏକ ବାଡ଼ିରେ ପିଟୁଥିବା ଦେଖିବାକୁ ମିଳିଛି । ଶ୍ରମିକମାନଙ୍କ ମଧ୍ୟରେ ଦୁଇଜଣ ମଧ୍ୟପ୍ରଦେଶର ଏବଂ ଅନ୍ୟମାନେ ସମ୍ବଲପୁରର ବୋଲି ଜଣାପଡିଛି। ସେମାନେ ଭୁବନେଶ୍ୱରରୁ ଚାଲିଚାଲି ସମ୍ବଲପୁର ଯାଉଥିବାବେଳେ ପୋଲିସ ସେମାନଙ୍କୁ ମାଡ଼ ମାରୁଥିବା ଦେଖାଯାଇଛି । ତେବେ ଭିଡ଼ିଓ ଭାଇରାଲ ହେବା ପରେ ଏସପି ସମ୍ପୃକ୍ତ କର୍ମଚାରୀଙ୍କୁ ରିଜର୍ଭକୁ ନେଇଯାଇଥିବା ଜଣାପଡିଛି ।ଏ ବିଷୟରେ ମହୀଧରପୁର ଫାଣ୍ଡି ଏଏସଆଇ ଅଶୋକ କୁମାର ତ୍ରିପାଠୀ କୁହନ୍ତି, ସେହି ସମୟରେ ତହସିଲଦାର, ଆରଆଇ ଏବଂ ସେ ନିଜେ ଏକ ଇଟାଭାଟିରେ ଶ୍ରମିକ କାମ କରୁଥିବା ତଦନ୍ତରେ ଯାଇଥିଲେ । ଏପରି ଘଟଣା ସମ୍ପର୍କରେ ସନ୍ଧ୍ୟାରେ ଖବର ମିଳିଲା। ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ସାର୍ଟିଫିକେଟ ଦେଇ ରିଜର୍ଭକୁ ପଠାଯାଇଛି ।ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମନ୍ତ୍ରୀ ଲାଲ୍‌ବିହାରୀ ହିମିରିକା ଅସୁସ୍ଥ

ରାୟଗଡ଼ା ଅଫିସ,୨୭ା୬: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବାଚସ୍ପତି ଲାଲ୍‌ବିହାରୀ ହିମିରିକା ଶୁକ୍ରବାର ରାତିରେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରାୟଗଡ଼ା...

ନଦୀଜଳ ସମସ୍ୟା ନେଇ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୩ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବୈତରଣୀ, ଅରଢେଇ, କାରୋ, ସୁନା ପ୍ରଭୃତି ନଦୀ ପାଣିରେ ଲୁହା ପଥରଗୁଣ୍ଡକୁ ବଡ଼ ବଡ଼ ପାଇପ ସାହାଯ୍ୟରେ ରପ୍ତାନୀ କରାଯିବାରୁ ନଦୀଗୁଡ଼ିକ...

ଫାଇନାନ୍ସ କର୍ମଚାରୀଙ୍କଠାରୁ ୯୮ ହଜାର ଲୁଟ୍‌

କଣିହାଁ,୫।୬(ଡି.ଏନ.ଏ.)-କଣିହାଁ ବ୍ଲକ ସମଲ ଥାନା ବୁଲାଝର ନିକଟରେ ସୋମବାର ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ୯୮ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।...

ବନ୍ଦୀ କରିଦେଇଛି କରୋନା: ଖାଲି ପଡ଼ିଛି ଜାଗା, ଜମୁନି ସାଙ୍ଗ-ଭାଙ୍ଗ-ପଙ୍ଗତ

ପୁରୀ ଅଫିସ,୩୦ା୩: ମହାମାରୀ କରୋନା ଏବେ ଆତଙ୍କ ଖେଳାଇଛି। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢେଇ କରୁଛି। କିନ୍ତୁ ବେକାବୁ ଏହି ପ୍ରାଣଘାତୀ ଭୂତାଣୁ।...

୬ ମାସରେ ୨ ଥର ରାସ୍ତା ଢଳେଇ: କାର୍ଯ୍ୟାନୁଷ୍ଠାନ ଦାବି

ତିର୍ତ୍ତୋଲ, ୬।୮ (ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ପଞ୍ଚାୟତ ସମିତି ତରଫରୁ ଅନୁମୋଦିତ ହୋଇଥିବା ପ୍ରକଳ୍ପରେ ବ୍ୟାପକ...

ନଳକୂପ ଖନନରେ ହେରାଫେରି ମାମଲା: ଆଜି ଲୋକାୟୁକ୍ତରେ ଚୂଡ଼ାନ୍ତ ଶୁଣାଣି

ଯାଜପୁର ଅଫିସ,୯ା୧: ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତ ହରଦେଈପୁର ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ(ନଳକୂପ) ଖନନରେ ବ୍ୟାପକ ହେରାଫେରି ଅଭିଯୋଗ ଉପରେ ଗୁରୁବାର ଲୋକାୟୁକ୍ତରେ...

ଅବ୍ୟବସ୍ଥାରେ ପରିବେଶ ପର୍ଯ୍ୟଟନ କେନ୍ଦ୍ର

ଚଣ୍ଡିଖୋଲ,୨।୧୨(ଡି.ଏନ.ଏ.): ଶୀତ ଋତୁ ଆସିଲେ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ଗତ ବର୍ଷ କୋଭିଡ୍‌ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଦେଖାଯାଇ ନ ଥିଲା। ଚଳିତ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୦ମ ଶ୍ରେଣୀ ଛାତ୍ରୀ

ବାଲେଶ୍ୱର ଅଫିସ, ୨୦ା୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟସ୍ଥ ପାଟଣାରାଇପୁର ଗ୍ରାମର ବାପଛେଉଣ୍ଡ ୧୦ମ ଶ୍ରେଣୀ ଛାତ୍ରୀ ସୁଭଦ୍ରା...

Advertisement
Archives

Model This Week