ଶୋଷ ମେଣ୍ଟାଇଲା ସୋଲାର ପାନୀୟ ଜଳ ପ୍ରକଳ୍ପ

ସମ୍ବଲପୁର,୧୩ା୫(ବ୍ୟୁରୋ)-ଦୀର୍ଘଦିନ ପରେ ଦୁର୍ଗମ ଅଞ୍ଚଳବାସୀଙ୍କ ଜଳକଷ୍ଟ ଦୂର ହୋଇଛି ା ସୋଲାର ପାନୀୟ ଜଳ ପ୍ରକଳ୍ପ ଯୋଗୁ ସମ୍ବଲପୁର ଜିଲାର ଜଙ୍ଗଲ ପରିବେଷ୍ଟିତ ପାହାଡିଆ ଅଞ୍ଚଳବାସୀଙ୍କ ଶୋଷ ମେଣ୍ଟିଛି ା ନଳ ଖୋଲିଲେ ୨୪ ଘଣ୍ଟା ପାନୀୟ ଜଳ ମିଳୁଛି। ବିଜୁଳି ସଂଯୋଗ ଥାଉ କି ନ ଥାଉ ଏହି ପ୍ରକଳ୍ପ ପାଇଁ କିଛି ଭୟନାହିଁ । କମ ଖର୍ଚ୍ଚରେ ଆବଶ୍ୟକଠାରୁ ଅଧିକ ପାଣି ଯୋଗାଇ ପାରିଛି ଏହି ପ୍ରକଳ୍ପ । ଏଭଳି ପ୍ରକଳ୍ପକୁ ନେଇ ଅଞ୍ଚଳବାସୀ ସନ୍ତୋଷ ପ୍ରକାଶ କରିଛନ୍ତି। କୌଣସି ପୋଖରୀ,ଗାଡିଆ ପାଣି ସେମାନଙ୍କୁ ଆଉ ପିଇବାକୁ ପଡୁନାହିଁ ା ଗରାଏ ପାଣି ପାଇଁ କୌଣସି ମହିଳାଙ୍କୁ ୧ରୁ ୨ କିଲୋମିଟର ବାଟ ଯିବାକୁ ପଡୁନାହିଁ ା ବିଶୁଦ୍ଧ ଜଳ ଯୋଗୁ ସେମାନଙ୍କ ପିଲାମାନଙ୍କ ସହ ପରିବାର ସଦସ୍ୟମାନେ ସୁସ୍ଥ୍ୟ ରହୁଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ା ଇତିମଧ୍ୟରେ ସମ୍ବଲପୁର ଜିଲାରେ ଏପରି ୩୮୮ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି । ୨୦୬ ପ୍ରକଳ୍ପ ନିର୍ମାଣ କାମ ଜାରି ରହିଥିବା ସୂଚନା ମିଳିଛି ।
ଦୁର୍ଗମ ଅଞ୍ଚଳବାସୀଙ୍କ ପାଖରେ ବିଦ୍ୟୁତ୍‌, ପାନୀୟ ଜଳ ସହିତ ଶିକ୍ଷା, ଗମନା ଗମନ ଭଳି ମୌଳିକ ସୁବିଧା ପହଞ୍ଚି ପାରୁନାହିଁ । ଏଥିପାଇଁ ସେହି ଅଞ୍ଚଳରେ ଲୋକେ ବର୍ଷାଦିନେ ନଦୀ, ନାଳ, ବନ୍ଧ, ପୋଖରୀରୁ ପାଣି ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ା କେହି କେହି ଛୋଟ କୂଅ ଖୋଳି ପାଣି ସଂଗ୍ରହ କରିଥାନ୍ତି। ହେଲେ ଖରାଦିନ ଆସିଲେ ସେମାନଙ୍କ ପାଇଁ ପାଣି ସମସ୍ୟା ମୁଣ୍ଡବ୍ୟଥାର କାରଣ ହୁଏ ା ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଗରା ବାଲ୍‌ଟି ଧରି ମହିଳାମାନେ ପାଣି ପାଇଁ ଯାଇଥାନ୍ତି ା ତଥାପି ବିଶୁଦ୍ଧ ପାନୀୟ ଜଳ ମିଳେ ନାହିଁ ା ଏଥିପାଇଁ ଗ୍ରାମବାସୀ କିଡ଼ନୀ ଜନିତ ରୋଗ ସହିତ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥାନ୍ତି ା ଏପରି ସମସ୍ୟାର ସମାଧାନ ପାଇଁ ସୋଲାର ପାନୀୟ ଜଳ ପ୍ରକଳ୍ପ ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଛି ା
ଏ ସଂକ୍ରାନ୍ତରେ ଯୁଯୁମୁରା ବ୍ଳକର ଡଙ୍ଗାପାଲ ଗ୍ରାମର ୱାର୍ଡ ସଭ୍ୟ ସୁଦାମ ପ୍ରଧାନ କୁହନ୍ତି, ପୂର୍ବରୁ ଗାଁରେ ପାନୀୟ ଜଳ ପାଇଁ ବହୁ ହଟହଟା ହେବାକୁ ପଡୁଥିଲା। ଗାଁରେ ଥିବା ନଳକୂପରୁ ଯେତିକି ପାଣି ବାହାରୁଥିଲା ତାହା ଗ୍ରାମବାସୀଙ୍କ ଆବଶ୍ୟକ ପୂରଣ କରିପାରୁ ନ ଥିଲା । ବହୁ ଦୂର ଯାଇ ପାଣି ଆଣିବାକୁ ପଡୁଥିଲା । ହେଲେ ଏବେ ସୋଲାର ପାନୀୟ ଜଳ ପ୍ରକଳ୍ପ ଉପରୋକ୍ତ ସମସ୍ୟା ଦୂର କରିଛି। ବୈରାଗୀପାଲି ଗ୍ରାମର ପରକ୍ଷିତ ସାହୁ କୁହନ୍ତି, ପାହାଡିଆ ଅଞ୍ଚଳବାସୀଙ୍କ ପାଇଁ ଏହି ଯୋଜନା ବରଦାନ ସଦୃଶ ହୋଇଛି। ପାନୀୟ ଜଳ ସମସ୍ୟା ଦୂର ହୋଇଯାଇଛି ା ସମସ୍ତ ୱାର୍ଡରେ ଏଭଳି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବି.କେ. ରାଉତରାୟ କହିଛନ୍ତି, ଅପହଞ୍ଚ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ପ୍ରତ୍ୟେକ ବ୍ଲକରୁ ସେଭିଳ ଗ୍ରାମଗୁଡିକ ଚିହ୍ନଟ କରାଯାଇ ଏହି ଯୋଜନାରେ ସାମିଲ କରାଯାଉଛି। ପର୍ଯ୍ୟାୟକ୍ରମେ କାମ ଚାଲିଛି ା କମ୍‌ ଖର୍ଚ୍ଚରେ ଲୋକମାନଙ୍କ ପାଖରେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଜନସଂଖ୍ୟାକୁ ଆଖି ଆଗରେ ରଖି ପ୍ରତି ପ୍ରକଳ୍ପ ଦ୍ୱାରା ୫ହଜାରରୁ ୧୦ ହଜାର ଲିଟର ପର୍ଯ୍ୟନ୍ତ ପାଣି ଟାଙ୍କି ବ୍ୟବସ୍ଥା କରାଯାଇଛି। ସେହି ପାଣିଟାଙ୍କିରେ ସେନ୍‌ସର ସିଷ୍ଟମ ରହିଛି ା ଟାଙ୍କିରୁ ପାଣି କମିଗଲେ ଆପେ ଆପେ ମୋଟର ଚାଲୁ ହେବ ଓ ଟାଙ୍କିରେ ପାଣି ଭର୍ତ୍ତି ହେଉଛି । ଏହି ପ୍ରକଳ୍ପର ମରାମତି ଖର୍ଚ୍ଚ ମଧ୍ୟ କମ୍‌ ବୋଲି ନିର୍ବାହୀ ଯନ୍ତ୍ରୀ ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶାସାଥୀଙ୍କୁ ଉପେକ୍ଷା: ଜିଲାପାଳଙ୍କୁ ହେଲେ ଫେରାଦ

ବରଗଡ଼ ଅଫିସ,୧୯।୧: ଆଶାସାଥୀଙ୍କ ପ୍ରତି ରାଜ୍ୟ ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ବରଗଡ଼ ଜିଲା ଆଶାସାଥୀ ସଂଘ...

‘ରେଡ୍‌ ଜୋନ୍‌’ ବିଦ୍ୟାର୍ଥୀଙ୍କୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମନା

କଟକ ଅଫିସ,୧୭।୫: ରେଡ୍‌ ଜୋନରେ ରହୁଥିବା ବିଦ୍ୟାର୍ଥୀଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ମନା। ସ୍ଥିତି ଆୟତାଧିନ ନ ହେଲା ଯାଏଁ ସେମାନେ ବିଶ୍ୱବିଦ୍ୟାଳୟ ଭିତରକୁ ଆସିପାରିବେ...

୨ ବର୍ଷ ପରେ ତୁଟିଲା ବିବାଦ, ନିର୍ମାଣ ହେବ ଅଙ୍ଗନୱାଡ଼ି ଗୃହ

ଲାଠୋର,୨୬।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତ ସାନଗୁର୍ଜିଭଟା ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣକୁ ନେଇ ୨ ବର୍ଷ ହେଲା ବିବାଦ ଲାଗି...

୨୦୧୭ରେ ନୂଆସାହି ବଜାରରୁ ବୋଲୋରୋ ଚୋରି ଘଟଣା: ଦୁଇ ବର୍ଷ ପରେ ଅଭିଯୁକ୍ତ ଗିରଫ

କପ୍ତିପଦା,୧୭।୫(ଡି.ଏନ୍‌.ଏ.): ୨୦୧୭ ମସିହାର ଏକ ବୋଲେରୋ ଚୋରି ଘଟଣାରେ କପ୍ତିପଦା ପୋଲିସକୁ ସଫଳତା ମିଳିଛି। ଦୀର୍ଘ ଦୁଇ ବର୍ଷ ପରେ ପୋଲିସ ଅଭିଯୁକ୍ତ ଠାକୁରମୁଣ୍ଡା ଥାନା...

ଶିଳ୍ପଜିଲା ହେବ ସୌନ୍ଦର୍ଯ୍ୟମୟ

ଅନୁଗୋଳ ଅଫିସ, ୧୫।୨( ଅମିତ କୁମାର ସାମଲ):  ପ୍ରକୃତିକୁ ଉପଭୋଗ କରିବାକୁ ଅନୁଗୋଳ ଆସୁଥିବା ପର୍ଯ୍ୟଟକ କେବଳ ସାତକୋଶିଆ ବୁଲି ଫେରିବେ ନାହିଁ। ଡେରଜାଙ୍ଗ ଡ୍ୟାମ୍‌ର...

ନ୍ୟାୟ ନ ମିଳିବାରୁ ଏସ୍‌ପି ଅଫିସ ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ

ଭଦ୍ରକ ଅଫିସ, ୫।୨: ନ୍ୟାୟ ନ ମିଳିବାରୁ ଭଦ୍ରକ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ମା’ ଓ ପୁଅ ଶୁକ୍ରବାର କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି।...

ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ: ଆଜି ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ସହ ଜଗାର ହେବ ଭେଟ

ପୁରୀ ଅଫିସ,୨୦।୭: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହାରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଭୁ...

ମାଙ୍ଗାନିଜ୍‌ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ

ବଡବିଲ,୮ା୧୦ (ଡି.ଏନ୍‌.ଏ.)- ମାଙ୍ଗାନିଜ ଚୋରାଚାଲାଣ ବେଳେ ରୁଗୁଡି ଥାନା ପୋଲିସ ମଙ୍ଗଳବାର ଚଢାଉ କରିଛି। ସ୍ଥାନୀୟ କାଟେସାହିରୁ ଏହି ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ...

Advertisement
Archives

Model This Week