Posted inଫୁରସତ

ଶୋଭା ବଢ଼ାଇବେ ମୃତ ପ୍ରଜାପତି

ବକ୍ସର: ପ୍ରକୃତିର ଅନ୍ୟତମ ବିସ୍ମୟ ସୃଷ୍ଟି ପ୍ରଜାପତି। ଏହି ସୁନ୍ଦରତମ କୀଟକୁ ପରିକଳ୍ପନା କରି ଲେଖାଯାଇଛି ଅନେକ କାବ୍ୟ କବିତା। ସ୍ବଳ୍ପ ସମୟ ଜୀବନ ଅବଧି ଭିତରେ ପ୍ରଜାପତି ସବୁବର୍ଗର ଲୋକଙ୍କର କରିଥାଏ ଚିତ୍ତରଞ୍ଜନ। କିନ୍ତୁ ଦେହରୁ ଡେଣା ବାହାରିଗଲା ପରେ ଏହି ସୁନ୍ଦର କୀଟ ସତେଯେମିତି ହଜିଯାଏ ଜନମାନସରୁ। ହେଲେ ମୃତ୍ୟୁ ପରେ ବି ଏବେ ଏହି କୀଟ ଘରର ଶୋଭା ବଢ଼ାଇବ। ବିହାର ଡୁମରାଓସ୍ଥିତ ବୀର କୁବେର ସିଂ କୃଷି ମହାବିଦ୍ୟାଳୟ ପକ୍ଷରୁ ଏପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କେବଳ ଏତିକି ନୁହେଁ, ମୃତ କୀଟପତଙ୍ଗର ଦେହାବଶେଷକୁ ଏବେ ଅନୁଷ୍ଠାନ ପକ୍ଷରୁ ଅନ୍‌ଲାଇନରେ ବିକ୍ରି କରିବା ଆରମ୍ଭ କରାଯାଇଛି।
ଏ ଦିଗରେ ଗବେଷଣା କରୁଥିବା ଡା. ଚନ୍ଦ୍ରଶେଖର ପ୍ରଭାକର କୁହନ୍ତି, ସମଗ୍ର ଭାରତ ବର୍ଷରେ ଏପରି ପ୍ରକଳ୍ପ ପ୍ରଥମ। ମୃତ୍ୟୁ ପରେ ପ୍ରଜାପତି ଏବଂ ଅନ୍ୟ କୀଟ ଜନମାନସରୁ ହଜିଯାଆନ୍ତି। ହେଲେ ମୃତ୍ୟୁ ପରେ ବି ଏହି କୀଟପତଙ୍ଗ ସବୁ ୨୦ରୁ ୨୫ ବର୍ଷ ଯାଏ ଘର କାନ୍ଥର ଶୋଭା ବଢ଼ାଇବେ। ପ୍ରଭାକର ଆହୁରି ମଧ୍ୟ କହିଛନ୍ତି, ବିହାରର ବିଭିନ୍ନ ପ୍ରାନ୍ତରୁ ୫୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରଜାପତି ଚିହ୍ନଟ କରାଯାଇଛି। ମଲାପରେ ସେଗୁଡ଼ିକୁ ଶୋ’କେସ୍‌ରେ ସଜେଇ ରଖାଯିବ। ଏହାଦ୍ୱାରା ଏହି ସୁନ୍ଦର କୀଟ ବିଷୟରେ ଲୋକେ ଅଧିକ ସଚେତନ ହେବେ ଏବଂ ଏହାର ସୁରକ୍ଷା ଲାଗି ଆଗେଇ ଆସିବେ। କେବଳ ଏତିକି ନୁହେଁ, ଡୁମରାଓ କଲେଜ ସଂଗ୍ରହାଳୟରେ ଦୁର୍ଲଭ ପ୍ରଜାତିର ଏକ ଟସର କୀଟକୁ ସଂରକ୍ଷିତ କରି ରଖାଯାଇଛି। ସମ୍ଭବତଃ ଏହି ଟସର କୀଟର ରେଶମ ଉତ୍ପାଦନ କ୍ଷମତା ଅପେକ୍ଷାକୃତ ବେଶି। ଏହି କୀଟକୁ ନେଇ ଅଧିକ ଗବେଷଣା କରିବା ଆବଶ୍ୟକ। କଲେଜର ବିଶେଷଜ୍ଞ ଦଳ ଏହି କାମକୁ ଆଗକୁ ନେଉଛନ୍ତି। ବିହାର ରାଜ୍ୟ ମ୍ୟୁଜିୟମ୍‌ରେ ମଧ୍ୟ ଏପରି ମୃତ କୀଟଙ୍କ ଶୋ’କେସ୍‌ ଲଗାଇବାକୁ ଯୋଜନା କରାଯାଉଥିବା ଡା. ପ୍ରଭାକର ସୂଚନା ଦେଇଛନ୍ତି।
ଏ ସଂକ୍ରାନ୍ତରେ କୃଷି କଲେଜର ପ୍ରିନ୍ସପାଲ ଡା. ଅଜୟ କୁମାର କହିଛନ୍ତି, କଲେଜ ତରଫରୁ ଏପରି ଶୋ’କେସ୍‌ର ଅନ୍‌ଲାଇନ ବିକ୍ରି ଆରମ୍ଭ ହୋଇଛି। ଏହାର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ଯାଏ ରହିଛି। ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି। ଲୋକଙ୍କ ଆବଶ୍ୟକତା ଏବଂ ରୁଚି ଅନୁଯାୟୀ ଏହାର ଡିମାଣ୍ଡ ପୂରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଯୌନ କାର୍ଯ୍ୟରେ ଲିପ୍ତ ପ୍ରତ୍ୟେକ ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରମି କୋର୍ଟ

ନୂଆଦିଲ୍ଲୀ,୩୧।୫: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ବେଶ୍ୟାବୃତ୍ତିରେ ଲିପ୍ତ ପ୍ରତ୍ୟେକ ମହିଳା ବଳପୂର୍ବକ ଶିକାର ହୋଇଥିବା ଏବଂ ଫଳସ୍ବରୂପ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାଇବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ନିରାଡମ୍ବର ଉତ୍ସବରେ ଶପଥ ନେବେ ଶିବକୁମାର, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ବେଙ୍ଗାଲୁରୁ,୩୧।୫: ବର୍ଷ ବର୍ଷ ଧରି ରାଜନୈତିକ ଚାଲବାଜି ଏବଂ ସିଦ୍ଦାରାମାୟାଙ୍କ ସହ ତୀବ୍ର କ୍ଷମତା ସଂଘର୍ଷ ପରେ, ଡି.କେ. ଶିବକୁମାର ଶେଷରେ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାର ତାଙ୍କର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri