ଶୈବ, ଶାକ୍ତ ପୂଜାର ଚିନ୍‌ହାଁ: ନାଗ୍‌ବାଚା

ବିନିକା,୧୩।୯(ଡି.ଏନ୍‌.ଏ.): ଆମର ପୁରାଣ, ଶାସ୍ତ୍ରମାନକେ ଅନେକ ପୂଜାପାଠ୍‌, ତନ୍ତ୍ରମନ୍ତ୍ର ବାବ୍‌ଦେ ବରନନ୍‌ ରହିଛେ। ସେନ୍‌ତା ଆୟୁର୍ବେଦରେ ଅନେକ ରୋଗ୍‌ର ନିଦାନ୍‌ ସଂଗେ ସଁାପ୍‌, କଁଟିଆ, ବିଷାନ୍‌ ପୋକ୍‌ ଚାବ୍‌ଲେ ତାର ପରତିକାର ଲାଗି ଚେରମୂଲିର ବାବ୍‌ଦେ ବରନନ୍‌ ରହିଛେ। ଆଘୋ କାଲେ ଲୋକ୍‌ ରୋଗ୍‌ ଲାଗି ଆୟୁର୍ବେଦ୍‌, ସଁପ୍‌, କଁଟିଆ ଚାବ୍‌ଲେ ଫୁକାଝରା, ଗୁନିଗାରେଡି, ଚେରମୂଲିର ସାହାଯ୍‌ ନେଉଥିଲେ। ହେଲେ ଆଏଜ୍‌କାଲି ଇ ବୈଜ୍ଞାନିକ ଯୁଗେ ଇ ସବୁର ଗୁରୁତ୍‌ କମିଗଲାନ। କଁା ଭଁା ଗଁାଗଁଡ଼ାମାନକେ ଚେରମୂଲି ଚିକିଛା, ଫୁକାଝରା, ଗୁନିଗାରେଡି ଦେଖ୍‌ବାକେ ମିଲୁଛେ। ନାଗ୍‌ବାଚା ପୂଜା ହେଉଛେ ଇ ପରମ୍ପରାର ଗୁଟେ ଚିନ୍‌ହଁା ଆଏ।
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ବାଙ୍କିଘିର୍ଡି ଗଁାରେ ଆଏଜ୍‌କେ ୬୦ ବଛର ହେଲା ନାଗ୍‌ବାଚା ପୂଜା ହେଇଆସୁଛେ। ଫିବଛର ଲେଖେଁ ଗଲା ବୁଧୁବାର ଇ ପୂଜାର ମୂଲ ହେଇଛେ। ଇ ପରମ୍ପରାଟା ଶୈବ ଆର ଶାକ୍ତ ଉପାଶନାର ଆଧାରଥି ରହିଛେ। ନାଗ୍‌ବାଚା ପୂଜା କଡ଼ା ନୀତିନିୟମଥି ପାଲନ୍‌ ହେସି। ପୂଜା ମୂଲ କରବାର ଆଗ୍‌ରୁ ଭକତ୍‌ମାନେ ବଜାଗଜା ବଜେଇ ବୁଧୁବାର ଗୁରୁ ବରନ୍‌ କରିଥିଲେ। ଗୁରୁବରନ ଉତାରୁ ନାଗବାଚା ଦେଉଲ ଆଘେ ଭକତ୍‌ମାନେ ପହେଲା ଗୁରୁକଁର ଗୋଡ଼ ଧୁଇ ପୂଜା କରିଥିଲେ। ପଛେ ଗୁରୁ ସମଲେଇକଁର ଶାଲକା ବାଡ଼ିର ପୂଜା କରବାର ସଂଗେ ଶିବ ବରନ୍‌ ଲାଗି ସିଂଘିଯୁବା ପଁଚେତ୍‌ର ଖଇରମାଲ ଗଁାର ମନ୍ଦିରକେ ଯାଇଥିଲେ। ବରନ୍‌ ହେଇ ଆସିଥିବାର ଶିବକୁଁ ପହେଲା ଗଁା ଖୁଲିରେ ପୂଜା କରାଯାଇଥିଲା। ଯେନ୍‌ଟାକେ ଦେଶୀ ଭାଷାରେ ଡଁାଡ଼୍‌ ପୂଜା ବଲି କୁହାଯାଏସି। ପଛେ ଶିବକୁଁ ନାଗ୍‌ବାଚା ଦେଉଲେ ବିଜେ କରି ପୂଜାପାଠ୍‌ କରାଯାଇଥିଲା। ଗୁରୁ ଉପାସୀ ଭକତ୍‌ମାନକୁ ଥାଲ ଧରେଇ ମନ୍ତ୍ର ପଢ଼ି ତାକର ଦିହେ ଦେବ୍‌ତା ଭରେଇଥିଲେ। ଇ ସମିଆରେ ଗଁାର ଅନେକ ଲୋକ୍‌ ନିଜର ମାନ୍‌ସିକ୍‌ ପୂରନ୍‌ ଲାଗି ଦେବ୍‌ତା ଭରିଥିବାର ଭକତ୍‌ମାନକର ଆଘେ ପାଲ୍‌ ପଡ଼ିଥିଲେ। ସେନ୍‌ତା ଗୁରୁବାର ଝାରପୂଜା ହେଇଥିଲା। ଇ ପୂଜାର ଲାଗି ଗୁରୁକଁର ସଂଗେ ଭକତ୍‌ମାନେ ଜଂଗଲକେ ଯାଇ ଶିବ, ଗଣେଶ ଆର ଚଉଷଠି ଯୋଗିନୀକଁର ପୂଜା କରବେ। ସେଠାନେ ପୂଜା ଉତାରୁ ଗୁରୁ ଭକତ୍‌ମାନକୁ ସଁାପ୍‌ ଗରଲ ଖୁଆବାର ସଂଗେ ଯୋଗିନୀମାନକରନେ କୁକ୍‌ରା, ବୁକାଗର୍‌ରା ବଲି ଦେବେ। ସଭେ ରସାଦ ସେବନ କରି ଜଂଗ୍‌ଲେ ରାଏତ୍‌ କଟାବାର କାଯ୍‌କରମ ରହିଛେ। ଇ ପୂଜା ସମିଆରେ ଭକତ୍‌ମାନେ ତଲେ ଶୁଇବାର ସଂଗେ ଝାରପୂଜା ନାଇଁ ସରବାର ତକ୍‌ ଉପାସେ ରହେବାର କଡ଼ା ନିୟମ ରହିଛେ। ଚଲ୍‌ତି ବଛର ଇ ପୂଜାରେ ଗୁରୁ ହିସାବେ ରୁଦ୍ର ଘିବିଲା, ପୂଜା ପରିଚାଲକ୍‌ ହିସାବେ ଟିକେଶ୍ୱର ପୁଟେଲ, ହୃଷୀକେଶ ସେଠ୍‌, ତଷୋବନ୍ତ ପୁଟେଲ ପରମୁଖ ରହିଥିଲେ। ସେନ୍‌ତା ଉପାସୀ ଭକତ୍‌ ହିସାବେ ଟିହିଲୁ ଭୁଏ, ଠିବୁ ପୁଟେଲ, ବୁଟୁରୁ ଯୁଆଡ଼ି, କୀର୍ତ୍ତନ୍ୟ ନାଗ୍‌, ବାବାଜୀ ଦାସ, ନିର୍ମଳ ସେଠ୍‌ ଆର ଘନ ପୁଟେଲ ପରମୁଖ ୧୦୦ରୁ ଅଧ୍‌କା ଭକତ୍‌ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?