ଶେଷ ଇଚ୍ଛା ପୂରଣ କରିବ ଆମ୍ବୁଲାନ୍ସ

ସିଡନି,୨୬।୭: କୁହାଯାଏ ମରିବାକୁ ଥିବା ବା ମୃତବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ କରିବା ଭଲ। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ତାଙ୍କୁ ଆମ୍ବୁଲନ୍ସ ଜରିଆରେ ହସ୍ପିଟାଲ ନେବା ପୂର୍ବରୁ ସମୁଦ୍ର କୂଳକୁ ନିଆଯାଇଥିଲା। କାରଣ ତାଙ୍କର ଶେଷ ଇଚ୍ଛା ଥିଲା ମରିବା ପୂର୍ବରୁ ସେ ସମୁଦ୍ର କୂଳକୁ ଯିବେ। ଏବେ ଉକ୍ତ ମହିଳାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆ ସରକାର ଏବେ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଶେଷ ଇଚ୍ଛା ପୂରଣ କରିବାକୁ ଏବେ ସରକାର ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଚଳାଇବେ ବୋଲି କହିଛନ୍ତି। ତେବେ ଘଟଣାଟି ହେଉଛି ୨୦୧୭ ମସିହାର। ଜଣେ ଆମ୍ବୁଲାନ୍ସ କର୍ମଚାରୀ କୁଇନ୍ସଲାଣ୍ଡର ସେହି ମହିଳାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ତାଙ୍କୁ ସମୁଦ୍ର କୂଳକୁ ନେଇ ଯାଇଥିଲେ ଓ ମହିଳା ଜଣଙ୍କ ଷ୍ଟ୍ରେଚରରେ ବସି ସମୁଦ୍ର ଦେଖୁଥିବା ବେଳେ ତାଙ୍କର କିଛି ଫଟୋ ଉଠାଇଥିଲେ। ଏହି ମହିଳାଙ୍କ ଫଟୋ ଦେଖିବା ପରେ ଏଭଳି ବ୍ୟକ୍ତିଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ସରକାର ଏବେ ଆମ୍ବୁଲାନ୍ସ ଚଳାଇବାକୁ ସ୍ଥିର କରିଛନ୍ତି।

ଚଳିତ ସପ୍ତାହରେ ଏହି ଯୋଜନା କରାଯାଇଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଷ୍ଟିଭନ ମାଇଲ୍ସ କହିଛନ୍ତି ଏହା ଏକ କଠିନ କାମ। କାରଣ ଯେଉଁମାନେ ଶେଷ ଇଚ୍ଛା ପ୍ରକାଶ କରିବେ ସେମାନେ ନା ଚାଲିବୁଲିପାରୁ ଥିବେ ନା ସେମାନେ ସୁସ୍ଥ ଥିବେ ଏମାନଙ୍କୁ ଅକ୍ସିଜେନର ସହାୟତା ଦରକାର ଥିବା ବେଳେ ଏମାନଙ୍କ ଇଚ୍ଛା ପୂରଣ କରିବାର କାମ ସାମାନ୍ୟ କଠିନ ବୋଲି ସେ କହିଛନ୍ତି। ତେବେ ଯେଉଁମାନେ ନିଜ ନାତୁଣୀନାତିଙ୍କ ସହ ମିଶିବାକୁ ଚାହୁଁଥିବେ, ପାଳିତ ପଶୁଙ୍କୁ ଦେଖିବାକୁ ଚାହୁଁଥିବେ, ଆର୍ଟ ଗ୍ୟାଲେରୀ ଅବା ମ୍ୟୁଜିୟମ ବୁଲିବାକୁ ଇଚ୍ଛା କରୁଥିବେ ସେମାନଙ୍କୁ ଏହି ଆମ୍ବୁଲାନ୍ସ ସୁବିଧା ଯୋଗାଇ ଦିଆଯିବ ବୋଲି କୁଯାହାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଇଟ୍‌ ହାଉସ୍‌ରେ ସମୀରା

ଓ୍ବାଶିଂଟନ୍‌, ୧୭ା୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସମୀରା ଫେଜିଲି। ଭାରତୀୟ-ଆମେରିକୀୟ କମ୍ୟୁନିଟି ଏବଂ ଅର୍ଥନୈତିକ...

୪ ରାଜ୍ୟ ଶେଷ ଭରସା

ଓ୍ବାଶିଂଟନ,୨ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ଦୁଇଦିନ ବାକି ଥିବାବେଳେ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ସମ୍ଭାବନା ଥିବା ନେଇ...

ଏହି ଦେଶରେ ଛୁରୀରେ ହୋଇଥାଏ ମସାଜ: ଜାଣନ୍ତୁ କ’ଣ ରହିଛି ୨ହଜାର ବର୍ଷ ତଳର ଏହାର ଇତିହାସ

ତାଇପେଇ,୨୨।୬: ଫଳ, ପନିପରିବା ଓ ମାଂସ କାଟିବାରେ ଛୁରୀକୁ ବ୍ୟବହାର କରାଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି କି, ଛୁରୀରେ ମସାଜ କରାଯିବା କଥା। ଶୁଣିବାରେ ଏହା...

ପାପୁଆ ନ୍ୟୁ ଗିନିରେ ଭୂକମ୍ପ

କାନ୍‌ବେରା,୧୫ା୫(ଏପି): ମଙ୍ଗଳବାର ସନ୍ଧ୍ୟାରେ ପାପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହେବା ଫଳରେ ସୁନାମି ସତର୍କତା ଜାରି କରାଯାଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ (ୟୁଏସ୍‌ଜିଏସ୍‌)ର...

ଆମେରିକୀୟଙ୍କୁ ୧୦୦ ଦିନ ମାସ୍କ ପିନ୍ଧିବାକୁ କହିବେ ବାଇଡେନ୍‌

ଓ୍ବାଶିଂଟନ,୫ା୧୨: କୋଭିଡ୍‌-୧୯ରେ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାବାସୀଙ୍କୁ ଶହେ ଦିନ ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେବେ ବୋଲି କହିଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ...

ପଦ ଛାଡ଼ିବେ ଆମାଜନ୍‌ ସିଇଓ

ଇ-କମର୍ସ କମ୍ପାନୀ ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଆସନ୍ତା ଜୁଲାଇ ୫ରେ ସିଇଓ ପଦ ଛାଡ଼ିବେ। ବୁଧବାର ଆମାଜନ୍‌ ଶେୟାର ହୋଲ୍ଡରଙ୍କ ସହ ଏକ ବୈଠକରେ...

ଦୋହଲିଲା ମେକ୍ସିକୋ: ୭.୪ ତୀବ୍ରତାର ଭୂକମ୍ପ, ସୁନାମୀ ଚେତାବନୀ

ମେକ୍ସିକୋ,୨୪।୬: ମେକ୍ସିକୋ ସିଟିରେ ୭.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି। ପାଖାପାଖି ୧୪୦ ଥର...

କରୋନାର ଦୋହରା ମାଡ଼: ପୁଣି ଲକ୍‌ଡାଉନ୍‌ !

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏବେ କେତେକ ଦେଶରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ ପୁଣି...

Advertisement


Archives

Model This Week