ଶୃଙ୍ଖଳିତ ମତଦାନକୁ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧୪ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣଠାରୁ ଗଣତି ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନିର୍ବାଚନ କାର୍ଯ୍ୟ ସୁପରିଚାଳନା ନିମନ୍ତେ ରବିବାର ଖୋର୍ଦ୍ଧା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ମଧ୍ୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୬ ତାରିଖରେ ଟାଙ୍ଗୀ ଓ ବୋଲଗଡ଼, ୧୮ରେ ବାଣପୁର ଓ ବେଗୁନିଆ, ୨୦ରେ ଚିଲିକା ଓ ଖୋର୍ଦ୍ଧା, ୨୨ରେ ବାଲିପାଟଣା ଓ ଭୁବନେଶ୍ୱର ଏବଂ ଅନ୍ତିମ ପର୍ଯ୍ୟାୟ ୨୪ରେ ବାଲିଅନ୍ତା ଓ ଜଟଣୀ ବ୍ଲକ ପାଇଁ ଭୋଟ ଗ୍ରହଣ କରାଯିବ। ଜିଲାର ୧୦ଟି ବ୍ଲକରେ ୧୯୦ ସରପଞ୍ଚ, ସମିତି ସଭ୍ୟ, ୨୭୧୧ ୱାର୍ଡମେମ୍ବର ଏବଂ ୩୦ ଜିଲାପରିଷଦ ଜୋନ ନିମନ୍ତେ ମତଦାନ ହେବ। ଜିଲାରେ ୧୨୯ ଜିଲାପରିଷଦ, ୬୭୩ ସମିତି ସଭ୍ୟ, ୭୮୭ ସରପଞ୍ଚ ଏବଂ ୬୨୧୫ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ୧୦ ଲକ୍ଷ ୩୦ହଜାର୦୬୯ ମତଦାତା ମତଦାନ କରିବେ। ୨୭୧୧ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହେବ। ସେଥିରୁ ୫୦୦ ଅତି ସମ୍ବେଦନଶୀଳ, ୧୨୬୩ ସମ୍ବେଦନଶୀଳ ଓ ୯୪୮ ସାଧାରଣ ବୁଥ। ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଧାର୍ଯ୍ୟ ତାରିଖ ଓ ସମୟରେ ସଂପୃକ୍ତ ବ୍ଲକରେ ଯୋଗଦେବେ। ସେଠାରୁ ମତଦାନ କେନ୍ଦ୍ରକୁ ଯାତ୍ରା କରିବେ। ସ୍ଥାନୀୟ ତହସିଲଦର, ଥାନାଧିକାରୀ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିବେ। ଅତିସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥ୍‌ରେ ପୋଲିସ ମୁତୟନ କରାଯିବ। ରାଜ୍ୟ ନିର୍ବାଚନ କମିଶନଙ୍କ କୋଭିଡ୍‌ ଗାଇଡଲାଇନ ଅନୁସାରେ ମତଦାନ ସୁନିଶ୍ଚିତ କରାଯିବ। ମତଦାତାମାନେ କୋଭିଡ୍‌ ନିୟମ ଅନୁପାଳନ ଲାଗି ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାସ୍କ ପରିଧାନ ସହ ୬ଫୁଟ ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ରହିଛି। ମତଦାନ ସମୟରେ ସହଯୋଗ ଲାଗି ସମସ୍ତ ଭୋଟରଙ୍କୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ଅତିରିକ୍ତ ଜିଲାପାଳ ମଜୋଜ ପାଢୀ, ଅନୁଜ ଦାସ ପଟ୍ଟନାୟକ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଅତିରିକ୍ତ ଏସ୍‌ପି ସୁରେଶ କୁମାର ଦାଶ, ସଦର ଏସ୍‌ଡିପିଓ ସୁଶିଲ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲା ଏବଂ ବ୍ଲକସ୍ତରୀୟ ଅଧିକାରୀ ଓ ଥାନାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପରିସରରୁ ଛାତ୍ରଙ୍କ ସାଇକେଲ ନେଇଗଲେ ଦୁର୍ବୃତ୍ତ

ଗଞ୍ଜାମ,୧୬ା୭(ଡି.ଏନ୍‌.ଏ.): ଗଞ୍ଜାମ ସହରଠାରୁ କିଛି ଦୂର ଠାକୁରାଣୀ ମନ୍ଦିର ନିକଟରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ଶନିବାର ପୂର୍ବତନ ସରପଞ୍ଚ ନିରଞ୍ଜନ ରେଡ୍ଡୀଙ୍କ ପୁଅ ସପ୍ତମ...

ସାକ୍ଷୀଗୋପାଳରେ ୨ଘରୁ ଡକାୟତି: ହାତଗୋଡ ବାନ୍ଧି ଲୁଟିନେଲେ ଟଙ୍କା, ସୁନା

ସାକ୍ଷୀଗୋପାଳ, ୪ା୮(ଡି.ଏନ୍‌.ଏ.): ସାକ୍ଷୀଗୋପାଳ ରେଳଷ୍ଟେଶନ ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ଦୁଇଟି ପରିବାରରୁ ଲୁଟେରାମାନେ ବିପୁଳ ପରିମାଣର ସମ୍ପତ୍ତି ଲୁଟ୍‌ କରିନେଇଛନ୍ତି। ଲୁଟେରାମାନେ ଯାଦବ...

ଗଞ୍ଜାମ ଜିଲାପାଳଙ୍କ ନୂଆ ନିୟମ: ଏଥର ଅପରାହ୍ନ ୨ଟାରୁ ବନ୍ଦ ରହିବ ବଜାର

ଛତ୍ରପୁର,୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଜିଲାରେ ୨୦୯ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏଥିସହ କରୋନା ଜଣଙ୍କ...

ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ, ଜିଲାବାସୀ ଆତଙ୍କିତ

ବୌଦ୍ଧ, ୪ା୫ (ସ୍ବ.ପ୍ର.) ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ...

ସେଣ୍ଟ୍ରାଲ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା

ବଲାଙ୍ଗୀର ଅଫିସ, ୧୭ା୪- କରୋନା ଭାଇରସ ସଂକ୍ରମଣର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । କରୋନା ଲଢ଼େଇକୁ ମଜବୁତ କରିବା ପାଇଁ...

ବିଲରେ ଚାଷୀଙ୍କ ସନ୍ଦେହଜନକ ମୃତ୍ୟୁ

ବାସୁଦେବପୁର, ୨୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗଁା ଗ୍ରାମର ଶତୃଘ୍ନ ମଳିକ ନାମକ ଜଣେ ଚାଷୀଙ୍କର ସୋମବାର ପୂର୍ବାହ୍ନରେ ବିଲରେ...

ଆଇସିୟୁ ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଦେଲେ ଭର୍ତ୍ତୃହରି

କଟକ ଅଫିସ, ୨୮ା୩: କଟକ ଏମ୍‌ପି ଭର୍ତ୍ତୃହରି ମହତାବ ରାଜ୍ୟରେ ‘କରୋନା’ ମୁକାବିଲା ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଟଙ୍କା ଏବଂ ୩ ମାସର ଦରମା...

ବଡ଼ଦାଣ୍ଡରୁ ହଟୁଛନ୍ତି ଉଠାଦୋକାନୀ

ପୁରୀ ଅଫିସ, ୨୨।୬: ରଥଯାତ୍ରାକୁ ନେଇ ଗୋଟିଏ ପରେ ଗୋଟିଏ ବାଟ ଫିଟୁଥିବା ବେଳେ ଅନ୍ୟପଟେ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋର୍‌ ଧରିଛି। ସିଂହଦ୍ୱାରଠାରୁ ଗୁଣ୍ଡିଚା...

Advertisement
Archives

Model This Week