Posted inଖେଳ

ଶୂନ୍ୟରେ ଆଉଟ୍‌ ହେବାରେ ଆଫ୍ରିଦୀଙ୍କ ଶତକ

ଢାକା,୧୪।୧୨- ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଏବେ ବିଶ୍ୱର ବିଭିନ୍ନ ଲିଗ୍‌ରେ ଖେଳୁଛନ୍ତି। ମାତ୍ର ଏହି ଅବସରରେ ସେ ଶୂନ୍ୟରେ ଆଉଟ୍‌ ହେବରେ ଶତକ କରିଛନ୍ତି, ଯାହାକୁ ବିଶ୍ୱର କୌଣସି ଖେଳାଳି ହାସଲ କରିବାକୁ ଚାହିଁବେ ନାହିଁ। ବର୍ତ୍ତମାନ ସେ ବାଂଲାଦେଶ ପ୍ରିମିୟର ଲିଗ୍‌ (ପିବିଏଲ)ରେ ଢାକା ପ୍ଲାଟୁନ ପାଇଁ ଖେଳୁଛନ୍ତି। ରାଜଶାହି ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହି ପ୍ରସିଦ୍ଧ କ୍ରିକେଟର ଖାତା ଖୋଲି ପାରି ନ ଥିଲେ। ଏହାକୁ ମିଶାଇ ଆଫ୍ରିଦୀ ଖାତା ଖୋଲିବା ପୂର୍ବରୁ ୧୦୦ ଥର ଆଉଟ୍‌ ହୋଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ୫୬ ଥର ଶୂନ୍ୟରେ ଆଉଟ୍‌ ହୋଇଥିବା ଆଫ୍ରିଦୀ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଶୂନ୍ୟରେ ଆଉଟ ହେବାରେ ମିଳିତ ନବମ ସ୍ଥାନରେ ରହିଛନ୍ତି। ତାଙ୍କ ସହ ଜାହିର ଖାଁ ଓ ଶେନ ଓ୍ବର୍ନ ୪୪ ଥର ଶୂନ୍ୟରେ ଆଉଟ ହୋଇଛନ୍ତି। ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲୀଧରଣ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୫୯ ଥର ଶୂନ୍ୟରେ ଆଉଟ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେନିସ ବେଟିଂ: ଟପ୍‌ ୩୦ ମଧ୍ୟରୁ ଜଣେ ଖେଳାଳି ସମ୍ପୃକ୍ତ

ବର୍ଲିନ, ୧୬।୧୨ (ଏଏଫ୍‌ପି)- ଏଟିପି ମାନ୍ୟତାର ଶ୍ରେଷ୍ଠ ୩୦ ମଧ୍ୟରେ ସ୍ଥାନ ପାଇଥିବା ଜଣେ ଖେଳାଳିଙ୍କ ସମେତ ମୋଟ ୧୩୫ ଜଣ ଟେନିସ ଖେଳାଳି ଅନ୍ତର୍ଜାତୀୟ...

କୋପା ଆମେରିକା ସେମିରେ ବ୍ରାଜିଲ;ଫେଲ୍‌ ମାରିଲେ ମେସି

ବେଲୋ ହରିଜୋଣ୍ଟେ,୩।୭(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲାରେ ବ୍ରାଜିଲ ପ୍ରବେଶ କରିଛି। ଗାବ୍ରିଏଲ ଜିସସ ଓ ରବର୍ଟ ଫିର୍ମିନୋଙ୍କ ଗୋଟିଏ ଲେଖାଏ...

ନେଟ୍ସକୁ ଫେରିଲେ ପୂଜାରା

ନୂଆଦିଲ୍ଲୀ, ୨୩।୬(ପି.ଟି.)-ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ବ୍ୟବଧାନପରେ ନେଟ୍ସକୁ ଫେରିଛନ୍ତି ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା। ସୌରାଷ୍ଟ୍ରକୁ ପ୍ରଥମଥରପାଇଁ ରଣଜୀ ଟ୍ରଫି...

ଅନ୍ତର୍ଜାତୀୟ ମ୍ୟାଚ୍‌ ଚାଲୁଥିବା ସମୟରେ ଗାଧୋଇବାକୁ ଯାଇଥିଲେ ଏହି କ୍ରିକେଟର, ପରେ ଘଟିଲା ଏମିତି

୨୦୦୭ ରେ ଦକ୍ଷିଣ ଆଫ୍ରିକା ଗସ୍ତରେ କେପଟାଉନ ଟେଷ୍ଟରେ ଘଟିଥିବା ଏକ ଘଟଣା ବିଷୟରେ ଖୁଲାସା କରିଛନ୍ତି ଭାରତର ପୂର୍ବତନ ଓପନର୍‌ ଆକାଶ ଚୋପ୍ରା। ଏହି...

କଳିଙ୍ଗରେ ଓଡ଼ିଶା ଏଫ୍‌ସିର ବିଜୟ ଜାରି

ଭୁବନେଶ୍ୱର, ୭।୧ (ସ୍ପୋଟର୍‌ସ ବ୍ୟୁରୋ)- ଘରୋଇ କଳିଙ୍ଗ ଷ୍ଟାଡିୟମରେ ବିଜୟ ଅବ୍ୟାହତ ରଖିଛି ଓଡ଼ିଶା ଏଫ୍‌ସି ଟିମ୍‌। ଚଳିତ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର...

ହକି ଇଣ୍ଡିଆର ନୂଆ ପ୍ରୟାସ: ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲଙ୍କ ଇଣ୍ଟରାକ୍ଟିଭ୍‌ ସେଶନ

ନୂଆଦିଲ୍ଲୀ,୨୦।୪ (ପି.ଟି.):  କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏନ ନୂଆ ପ୍ରୟାସ ଆରମ୍ଭ କରିଛି। ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲମାନେ ପରସ୍ପର ସହିତ...

ଅଲିମ୍ପିକ୍ସ ଯୋଗ୍ୟତା ମୁଖ୍ୟ ଲକ୍ଷ୍ୟ: ଶାର୍କି

ଭୁବନେଶ୍ୱର, ୨୬।୧୦(କ୍ରୀଡ଼ା ପ୍ରତିନିଧି)- ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହିଳା...

୬ଟି ବଲରୁ ୬ଟି ଛକା ଦେଇଥିବା ବୋଲରଙ୍କ ପରଲୋକ

ଲଡ୍ସ, ୧।୮: ପ୍ରସିଦ୍ଧ କ୍ରିକେଟର ମ୍ୟାକଲୋମ ନ୍ୟାସଙ୍କ ୭୪ବର୍ଷ ବୟସରେ ପରଲୋକ ଘଟିଛି। ଲଡ୍ସର ଏକ ହୋଟେଲରେ ରାତ୍ରି ଭୋଜନ କରୁଥିବାବେଳେ ସେ ହଠାତ୍‌ ତଳେ...

Coronavirus Update


Archives

Model This Week

Why Dharitri