ଶୁକ୍ରବାର ବଦଳରେ ସୋମବାର ବସିବ କପଡ଼ା ବଜାର

ବରଗଡ଼ ଅଫିସ୍‌,୧୪ା୫- ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ମାର୍କେଟ୍‌ ୟାର୍ଡ଼ରେ ପ୍ରତି ସପ୍ତାହର ଶୁକ୍ରବାର ଉଭୟ କୃଷକ ବଜାର ଏବଂ କପଡ଼ା ବଜାର ବସୁଥିଲା। ତେବେ ବର୍ତ୍ତମାନ କରୋନା ସଂକ୍ରମଣ ଭୟ ରହିଥିବାବେଳେ ଉକ୍ତ ବଜାରରେ ଅସମ୍ଭାଳ ଭିଡ଼ ଯୋଗୁ ସାମାଜିକ ଦୂରତା ରହୁ ନଥିବା ପରିଲକ୍ଷିତ ହୋଇଥିଲା । ଫଳରେ ସ୍ଥାନୀୟ ଗ୍ରାମବାସୀ ସେଠାରୁ କପଡ଼ା ବଜାର ବନ୍ଦ କିମ୍ବା ସ୍ଥାନାନ୍ତର ପାଇଁ ଦାବି କରି ଜିଲା ପ୍ରଶାସନକୁ ଫେରାଦ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇଥିଲେ । ଗ୍ରାମବାସୀଙ୍କ ଦାବିକୁ ଦୃଷ୍ଟିରେ ଜିଲା ପ୍ରଶାସନ ଉକ୍ତ ବଜାରରେ ଉଭୟ କୃଷକ ବଜାର ଏବଂ କପଡ଼ା ବଜାର ପାଇଁ ପୃଥକ ଦିବସ ନିର୍ଦ୍ଧାରୀତ କରିଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ଏଣୁ ଏଣିକି ପ୍ରତି ଶୁକ୍ରବାର ବେହେରା ମାର୍କେଟ୍‌ ୟାର୍ଡ଼ରେ କୃଷକ ବଜାର ଏବଂ ପ୍ରତି ସୋମବାର କପଡ଼ା ବଜାର ବସିବ ବୋଲି ନିଷ୍ପତ୍ତି ନିଆଯାଇଛି । ବରଗଡ଼ ଜିଲା ନିୟନ୍ତ୍ରୀତ ବଜାର କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ତାଙ୍କ ପତ୍ରସଂଖ୍ୟା- ୪୩୩ ତା୧୪।୫।୨୦୨୦ରିଖରେ ଏହା ଉଲ୍ଲେଖ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଦଳରେ ଗଞ୍ଜାମର ୫ ପ୍ରତିଯୋଗୀ

ବ୍ରହ୍ମପୁର ଅଫିସ,୨୮।୩: ୩୨ତମ ଜାତୀୟସ୍ତରୀୟ ଟେନିସ ବଲ କ୍ରିକେଟ (ପୁରୁଷ ଓ ମହିଳା) ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଆସନ୍ତା ୨୮ରୁ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁରଠାରେ ଅନୁଷ୍ଠିତ ହେବ।...

ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ: ୩ ମାସ ଧରି ଜିଲାରେ ଚାଲିବ

ନୟାଗଡ଼ ଅଫିସ,୨୭ା୮: ସପ୍ତମ ଆର୍ଥିକ ଜନଗଣନା (ଇକୋନୋମିକ ସେନ୍‌ସସ୍‌) କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି। ଜିଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲାପାଳ ଡ. ପୋମା ଟୁଡୁ ଏହାକୁ...

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ମଥୁରାକୁ ଦହି ବିକିଗଲେ ଗୋପାଙ୍ଗନା

ବରଗଡ଼ ଅଫିସ,୪।୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ପଞ୍ଚମ ଦିବସ। ଏହି ଦିବସରୁ ଆରମ୍ଭ ହୋଇଛି ଗୋପୀ, ଗୋପାଙ୍ଗନାଙ୍କ ଦହି ବିକା...

ନୃସିଂହନାଥରେ ଲାଗିହେଲା ପଖାଳ ଭୋଗ

ପାଇକମାଳ, ୨୬।୪ (ଡି.ଏନ.ଏ.): ଅକ୍ଷୟ ତୃତୀୟାଠାରୁ ନୃସିଂହନାଥରେ ପଖାଳ ଭୋଗ ଲାଗି ହେଲା । କରୋନା ଯୋଗୁ ସାରା ଦେଶ ଲକ୍‌ଡାଉନରେ ଥିବାରୁ ଭକ୍ତମାନେ ଆସୁନାହାନ୍ତି।...

ସାଳନ୍ଦୀ ହସ୍‌ପିଟାଲରେ ମାଗଣା ଡାଏଲେସିସ୍‌ କେନ୍ଦ୍ରକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲା ମୋଟେଲ ଛକ ନିକଟସ୍ଥ ସାଳନ୍ଦୀ ହସ୍ପିଟାଲ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ମାଗଣା ଡାଏଲେସିିସ୍‌ କେନ୍ଦ୍ର ବୁଧବାର ଉଦ୍‌ଘାଟିତ...

‘ଶପଥ କରୁଛି ଲାଞ୍ଚ ନେବିନି କି କାହାକୁ ଦେବିନି’

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ମୁଁ ଶପଥ କରି କହୁଛି ଲାଞ୍ଚ ନେବିନି କି କାହାକୁ ଲାଞ୍ଚ ଦେବିନି। ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ସୋମବାର ଏଭଳି ଶପଥ...

ସୋରଡ଼ା ଏନ୍‌ଏସି ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ସୋରଡ଼ା,୩୦ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଏନ୍‌ଏସିର ନବନିର୍ବାଚିତ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଶିବଶଙ୍କର ପଣ୍ଡା। ଏହିଅବସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର...

ମୋବାଇଲ ପଡିଯିବାରୁ ଡ୍ୟାମ୍‌କୁ ଡେଇଁଲେ ଇଞ୍ଜିନିୟର, ଆଉ ତା’ପରେ

ବଗିଆପଡା,୧୪।୯(ସ୍ବ.ପ୍ର):ବୌଦ୍ଧ ଜିଲା ବଗିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝର ଡ୍ୟାମକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲା...

Advertisement
Archives

Model This Week