ଶୁକ୍ରବାରଠାରୁ ଧାନକିଣା, ଚାଷୀଙ୍କୁ ଅଡୁଆ ସମ୍ଭାବ୍ୟ ବାତ୍ୟା

ସୋନପୁର,୧୪ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ରବିଋତୁ ଧାନକିଣା ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପକ୍ଷେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବାକୁ ଯାଉଛି। ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ସହିତ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଚାଷୀମାନେ ସେମାନଙ୍କ ଅମଳ ଧାନ ତୁରନ୍ତ ବିକ୍ରି କରିବାକୁ ଚାହୁଁଛନ୍ତି। ଚାଷୀଙ୍କ ସୁବିଧା ପାଇଁ ସପ୍ତାହକ ୭ ଦିନ ମଣ୍ଡିରେ ଚାଷୀଙ୍କ ଧାନକ୍ରୟ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କ୍ରୟ କମିଟିରେ ନିଷ୍ପତ୍ତି ହୋଇଛି। ଏଥର ଲକ୍‌ଡାଉନ୍‌ ଯୋଗୁଁ କୃଷି ଶ୍ରମିକଙ୍କ ଅଭାବ ଦେଖାଯାଇଥିବା ବେଳେ ସାମାଜିକ ଦୂରତ୍ୱ ନେଇ କଟକଣା ଧାନ କିଣାବିକାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏହି କଟକଣା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୁବର୍ଣ୍ଣପୁର ଜିଲାରେ ୩୫ହଜାର ୯୭୭ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିଲା। ଧାନ ବିକ୍ରି ପାଇଁ ୨୮ହଜାର ୭୩୯ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଧାନ କିଣାବିକା ପାଇଁ ସମୁଦାୟ ୮୭ଟି ମଣ୍ଡି ଖୋଲାଯିବାର ବ୍ୟବସ୍ଥା ହୋଇଛି। ଧାନ ସଂଗ୍ରହ ପାଇଁ ଏଥର ସୁବର୍ଣ୍ଣପୁର ଜିଲାର ୪୧ଟି ମିଲର୍ସଙ୍କୁ ସାମିଲ କରାଯାଇଛି। ଏକର ପ୍ରତି ୨୬କୁଇଣ୍ଟାଲ ହାରରେ ପ୍ରତି ମଣ୍ଡିକୁ ଦିନକୁ କେବଳ ୩୦ରୁ ୩୫ଜଣ ଚାଷୀ ସାମାଜିକ ଦୂରତ୍ୱ ରଖି ଧାନବିକ୍ରି ପାଇଁ ଆସି ପାରିବେ ବୋଲି ସରକାରଙ୍କ କଟକଣା ରହିଛି । ଏହା ସେମାନଙ୍କୁ ଅଡୁଆରେ ପକାଇବ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି। ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରାଙ୍କୁ ପଚାରିବାରୁ ଶୁକ୍ରବାର ଧାନକ୍ରୟର ଶୁଭାରମ୍ଭ କରାଯିବ । ୨ରୁ ୩ ଦିନ ପରେ ଧାନକ୍ରୟ ସ୍ବାଭାବିକ ଭାବେ ଚାଲିବ। ଏ ସମ୍ପର୍କରେ ଅନଲାଇନ ଟୋକନ୍‌ ପାଇଥିବା ଚାଷୀଙ୍କୁ ପୂର୍ବରୁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri