Posted inଖେଳ

ଶୀର୍ଷ ସ୍ଥାନ ବଜାୟ ରଖିଲେ ଓସାକା

ରୋମ,୧୭ା୫(ଏଏଫ୍‌ପି)- ଜାପାନର ନାଓମି ଓସାକା ଗୁରୁବାର ଦୁଇଟି ମ୍ୟାଚ୍‌ ଜିତି ଇଟାଲିଆନ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେ ୬-୩, ୬-୩ ସେଟ୍‌ରେ ମିହେଲା ବୁଜର୍ନେସ୍କୁଙ୍କୁ ହରାଇ ଦେଇଛନ୍ତି। ବିଜୟ ଲାଗି ଓସାକାଙ୍କୁ ଏକ ଘଣ୍ଟା ୧୮ ମିନିଟ୍‌ ଲାଗିଥିଲା। ପୂର୍ବରୁ ଡୋମିନିକା ସିବୁଲକୋଭାଙ୍କୁ ୪୨ ମିନିଟ୍‌ରେ ହରାଇଥିଲେ। ୨୧ ବର୍ଷୀୟ ଜାପାନିଜଙ୍କୁ ଶୀର୍ଷ ସ୍ଥାନ ବଜାୟ ରଖିବା ପାଇଁ ଅତିକମ୍‌ରେ ଚଳିତ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାର ଆବଶ୍ୟକତା ଥିଲା। ରୋମାନିଆ ସିମୋନା ହାଲେପ ୨ୟ ରାଉଣ୍ଡରେ ପରାସ୍ତ ହେବାରୁ ଓସାକାଙ୍କୁ ଏହି ସୁଯୋଗ ମିଳିଥିଲା। ସେ ପରବର୍ତ୍ତୀ ମ୍ୟାଚ୍‌ରେ ମାଡ୍ରିଡ୍‌ ଚାମ୍ପିୟନ କିକି ବର୍ଟେନ୍ସଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ଚାଲୁଥିବା ସମୟରେ ହଠାତ୍‌ ଡ୍ରେସିଂ ରୁମ୍‌କୁ ଦୌଡିଲେ ଏହି ଖେଳାଳି, ଜାଣନ୍ତୁ କାହିଁକି

କରାଚି,୧୭।୧୧:ପାକିସ୍ତାନ ସୁପର ଲିଗ (ପିଏସଏଲ) ଏବେ ଚାଲିଛି। ଗତ ମାର୍ଚ୍ଚରେ ପ୍ଲେ ଅଫ ପୂର୍ବରୁ କରୋନା ଭାଇରସ କାରଣରୁ ପିସିଏ୍‌କୁ ସ୍ଥଗିତ ରଖାଯାଇଥିଲା ଏବଂ ଏବେ...

ଥାମ୍ପିଙ୍କ ଗୋଟିଏ ଓଭରରେ ୨୬ ରନ୍‌

ମୁମ୍ବାଇ,୨।୪: ଡିୱାଇ ପାଟିଲ ଷ୍ଟାଡିୟମରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ- ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଏଥିରେ ଧୂଆଁଧାର ବ୍ୟାଟିଂ କରି ଚର୍ଚ୍ଚାରେ ଅଛନ୍ତି...

ଅଗଷ୍ଟରେ ଫାଓ, ସେପ୍ଟେମ୍ବରରେ ଓସିଏ ନିର୍ବାଚନ : ଦୋଛକିରେ ସଞ୍ଜୟ, ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା

କଟକ ଅଫିସ,୬ା୭- ରାଜ୍ୟ କ୍ରୀଡ଼ା ଜଗତରେ ଯେଉଁ କେତୋଟି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ପ୍ରସଙ୍ଗ ସବୁଠାରୁ ଆଗରେ...

ପୂଜାରା, ରାହାନେଙ୍କ ଫର୍ମ ଉପରେ ମୁହଁ ଖୋଲିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩।୨: ବରିଷ୍ଠ ଟେଷ୍ଟ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଏବେ ଫର୍ମରେ ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଦୁହେଁ ୬ଟି ଇନିଂସ...

ଉଭୟ ଭାରତ, ଇଂଲଣ୍ଡ ପକ୍ଷରୁ ଖେଳିଛନ୍ତି ଏହି କ୍ରିକେଟର

ବର୍ତ୍ତମାନ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଛନ୍ତି। ଉଭୟ ଟିମ୍‌ରେ ଅନେକ ଭେଟେରାନ ଖେଳାଳି ରହିଛନ୍ତି, ଯେଉଁମାନେ ନିଜ ଦେଶକୁ ଜିତାଇବା ପାଇଁ...

ଆଇପିଏଲ୍‌ ପାଇଁ ଆଗ୍ରହ ଦେଖାଇ ନାହିଁ ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ, ୧୦ା୭ (ପି.ଟି.)-ଚଳିତବର୍ଷ ସ୍ଥଗିତ ରଖାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ପାଇଁ ନ୍ୟୁଜିଲାଣ୍ଡ ଆଗ୍ରହ ପ୍ରକାଶ କରିଥିବା ଯାହା ଶୁଣାଯାଉଛି ତାହା ଠିକ୍‌...

ଆଇପିଏଲରୁ ବାଦ୍‌ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୨୨।୪ : ସନରାଇଜର୍ସ ହାଇଦ୍ରାବାଦ୍‌ ପେସର ଟି. ନଟରାଜ ଚଳିତ ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ପୁଣି ଥରେ ସମସ୍ୟା ଦେଖାଦେଇଛି। ଆହତ ସମସ୍ୟା...

ଉଦ୍‌ଘାଟନୀ ଲଙ୍କା ପ୍ରିମିୟର ଲିଗ୍‌ ସ୍ଥଗିତ

କଲମ୍ବୋ, ୧୨ା୮ (ପି.ଟି.)-ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ର ପ୍ରଥମ ସଂସ୍କରଣକୁ ସ୍ଥଗିତ ରଖିଛି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)। ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି।...

Advertisement
Archives

Model This Week