Posted inଖେଳ

ଶୀର୍ଷରେ କୋହଲି, ଉପରକୁ ଉଠିଲେ ରାହାନେ

ଦୁବାଇ,୨୪।୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଉପରକୁ ଉଠି ୮ମ ସ୍ଥାନ ଅଧିକାର କରିଛନ୍ତି। କୋହଲିଙ୍କ ନିକଟରେ ସର୍ବାଧିକ ୯୧୮ ପଏଣ୍ଟ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା ଷ୍ଟିଭ ସ୍ମିଥଙ୍କଠାରୁ କୋହଲି ୧୭ ପଏଣ୍ଟ ଆଗରେ ଅଛନ୍ତି। ଚେତେଶ୍ୱର ପୂଜାରା ୭୯୪ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛନ୍ତି। ସେହିଭଳି ୭୫୯ ପଏଣ୍ଟ ସହ ରାହାନେ ଟପ୍‌ ୧୦ରେ ତୃତୀୟ ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମରା ଶ୍ରେଷ୍ଠ ର଼୍ୟାଙ୍କଧାରୀ ବୋଲର। ସେ (୭୯୪ ପଏଣ୍ଟ) ୬ଷ୍ଠ ସ୍ଥାନରେ ରହିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ୮ମ ସ୍ଥାନରେ ରହିଥିବାବେଳେ ମହମ୍ମଦ ଶାମି ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି। ୪୩୮ ପଏଣ୍ଟ ସହ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡରଙ୍କ ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ ଟପ୍‌ ୨୦ ବ୍ୟାଟ୍ସମ୍ୟାନଙ୍କ ତାଲିକାକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ୍‌ ଟ୍ରଫି ଫାଇନାଲ: ଈଶ୍ୱରନଙ୍କ ଶତକ: ଦୃଢ଼ସ୍ଥିତିରେ ଇଣ୍ଡିଆ ରେଡ୍‌

ବେଙ୍ଗାଲୁରୁ, ୬।୯ (ପି.ଟି.)- ଓପନର୍‌ ଅଭିମନ୍ୟୁ ଈଶ୍ୱରନଙ୍କ ଅପରାଜିତ ଶତକୀୟ ଇନିଂସ ବଳରେ ଇଣ୍ଡିଆ ଗ୍ରୀନ୍‌ ବିପକ୍ଷରେ ଚାଲିଥିବା ଦୁଲୀପ୍‌ ଟ୍ରଫି ଫାଇନାଲରେ ପ୍ରିୟଙ୍କ ପଞ୍ଚଲଙ୍କ...

ଫୁଟ୍‌ବଲର ଆଲ୍‌ଭେସ୍‌ ସ୍ପେନ୍‌ରେ ଗିରଫ

ବାର୍ସିଲୋନା,୨୧।୧ (ଏପି): ବ୍ରାଜିଲ ଫୁଟ୍‌ବଲ ଖେଳାଳି ଡାନି ଆଲ୍‌ଭେସ୍‌ ଶୁକ୍ରବାର ଗିରଫ ହୋଇଛନ୍ତି। ସ୍ପେନ୍‌ରେ ସେ ଜଣେ ମହିଳାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଏହି...

ଟାର୍ଗେଟ ୧୧.୧୦ ସେକେଣ୍ଡ: ଦୂତୀ

ଭୁବନେଶ୍ୱର, ୧।୭: (କ୍ରୀଡ଼ା ପ୍ରତିନିଧି)- ସ୍ବ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଯାହା ଆଶା କରୁଥିଲେ ତାହା ହେଲା। ଯୋଗ୍ୟତା ଟାଇମିଂ ନ ହେଲେବି ବିଶ୍ୱ ର଼୍ୟାଙ୍କିଙ୍ଗ...

ବାପା ବିକୁଥିଲେ କ୍ଷୀର, ପୁଅ ଦେଶ ପାଇଁ ଆଣିଲେ ପଦକ

ନୁର୍‌-ସୁଲତାନ(କଜାଖସ୍ତାନ),୨୩।୯: ଭାରତର ଯୁବ ରେସଲର୍‌ ଦୀପକ ପୁନିଆ ଆହତ କାରଣରୁ ୱାଲର୍‌ଡ ରେସଲିଂ ଚାମ୍ପିୟନଶିପର ଫାଇନାଲ ଓହରିଯାଇଛନ୍ତି, ଯାହା ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ...

ଭାରତର ଏହି ଖେଳାଳି ପର୍‌ଫେକ୍ଟ ଟି-୨୦ କ୍ରିକେଟର: ମାଇକେଲ ଭନ

ନୂଆଦିଲ୍ଲୀ,୫।୧୦: ଭାରତୀୟ ଅଲରାଉଣ୍ଡରଙ୍କ ପ୍ରଶଂସାରେ ଶତମୁଖ ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ। ନିଜ ଟୁଇଟ୍‌ରେ ଭାରତୀୟ ଦଳକୁ କଟାକ୍ଷ କରିଆସୁଥିବା ଭନ ଏବେ...

୧୦୦ ମିଟରରୁ ଦୂତୀଙ୍କ ଅଭିଯାନ ଶେଷ

ଭୁବନେଶ୍ୱର, ୩୧।୭(କ୍ରୀଡ଼ା ପ୍ରତିନିଧି)- ଟୋକିଓରେ ଚାଲିଥିବା ଅଲିମ୍ପିକ୍ସର ମହିଳା ୧୦୦ ମିଟର ହିଟ୍‌ରୁ ଓଡ଼ିଶାର ଦୂତୀ ଚାନ୍ଦଙ୍କ ଅଭିଯାନ ଶେଷ ହୋଇଛି। ଏହି ଇଭେଣ୍ଟରେ ଭାରତକୁ...

ଯୁବ ବକ୍ସିଂ ଚାମ୍ପିୟନଶିପ: କ୍ୱାର୍ଟରରେ ଅରୁନ୍ଧତି, ବେବିରୋଜିସାନା

ନୂଆଦିଲ୍ଲୀ,୧୭।୪(ପି.ଟି.): ପୋଲାଣ୍ଡର କିଏଲ୍‌ସିଠାରେ ପୁରୁଷ ଓ ମହିଳାଙ୍କୁ ନେଇ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଖେଲୋ ଇଣ୍ଡିଆ ସ୍ବର୍ଣ୍ଣ ପଦକ ବିଜୟିନୀ ଅରୁନ୍ଧତି ଚୌଧୁରୀ...

ସୌଭାଗ୍ୟଙ୍କୁ ଆଇରନ ମ୍ୟାନ ଟାଇଟଲ

କଟକ ଅଫିସ,୩୧ା୭-ଓଡ଼ିଶାର ସୌଭାଗ୍ୟ କୁମାର ରଥ ଆଇରନ ମ୍ୟାନ ଟାଇଟଲ ହାସଲ କରିଛନ୍ତି। ଜର୍ମାନୀର ହାମବର୍ଗଠାରେ ଅନୁଷ୍ଠିତ ଆଇରନ ମ୍ୟାନ ପ୍ରତିଯୋଗିତାର ସବୁ ରାଉଣ୍ଡକୁ ସଫଳତାର...

Advertisement
Archives

Model This Week