ଶୀତ ପୂର୍ବରୁ ବିଦେଶାଗତ ପକ୍ଷୀଙ୍କ ସମାଗମ

ସୋନପୁର,୧୪।୧୦(ନି.ପ୍ର.):ଶୀତ ଆସିବା ପୂର୍ବରୁ ସୁବର୍ଣ୍ଣପୁର ଜିଲାରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଲାଣ। ଗୁରୁବାର ସୋନପୁର ସହର ଥନାପତିପଡାରେ ବିରଳ ପେରିଗ୍ରୀନ୍‌ ଫାଲ୍‌କନ ପକ୍ଷୀଙ୍କୁ ଠାବ କରାଯାଇଛି। ସୁଦୂର ଉତ୍ତର ଆମେରିକାରୁ ଏହି ପକ୍ଷୀ ଏଠାକୁ ଆସିଥିବା ଜଣାଯାଇଛି। ଏହି ପକ୍ଷୀ ସବୁଠୁ ଦ୍ରୁତ ବେଗରେ ଉଡି ପାରନ୍ତି। ଏହି ପକ୍ଷୀଙ୍କ ଆଗମନ ସୋନପୁରର ପ୍ରାକୃତିକ ଶୋଭାରାଜିକୁ ଦ୍ୱିଗୁଣିତ କରିଛି।
ସାଧାରଣତଃ ଶୀତଋତୁ ଆଗମନରେ ଚିରସ୍ରୋତା ମହାନଦୀ ଓ ତେଲ ନଦୀରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଉତ୍ତର ଆମେରିକା ଓ ସାଇବେରିଆରେ ଶୀତ ଋତୁରେ ବରଫ ପଡୁଥିବାରୁ ପକ୍ଷୀମାନେ ସ୍ବଚ୍ଛନ୍ଦରେ ରହିବାକୁ ଏଠାକୁ ଚାଲି ଆସୁଛନ୍ତି। ପୂର୍ବରୁ ମହାନଦୀର ଜଳରାଶିରେ ବିରଳ ପକ୍ଷୀ କମନ ମରଗାନସର(ବୈଜ୍ଞାନିକ ନାମ ମରଗସ ମରଗାନସର) ଠାବ ହୋଇଥିଲା। ଏହି ପକ୍ଷୀ ଉତ୍ତର ଆମେରିକା ଓ ପୂର୍ବ ୟୁରୋପିଆନରେ ପ୍ରାୟତଃ ଦେଖାଯାଆନ୍ତି। ଓଡିଶାର କେବଳ ସୋନପୁରରେ ହିଁ ଗତ କିଛି ବର୍ଷ ହେବ ଶୀତଦିନରେ କମନ ମରଗାନସର ଠାବ ହେଉଛନ୍ତି। ସେହିପରି ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ରାମେଶ୍ୱର ତଳି ଅଞ୍ଚଳ ନଦୀ ବାଲିରେ ଗତବର୍ଷ ବହୁ ସଂଖ୍ୟକ ବ୍ଲାକ ବେଲିଡ୍‌ ଟର୍ନ ନାମକ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥିଲା। ତେବେ ପେରିଗ୍ରୀନ୍‌ ଫାଲ୍‌କନ ପକ୍ଷୀ ଏଥର ନୂଆ କରି ଆସିଥିବାରୁ ପକ୍ଷୀପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ପ୍ରଜାତିର ପକ୍ଷୀ ବଡ ବଡ ବିଦ୍ୟୁତ୍‌ ଖୁଣ୍ଟ ଓ ମୋବାଇଲ ଟାଓ୍ବାର ଉପରେ ବସି ରହି ଶୁଆ, ପାରା ଇତ୍ୟାଦି ପକ୍ଷୀଙ୍କୁ ଶିକାର କରି ଖାଆନ୍ତି ବୋଲି ପକ୍ଷୀପ୍ରେମୀ ତଥା ଯୁବ ଫଟୋଗ୍ରାଫର ପିନାକୀ ଜ୍ୟୋତିରାଦିତ୍ୟ ପଣ୍ଡା ଓ ନରେନ ମଲ୍ଲିକ ପ୍ରକାଶ କରିଛନ୍ତି। ଜିଲାରେ ଅନୁକୂଳ ପରିବେଶ ଓ ଶିକାରୀଙ୍କ ସଂଖ୍ୟା ହ୍ରାସ ପାଇବା ଫଳରେ ଦେଶ ବିଦେଶରୁ ବିଭିନ୍ନ ପ୍ରଜାତିର ଶତାଧିକ ପକ୍ଷୀ ଏଠାକୁ ପ୍ରତିବର୍ଷ ଛୁଟି ଆସୁଛନ୍ତି। ପକ୍ଷୀଙ୍କ କାକଳିରେ ମହାନଦୀ ଓ ତେଲନଦୀର ପଠା ମୁଖରିତ ହେବା ସହ ଏହି ଶୋଭା ଦେଖିବାକୁ ପକ୍ଷୀପ୍ରେମୀ, ଫଟୋଗ୍ରାଫର ଓ ପର୍ଯ୍ୟଟକଙ୍କ ଭିଡ ଜମୁଛି। ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେଲା ୟୁରୋପ ମହାଦେଶରୁ ରୁଡିସଲଡକ, ପୂର୍ବ ମହାଦେଶରୁ ରୋଜିଷ୍ଟୋଲିଙ୍ଗ, ଭଡିଟର ଫ୍ଲାଏକେଚର, ରେଡକ୍ରେଷ୍ଟେଟ୍‌, ପୋଚାର୍ଡ, ଲିଟିଲଗ୍ରେବ, ବ୍ଲାକ ବେଲିଡ୍‌ ଟର୍ନ, ପେଲିକାନପେରି ଭଳି ପ୍ରମୁଖ ବିରଳ ପକ୍ଷୀ ଏଠାକୁ ଶୀତଦିନରେ ଆସି ମହାନଦୀର ଶୋଭା ବଢାଇଥାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସୁରଟରୁ ଫେରିଲେ ୧୨୦ ପ୍ରବାସୀ ଓଡ଼ିଆ: କୋଲକାତାରୁ ଜଣେ ଚାଲି ଚାଲି ଆସିଲେ

ଔପଦା, ୪।୫(ଡି.ଏନ୍‌.ଏ.): ସୁରଟରୁ ୧୨୦ଜଣ ପ୍ରବାସୀ ଓଡ଼ିଆ ବସ୍‌ ଯୋଗେ ସୋମବାର ପହଞ୍ଚିଛନ୍ତି। ଆସିବା ବାଟରେ ଭଦ୍ରକରେ ଜଣେ, ସୋରରେ ୨, ଖଇରା ବ୍ଲକ ତୁଡ଼ିଗଡ଼ିଆରେ...

ନୂଆ ନିର୍ଦ୍ଦେଶନାମା ଜାରି କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧ା୭ (ଡି.ଏନ୍‌.ଏ.)-କେନ୍ଦ୍ର ଓ ରାଜ୍ୟ ସରକାର ଅନ୍‌ଲକ୍‌-୨ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ମଙ୍ଗଳବାରଠାରୁ ଏହା କାର୍ଯ୍ୟକାରୀ ହେବ। ଏହି କ୍ରମରେ ଗଞ୍ଜାମ ଜିଲାପାଳ ବିଜୟ...

ଓଭର ହେଡ୍‌ ପାଣିଟାଙ୍କି କାର୍ଯ୍ୟକ୍ଷମ ହେଉନି

ଆଳି,୨୭ା୮(ଡି.ଏନ.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତି ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ କରି ୧ ଲକ୍ଷ ବିଶିଷ୍ଟ...

ଭଦ୍ରକରେ ବନ୍ଦ ପାଳନ, ପିକେଟିଂ କରି ସହର ସାରା ପଇଁତରା ମାରୁଛନ୍ତି କଂଗ୍ରେସ କର୍ମୀ

ଭଦ୍ରକ ଅଫିସ,୧୫।୨: ତୈଳ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସର ଓଡିଶା ବନ୍ଦ ଡାକରାର ପ୍ରଭାବ...

ଖୋର୍ଦ୍ଧାରେ ଲକ୍‌ଡାଉନ୍‌ ଉଲ୍ଲଂଘନ: ୭ ଦୋକାନ ସିଲ୍‌ କଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୭ା୪ : କୋଭିଡ୍‌-୧୯ ଭୁତାଣୁ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ...

ହାତୀ ମୃତ୍ୟୁ ମାମଲା: ଫରେଷ୍ଟର,ଗାର୍ଡ ନିଲମ୍ବିତ

କେନ୍ଦୁଝର,୩୦।୮ (ସ୍ବ.ପ୍ର.) ସ୍ଥାନୀୟ ଓୟୁଏଟି କ୍ୟାମ୍ପସରେ ଦୁଇ ମାଈହାତୀ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିବା ଘଟଣାରେ ବନ ବିଭାଗ ଫରେଷ୍ଟର ପ୍ରଦୀପ ବାରିକ ଏବଂ ଗାର୍ଡ...

ଏ.ଜି . କାର୍ଯ୍ୟାଳୟରେ ପହଞ୍ଚିନି ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରାୟ ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌ କାଗଜପତ୍ର ଭୁବନେଶ୍ୱରସ୍ଥିତ ଏ.ଜି କାର୍ଯ୍ୟାଳୟରେ ପହଞ୍ଚି ନ ଥିବାରୁ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବାକୁ...

ମରାମତି ହେଉନି ଦୁର୍ବଳ ନଦୀବନ୍ଧ: ବନ୍ୟା ଭୟରେ ତଳିଆ ଅଞ୍ଚଳବାସୀ

ବରୀ, ୨୪।୮(ଡି.ଏନ୍‌.ଏ.): ଲଗୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବରୀ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବନ୍ୟା ଆଶଙ୍କା...

Advertisement
Archives

Model This Week