ଚାନ୍ଦବାଲି ଗାଁକୁ ପଶିଲା ଜୁଆର ପାଣି: ନଦୀକୂଳବାସୀ ଆତଙ୍କିତ, ଖରିଫ ଫସଲ ବାଧାପ୍ରାପ୍ତ ହେବା ଆଶଙ୍କା

ଆରଡି, ୨ା୭(ଡି.ଏନ.ଏ.)-ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବା ପରେ ଚାନ୍ଦବାଲି ଜିଲାରେ ଲଗାଣବର୍ଷା ଲାଗି ରହିଛି। ଚାନ୍ଦବାଲି ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ମଙ୍ଗଳବାର ଅମାବାସ୍ୟା ଯୋଗୁ ସମୁଦ୍ର ଅତ୍ୟନ୍ତ ଜୁଆରିଆ ରହିଛି। ମୁହାଣ ଦେଇ ବୈତରଣୀକୁ ଅଧିକ ଜୁଆର ପାଣି ପଶିିଛି। ଏ ନେଇ ବୈତରଣୀ ଓ ସାଳନ୍ଦୀ ମିଶ୍ରଣସ୍ଥଳ ସନ୍ନିକଟ ନଦୀକୂଳବାସୀ ଆତଙ୍କିତ ହୋଇପଡିଛନ୍ତି। ଆରଡି ପଞ୍ଚାୟତ ଶୀତଳପୁର ଗାଁକୁ ସାଳନ୍ଦୀ ନଦୀରେ ଆସିଥିବା ଜୁଆର ପାଣି ମାଡି ଯାଇଛି। ଲୁଣିପାଣି ମାଡିବାରୁ ଖରିଫ ଫସଲ ଗୁରୁତର ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି।

ଶୀତଳପୁର ଗାଁ ଦାଣ୍ଡରେ ବର୍ଷା ଓ ଜୁଆର ପାଣି ଲହଡ଼ି ଭାଙ୍ଗୁଥିବା ଏବଂ ଗାଁ ରାସ୍ତା ବୁଡି ରହିଥିବାରୁ ମଙ୍ଗଳବାର ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯାଇପାରି ନାହାନ୍ତି। ଜୁଆର ପାଣି ଛାଡିବାକୁ ୪ରୁ ୫ ଦିନ ଲାଗିବ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ନଦୀରେ ଥିବା କୁମ୍ଭୀର ଆକ୍ରମଣ ଭୟ ଯୋଗୁ ଲୋକମାନେ ନଦୀକୂଳ ରାସ୍ତାରେ ଯିବାକୁ ଡରୁଛନ୍ତି। କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇବା ଲାଗି ପାରମ୍ପରିକ ବିଶ୍ୱାସ ଅନୁଯାୟୀ ଲୋକେ ନଦୀ କୂଳରେ ଡଙ୍ଗା ବାନ୍ଧି ରଖିଥିବା କହିଛନ୍ତି। ଏଥର ଲୁଣା ପାଣି ଦାରୁ ଗାଁକୁ ରକ୍ଷା କରିବା ଲାଗି ଗତ ଜାନୁୟାରୀରେ ସାଳନ୍ଦୀ ନଦୀ କୂଳରେ ଲୁଣାବନ୍ଧ ନିର୍ମାଣ ଆରମ୍ଭ ହୋଇଥିଲା ା ଶୀତଳପୁର ଗାଁ ନିକଟରେ ନଦୀବନ୍ଧରେ ମୁଠାଏ ମାଟି ପଡି ନ ଥିବାରୁ ଏବେ ଜୁଆର ପାଣି କ୍ଷତି ଘଟାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତିବର୍ଷ ଏଭଳି ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ପ୍ରଶାସନ କେବଳ ବାଲିବସ୍ତା ପକାଇ ଅସ୍ଥାୟୀ ପଦକ୍ଷେପ ନେଉ ନ ଥିବାରୁ ଏହାର ସ୍ଥାୟୀ ପ୍ରତିକାର ହୋଇପାରୁ ନାହିଁ ା ଏଥର ବର୍ଷାଦିନ ଆରମ୍ଭରୁ ଜୁଆର ପାଣି ଗ୍ରାମବାସୀଙ୍କ ଆଖିରୁ ନିଦ ହଜାଇଛି ବୋଲି ଗ୍ରାମର ଅଧିବାସୀ ପ୍ରଦୀପ ନାୟକ କହିଛନ୍ତି। ଆରଡି ସରପଞ୍ଚ ଅରବିନ୍ଦ ପାଢୀଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ବାଲିବସ୍ତା ପକାଯିବା ଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri