ଶୀତଦିନେ ଶିଶୁର ଯତ୍ନ

ଯେଉଁ ଶିଶୁ ଜନ୍ମବେଳେ ଠିକ୍‌ ଓଜନର ହେବା ସହ ଭଲ ଭାବେ କାନ୍ଦିଥାଏ ଆମେ ତାକୁ ସୁସ୍ଥ ଶିଶୁ ବୋଲି କହିଥାଉ। ତଥାପି ଜନ୍ମପରେ ପରେ ଶିଶୁର ଚିକିତ୍ସା ଆବଶ୍ୟକ। ଏହା ମଧ୍ୟ ବାହାର ଉତ୍ତାପ ଉପରେ ନିର୍ଭର କରିଥାଏ। ଗ୍ରୀଷ୍ମ ଓ ଶୀତଋତୁରେ ଶିଶୁର ଚିକିତ୍ସା ଭିନ୍ନ ଭିନ୍ନ ହୋଇଥାଏ। ସାଧାରଣତଃ ଜନ୍ମ ପରେ ଶିଶୁକୁ ଶୁଖିଲା ଓ ପତଳା କନାରେ ପୋଛିଦେଇ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇଦେବା ଉଚିତ। ବିଶେଷକରି ଶୀତଦିନେ ବାହାର ତାପମାତ୍ରା କମ୍‌ ଥିବାରୁ ଶିଶୁକୁ ଘୋଡ଼ାଇଦେଇ ବେବି ଓ୍ବାର୍ମରରେ ଶୁଆଇ ଦିଆଯାଏ। ମା’ ଗର୍ଭରେ ଥିବାବେଳେ ସେ ଯେତିକି ଉଷୁମ ରହୁଥିଲା ବେବି ଓ୍ବାର୍ମରରେ ମଧ୍ୟ ସେତିକି ଉତ୍ତାପ ରହିବା ଆବଶ୍ୟକ। ଦ୍ୱିତୀୟ କଥା ହେଉଛି ଶ୍ୱାସକ୍ରିୟା ଠିକ୍‌ ହେଉଛି ନା ନାହିଁ ଦୃଷ୍ଟି ଦେବା ଦରକାର।
ଏହା ପରର ମୁଖ୍ୟ ଜିନିଷ ହେଉଛି ଶିଶୁର ଖାଦ୍ୟ। ଜନ୍ମହେବା ମାତ୍ରେ ଶିଶୁକୁ ମା’ କ୍ଷୀର ଖୁଆଇବା ଆବଶ୍ୟକ। ସେ ସମୟରେ ମା’ ତାକୁ ଭଲଭାବେ କୋଳେଇ ନେବା ଦ୍ୱାରା ମା’ର ହାତ ଓ ପିନ୍ଧିବା ବସ୍ତ୍ର ତାକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ। ଏହାଛଡ଼ା ଖାଇବା ପରେ ମଧ୍ୟ ମା’ର ଉଷୁମ କୋଳ ତାକୁ ଗରମ ରଖିଥାଏ, ଏହାକୁ ରୁମିଂ ଇନ୍‌ ବା ବେଡିଂ ଇନ୍‌ କୁହାଯାଏ। ଏହା ମା’ ଓ ଶିଶୁ ମଧ୍ୟରେ ଏକ ସୁଦୃଢ଼ ବନ୍ଧନ ରଖିବା ସହ ଶିଶୁକୁ ସୁରକ୍ଷା ଦେଇଥାଏ। ଶୀତଦିନେ ପ୍ରାୟ ପ୍ରତ୍ୟେକ ହସ୍ପିଟାଲରେ ଶିଶୁକୁ ଗରମ ରଖିବା ଲାଗି ମା’ ନିଜ ଶାଢ଼ି ବା ଗାଉନ ଭିତରେ ଘୋଡ଼ାଇ ରଖି କ୍ଷୀର ଖୁଆଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି, ଯାହାକୁ କଙ୍ଗାରୁ କେୟାର କୁହାଯାଇଥାଏ।
ଶୀତଦିନେ ଜନ୍ମହେବା ପରେ ପରେ ଶିଶୁକୁ ଗାଧୋଇଦେବା ଉଚିତ୍‌ ନୁହେଁ। ସେଥିପାଇଁ ଆଜିକାଲି ଶିଶୁକୁ ଅଏଲ୍‌ ବାଥ୍‌ ଦିଆଯାଉଛି କିମ୍ବା କେବଳ ମଳ ପୋଛି ବେବି ଓ୍ବାର୍ମରରେ ଶୁଆଇ ଦିଆଯାଉଛି। ଅନ୍ୟଦିନ ଅପେକ୍ଷା ଏଦିନେ ଶିଶୁର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ବାହାରର ଥଣ୍ଡା ପବନରୁ ରକ୍ଷା ପାଇବା ପାଇଁ କବାଟ ଝରକା ବନ୍ଦ କରି ଉଷୁମ ତେଲ ମାଲିସ୍‌ କରିବା ଆବଶ୍ୟକ। ନଡ଼ିଆ ତେଲ, ରାଶି ତେଲ, ଅଲିଭ୍‌ ତେଲ କିମ୍ବା ଯେକୌଣସି ବେବି ଅଏଲ୍‌କୁ ନଖଉଷୁମ କରି ମାଲିସ୍‌ କରିବା ଭଲ। ତେଲ ମାଲିସ୍‌ ଆଗରୁ ହାତକୁ ସାମାନ୍ୟ ଗରମ କରିବା ଦରକାର। ଏହାପରେ ସଙ୍ଗେସଙ୍ଗେ ଶିଶୁକୁ ଘୋଡ଼ାଇ ଦେଇ ଖୁଆଇବା ଆବଶ୍ୟକ। ଦିନକୁ ଦୁଇଥର ତେଲ ମାଲିସ୍‌ କଲେ ଶିଶୁ ଦେହରେ ରକ୍ତ ସଞ୍ଚାଳନ ଭଲ ହେବା ସହ ଶରୀରକୁ ସଶକ୍ତ ହେବାରେ ସାହାଯ୍ୟ କରିଥାଏ। ମାଲିସ୍‌ ପରେ ଶିଶୁକୁ ଗାଧୋଇବା ପୂର୍ବରୁ କୋଠରିକୁ ରୁମ୍‌ ହିଟର ଲଗାଇ ଉଷୁମ କରିବା ସହ ଉଷୁମ ପାଣିରେ ଗାଧୋଇବା ଦରକାର। ପ୍ରଥମେ ପ୍ରଥମେ ଶିଶୁକୁ ଅଧିକ ନ ଗାଧେଇ ଉଷୁମ ପାଣିରେ କପଡ଼ା ବୁଡ଼ାଇ ଚିପୁଡ଼ି ଭଲଭାବେ ପୋଛିବା(ସ୍ପଞ୍ଜିଂ) ଆବଶ୍ୟକ।
ଶୀତଦିନେ ଶିଶୁକୁ ନରମ ଉଲେନ ପୋଷାକ ପିନ୍ଧାଇବା ଆବଶ୍ୟକ। ଏଥିସହ ହାତ ଓ ଗୋଡ଼ ମୋଜା, ଟୋପି ପିନ୍ଧାନ୍ତୁ। ସୂତା କମ୍ବଳ ବା ନରମ ଉଲେନ କମ୍ବଳ ଘୋଡ଼ାଇବା ଦରକାର। କିନ୍ତୁ ବେଳେବେଳେ ବେଶି ଗରମ ଡ୍ରେସ୍‌ ପିନ୍ଧାଇଲେ ଶିଶୁର ଝାଳ ବାହାରି ଡିହାଇଡ୍ରେଶନ୍‌ ହୋଇଯାଏ। ଏଥିପାଇଁ ଶିଶୁ ଘନ ଘନ ନିଃଶ୍ୱାସ ନିଏ।
ଏହି ଦିନେ ଥଣ୍ଡା, କାଶ, ଜ୍ୱର, ପ୍ଲୁ ବା ଏନ୍‌ଫ୍ଲୁଏଞ୍ଜା ଓ କିଛି ଭୂତାଣୁଜନିତ ରୋଗ ହୋଇଥାଏ। ଶିଶୁର ରୋଗ ପ୍ରତିରୋଧକକାରୀ ଶକ୍ତି ବଢ଼ାଇବା ପାଇଁ ଶିଶୁକୁ ନିୟମିତ ସ୍ତନ୍ୟପାନ କରାନ୍ତୁ। ଶିଶୁକୁ ଧରିବା ଆଗରୁ ହାତକୁ ସାବୁନରେ ଭଲଭାବେ ଧୁଅନ୍ତୁ। ଶୀତଦିନେ ଥଣ୍ଡା, ଜ୍ୱର, କାଶ, କଫ, ଛିଙ୍କ ଆଦି ବ୍ୟାପୁଥିବାରୁ ଯେଉଁମାନଙ୍କୁ ଏହା ହୋଇଥାଏ ସେମାନଙ୍କଠାରୁ ଶିଶୁକୁ ଦୂରେଇ ରଖନ୍ତୁ। ଶିଶୁକୁ ଉପଯୁକ୍ତ ସମୟରେ ଟିକା ଦିଅନ୍ତୁ। କାରଣ ଏହା କେତେଗୁଡିଏ ବିପଜ୍ଜନକ ରୋଗରୁ ରକ୍ଷା କରିଥାଏ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଫ୍ଲ ଭ୍ୟାକ୍ସିନ୍‌ ଦିଅନ୍ତୁ। ପରିବାର ସଦସ୍ୟଙ୍କୁ ଧୂମପାନ କରିବାରୁ ବିରତ କରାନ୍ତୁ। କାରଣ ଏହାଦ୍ୱାରା ଶିଶୁ(ନିଷ୍କ୍ରିୟ ଧୂମପାନ ବା ପାସିଭ୍‌ ସ୍ମୋକିଂ) ବେଶି ପରିମାଣରେ କାଶ, କଫ ଓ ଭୂତାଣୁଜନିତ ସଂକ୍ରମଣ ଭୋଗିଥାନ୍ତି। ଶିଶୁଙ୍କୁ ଥଣ୍ଡା, ଜ୍ୱର, କାଶ ବା ଫ୍ଲୁ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କାଳ ବିଳମ୍ବ ନ କରି ଔଷଧ ଦିଅନ୍ତୁ। କାରଣ ଏହା ବେଳେବେଳେ ନିମୋନିଆ ଭଳି ମାରାତ୍ମକ ଶ୍ୱାସଜନିତ ସଂକ୍ରମଣ କରାଏ। ଏହାଦ୍ୱାରା ଶିଶୁକୁ ଶ୍ୱାସରୋଗ ମଧ୍ୟ ହୋଇଥାଏ। ଯଦି ଶିଶୁର ୧୦୦-୧୦୨ ଡିଗ୍ରୀ ଟେମ୍ପରେଚର ରହୁଛି ତେବେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଶୀତଦିନେ ଥଣ୍ଡା ବାତାବରଣ ଯୋଗୁ ଶିଶୁମାନେ ରୋଗରେ ପଡ଼ିବା ସ୍ବାଭାବିକ। ତେଣୁ ଏହି ଋତୁରେ ଖୁବ୍‌ ଯତ୍ନବାନ୍‌ ହୁଅନ୍ତୁ ଏବଂ ନିଜ ଶିଶୁକୁ ସୁସ୍ଥ ରଖନ୍ତୁ।
ଡା. ସରୋଜିନୀ ଷଡଙ୍ଗୀ
– ଲିଙ୍କ୍‌ରୋଡ୍‌, କଟକ ୧୨
ମୋ- ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri