ଶୀତଦିନେ ଶିଶୁଙ୍କ କାଶ

କାଶ ଶିଶୁମାନଙ୍କର ଅନ୍ୟତମ ସ୍ବାସ୍ଥ୍ୟଜନିତ ସମସ୍ୟା। ଏହା ଶିଶୁ ପାଇଁ ଓ ବାପା, ମା’ଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଥାଏ। କାଶ ଲାଗି ରହିଲେ ତାହାଶିଶୁକୁ ଦୈନନ୍ଦିନ କାର୍ଯ୍ୟ ତଥା ରାତିରେ ଶୋଇବାରେ ବ୍ୟାଘାତ ସୃଷ୍ଟି କରିଥାଏ। ଅପରପକ୍ଷେ ଏହା ଏକ ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ର ଗଭୀର ସଂକ୍ରମଣ ମଧ୍ୟ ହୋଇଥାଇପାରେ।
ଅଧିକାଂଶ ଶିଶୁଙ୍କର ହଠାତ୍‌ କାଶ ଏକ ଭୂତାଣୁଜନିତ ସମସ୍ୟା ହୋଇଥାଏ ଯଥା ସାଧାରଣ ଥଣ୍ଡା, ବ୍ରୋଙ୍କାଇଟିସ ବା କ୍ରୂପ୍‌। ବେଳେ ବେଳେ ତାହା ଫୁସ୍‌ଫୁସ୍‌ର ତଳଭାଗକୁ ସଂକ୍ରମଣ କଲେ ତାହାକୁ ବ୍ରୋଙ୍କିଓଲାଇଟିସ୍‌, ଲହରା କାଶ ବା ନିମୋନିଆ କୁହାଯାଇଥାଏ। ଜଣେ ସ୍କୁଲ ଯାଉଥିବା ଶିଶୁକୁ ବର୍ଷକୁ ୭-୧୦ଥର ଶ୍ୱାସନଳୀ ସଂକ୍ରମଣ ହୋଇଥାଏ। ଝିଅ ଶିଶୁଙ୍କଠାରେ ଏହା ଟିକେ ଅଧିକ ଦେଖାଯାଇଥାଏ। ତିନିଜଣଙ୍କ ମଧ୍ୟରେ ଜଣେ ଶିଶୁ କାଶ ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥାନ୍ତି। ଚାରିଜଣଙ୍କ ମଧ୍ୟରୁ ଜଣେ ସ୍କୁଲ ଯାଇପାରନ୍ତି ନାହିଁ।
ଅତ୍ୟଧିକ କାଶ ବାୟୁ ପ୍ରଦୂଷଣ ଓ ଅତ୍ୟଧିକ ସହରାଞ୍ଚଳ ଲୋକସଂଖ୍ୟା ପାଇଁ ମଧ୍ୟ ହୋଇଥାଏ। ପନ୍ଦରଦିନରୁ କମ୍‌ କାଶକୁ ସାଧାରଣ ଆକ୍ୟୁଟ୍‌ ଓ ଭୂତାଣୁଜନିତ ହୋଇଥିବା କୁହାଯାଏ। ରାତିରେ କାଶ ବେଶି ହେବା ଶ୍ୱାସରୋଗ ବା ଆଜ୍‌ମାକୁ ବୁଝାଏ। ଯେଉଁ କାଶ ଶୋଇଲେ କମିଯାଏ ତାହା ମାନସିକଜନିତ କାଶ ହୋଇଥାଏ। ଅସ୍ବାଭାବିକ ଓ ଆକସ୍ମିକ କାଶ ବେଳେ ବେଳେ ଫରନ୍‌ ବଡି (ଖାଇବା ଜିନିଷ ଯେପରିକି କୋଳିମଞ୍ଜି, ମାଛକଣ୍ଟା, ଚିକେନ୍‌ ହାଡ ଆଦି ତଣ୍ଟିରେ ଲାଗିଲେ)ପାଇଁ ହୋଇଥାଏ। ଯଦି ବାରମ୍ବାର କାଶ ହେଲା ତେବେ ସେଥିଯୋଗୁ ପିଲାର ଓଜନ ହ୍ରାସ ପାଏ ତା’ ହେଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଓ ଯକ୍ଷ୍ମାରୋଗ ସନ୍ଦେହ କରାଯାଇଥାଏ। କାଶ ଦୁଇ ପ୍ରକାରରେ ବିଭକ୍ତ କରାଯାଇପାରିବ ଯଥା- କଫ ବାହାରୁଥିବା ଓ ଦ୍ୱିତୀୟଟି ଶୁଖିଲା କାଶ। ଶୁଖିଲା କାଶ ସାଧାରଣତଃ ଆଜ୍‌ମାଜନିତ ଶ୍ୱାସନଳୀ ବାଟ ଚିପିହୋଇଯାଇଥିବା ଯୋଗୁ ହେବା ଆଶଙ୍କା ଥାଏ। କେତେକ କାଶ ପାକସ୍ଥଳୀର ଅମ୍ଳ ଅଂଶ ବେଶି ହୋଇ ଊର୍ଦ୍ଧ୍ୱକୁ ଠେଲି ଆସିବା ଦ୍ୱାରା ମଧ୍ୟ ହୋଇଥାଏ।
ଚିକିତ୍ସା: ଅଧିକ ପାଣି ପିଇବା , ସନ୍ତୁଳିତ ଆହାର, ବ୍ୟାୟାମ ଓ ଯୋଗ କରିବା ଆବଶ୍ୟକ।
– ଯଦି ଆଜ୍‌ମା ହୋଇଥାଏ ତା’ ହେଲେ ଧୂଳି ଓ ଘର ଅଳନ୍ଧୁ, ମୂଷାଲଣ୍ଡି, ଡଷ୍ଟମାଇଟ୍‌, ବିଭିନ୍ନ ରଙ୍ଗପକା ଖାଦ୍ୟପଦାର୍ଥ ଓ ପାନୀୟ, ଲୁଣି ଚିଙ୍ଗୁଡ଼ି, କଙ୍କଡ଼ା, କ୍ଷୀର ସର ଓ ଛତୁଠାରୁ ଦୂରେଇ ରହିବା ଆବଶ୍ୟକ।
– ଯେଉଁମାନଙ୍କର ନାକ ଆଲର୍ଜି ଥାଏ, ସେମାନଙ୍କୁ ଲୁଣପାଣି ନାକରେ ପକାଇବା(ସାଲାଇନ୍‌ ନାଜାଲ ସ୍ପ୍ରେ) ଓ ମଣ୍ଟେଲ୍ୟୁକାଷ୍ଟ୍‌ ଔଷଧ କିଛିଦିନ ପାଇଁ ସେବନ କରିବାକୁ ହୋଇଥାଏ।
– ଅମ୍ଳଜନିତ ଊର୍ଦ୍ଧ୍ୱଗାମୀ ସମସ୍ୟା ଥିଲେ ଅମ୍ଳ କମେଇବା ଔଷଧ ଖାଇବାକୁ ପଡ଼ିଥାଏ।
ସତର୍କତା : କାଶ ସହିତ ଦ୍ରୁତ ଶ୍ୱାସକ୍ରିୟା ହେଲେ ନିମୋନିଆ ହୋଇଥାଇପାରେ।
– ଶିଶୁମାନଙ୍କୁ ସମୟ ସମୟରେ ଭିଟାମିନ ‘ଏ’ ଓ ମିଳିମିଳା ଟିକା ଦେବା ଜରୁରୀ।
– ଏବେ ବ୍ୟୟବହୁଳ ନିମୋକୋକାଲ୍‌ ପ୍ରତିଷେଧକ ଟିକା ଓ ହିମୋଫାଇଲସ ‘ବି’ ଟିକା ମଧ୍ୟ ଦିଆଯାଇପାରେ।
– ତୁଳସୀ, ମହୁ ଓ ଅତ୍ୟଧିକ ପାଣି ପିଇବା ଦ୍ୱାରା କାଶ କଫ ତରଳିଯାଇ ସହଜରେ ବାହାରକୁ ଆସିଥାଏ ଓ ରୋଗୀକୁ ଉପଶମ ମିଳିଥାଏ।
ମନେରଖନ୍ତୁ : ସବୁ କାଶ କଫ ପାଇଁ ଆଣ୍ଟିବାୟୋଟିକ୍‌ ପ୍ରୟୋଗ କରନ୍ତୁ ନାହିଁ।
– ପୁରୁଣା ଚିଠା ଦେଖି ବା ଔଷଧ ଦୋକାନରୁ ଯାଇ ମନଇଚ୍ଛା ଆଣ୍ଟିବାୟୋଟିକ୍‌ ନ ଆଣି ଡାକ୍ତରଙ୍କ ପରାମର୍ଶରେ ହିଁ ଔଷଧ ଆଣି ଶିଶୁକୁ ଦିଅନ୍ତୁ।
ଆମ ଦେଶରେ ଆଣ୍ଟିବାୟୋଟିକ୍‌ର ବହୁଳ ଅପବ୍ୟବହାର ହେଉଛି। ଏହାଦ୍ୱାରା ଭବିଷ୍ୟତରେ ଯେତେବେଳେ ପ୍ରକୃତରେ ଜୀବନ ରକ୍ଷାକାରୀ ଆଣ୍ଟିବାୟୋଟିକ ଦରକାର ସେତେବେଳେ ତାହା ଅକାମୀ ହୋଇଯାଇଥାଏ। ୨୦୦୯ ମସିହା ପରଠାରୁ ବିଶ୍ୱରେ କୌଣସି ନୂଆ ଆଣ୍ଟିବାୟୋଟିକ ଉଦ୍ଭାବନ ହୋଇପାରୁନାହିଁ। ଯାହା ଅଛି ତାହାକୁ ନେଇ ଆମକୁ ଭବିଷ୍ୟତରେ ରୋଗ ଭଲ କରିବାକୁ ପଡ଼ିବ। ନିକଟରେ ଆମେରିକାରେ ଏକ ସଂଘନ ଚିକିତ୍ସା କେନ୍ଦ୍ର (ଆଇସିୟୁ)ରେ ଆଣ୍ଟିବାୟୋଟିକ ଅକାମୀ ହୋଇଥିବା କାରଣରୁ ବହୁ ରୋଗୀ ମୃତ୍ୟୁବରଣ କରିଛନ୍ତି।
ଆମ ଶରୀରର ଓଜନଠାରୁ ଯଥେଷ୍ଟ ଗୁଣ ଅଧିକ ଓଜନର ଜୀବାଣୁ ଆମ ଶରୀରରେ ବସବାସ କରୁଛନ୍ତି। ତେଣୁ ବେଳ ଥାଉ ଥାଉ ଯଦି ଆମେ ଜୀବନ ରକ୍ଷାକାରୀ ଆଣ୍ଟିବାୟୋଟିକ୍‌କୁ ଦୁରୁପଯୋଗ କରୁ ତେବେ ସେମାନେ ନିଶ୍ଚୟ ଆମକୁ ନିପାତ କରିଦେବେ। ଜୀବାଣୁମାନେ ମନୁଷ୍ୟ ଅପେକ୍ଷା ଅଧିକ ସ୍ମାର୍ଟ। ସେମାନଙ୍କ ବଞ୍ଚିବାର କୌଶଳ ଆମଠୁ ଅଧିକ।
-ଏସ୍‌ଏନ୍‌ସିୟୁ ଇନ୍‌ଚାର୍ଜ,
ଜଏଣ୍ଟ ଡାଇରେକ୍ଟର, କ୍ୟାପିଟାଲ ହସ୍ପିଟାଲ , ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri