ଶିଶୁ କଳାକାରରୁ ହାସ୍ୟାଭିନେତା ଗୁରିଆ ସାହୁ

ଯାତ୍ରା ଜଗତର ଯୁବ ହାସ୍ୟାଭିନେତା ଗୁରିଆ ସାହୁ। ଘର ଜଗତ୍‌ସିଂହପୁର ଜିଲାର ରେଢୁଆ। ପିଲାଟି ବେଳରୁ କଳା ପ୍ରତି ସଉକ ଥିଲା। ଅଭିନୟ କ’ଣ ଜାଣିବା ଆଗରୁ ସେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ତେଣୁ ପଳେଇ ଆସିଲେ ଯାତ୍ରା ପାର୍ଟିକୁ। ପ୍ରଥମେ ଜଣେ ଜୁନିଅର ଆର୍ଟିଷ୍ଟ ଭାବେ ଯୋଗଦେଲେ ବାଣେଶ୍ୱରୀ ଗଣନାଟ୍ୟରେ। ଛୋଟପିଲା ଭୂମିକାରେ ଅଭିନୟ କଲେ। ଧୀରେଧୀରେ ବୟସ ବଢ଼ିଲା। ଆଉ ଅଭିଜ୍ଞତା ବି ବଢ଼ିଲା। ତାଙ୍କର ଇଚ୍ଛା ଥିଲା ସେ ବଡ଼ହୋଇ ହାସ୍ୟାଭିନେତା ହେବେ। କଥା କହି ହସେଇ ପକଉଥିଲେ। ତେଣୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ହାସ୍ୟ ଭୂମିକାରେ ଠିଆ କରାଗଲା। ବାସ୍‌, ତା’ପରେ ସେ ପାଲଟିଗଲେ ହାସ୍ୟାଭିନେତା। ବାଣେଶ୍ୱରୀରୁ କମେଡିଆନ୍‌ ଭାବେ କ୍ୟାରିୟର ଆରମ୍ଭ କରିଥିବା ଗୁରିଆ ସାହୁ ଓରଫ୍‌ ଗୁରିଆ ଇତିମଧ୍ୟରେ ନିୟତି, ପାର୍ବତୀ, ବାଘାଯତୀନ, ଯାତ୍ରା ନନ୍ଦନକାନନ, ରଙ୍ଗମହଲ ପ୍ରଭୃତି ଅନୁଷ୍ଠାନରେ ନିଜର ଅଭିନୟ ଦକ୍ଷତା ଦେଖାଇ ସାରିଛନ୍ତି। ଆସନ୍ତା ଯାତ୍ରା ସିଜନ୍‌ରେ ସେ ତୁଳସୀ ଗଣନାଟ୍ୟରେ ଯୋଗ ଦେଇଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି କଥା ଦେଇ କଥା ରଖିଲୁ ନାହିଁ, ସଜେଇ ଦିଅଲୋ ବେଦିକି ଯିବି, ଭଲ ପାଇଥିଲି ରଜାଝିଅକୁ, କଙ୍କାଳ ଡାକୁଛି ଆ, ମଙ୍ଗୁଳି ଛକରେ ଲଙ୍ଗଳା ଲୋକ, ଅମଡ଼ା ବାଟ, ଆସନ୍ତାକାଲି ଓଡ଼ିଶା ବନ୍ଦ, କିଣିନେଲା ମନ କଳାନାଗର, ମିଛୁଆ ରାଧୁଆ ଗପ ସରିଲା, ବାହା ହେଇଛ ନା ବାଡୁଅ ଅଛ। ନିଜର କମେଡି ସମ୍ପର୍କରେ ମତ ଦେଇ ଗୁରିଆ କହନ୍ତି- ସିଚୁଏଶନ୍‌ ଅନୁଯାୟୀ ଆମକୁ ମଝିରେ ମଝିରେ ମସଲା ଦେଇ ଲୋକଙ୍କୁ ହସେଇବାକୁ ପଡ଼େ। ଆସନ୍ତା ଯାତ୍ରା ସିଜନ୍‌ରେ ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଯୋଗେଇଦେବେ ବୋଲି କହିଛନ୍ତି ଏହି ହାସ୍ୟାଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ପୋଲିସ ଅଧିକାରୀ ହେବେ ସାଇ ପଲ୍ଲବୀ: ବଢୁଛି କ୍ରେଜ୍‌

ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଫିଲ୍ମ ‘ରାମାୟଣ’ ପାଇଁ ବେଶ୍‌ ପରିଶ୍ରମ କରୁଛନ୍ତି। ନିଜର ସର୍ବାଧିକ ସମୟ ଏହି ଫିଲ୍ମ ପାଇଁ ଉତ୍ସର୍ଗ କରିଛନ୍ତି। ଫିଲ୍ମର ପ୍ରଥମ…

ଫସିଗଲେ ପ୍ରଣିତ ମୋରେ, ବାଧ୍ୟ ହୋଇ ଇନଷ୍ଟାଗ୍ରାମ ଆକାଉଣ୍ଟ କଲେ ଡିଲିଟ୍‌ !

ମୁମ୍ବାଇ: ବିବାଦ ଘେରରେ ଜଣାଶୁଣା ଷ୍ଟାଣ୍ଡ-ଅପ କମେଡିଆନ ପ୍ରଣିତ ମୋରେ। ତାଙ୍କ ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ତାଙ୍କୁ ପ୍ରବଳ…

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଧମାକା କରିବେ ସନ୍ନି: ଦର୍ଶକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ସନ୍ନିଙ୍କ କ୍ରେଜ୍‌ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ…

ମା’ ହେବାକୁ ଯାଉଛନ୍ତି ଦୀପିକା, ନୂଆ ଘରେ ରଣବୀରଙ୍କ ସହ ଆସିଲେ ନଜର

ମୁମ୍ବାଇ: ସୋମବାର ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କୁ ମୁମ୍ବାଇର ପଶ ବାନ୍ଦ୍ରା ଅଞ୍ଚଳରେ ଥିବା ସେମାନଙ୍କ ନୂଆ ଘରେ ଦେଖିବାକୁ ମିଳିଥିଲା। ଏବେ ଏହି ଦମ୍ପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri