ଶିଶୁ ଅପହରଣ କରି ବିକ୍ରି ଘଟଣା: ୨ ମହିଳାଙ୍କ ସମେତ ୬ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୪ା୯-ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ପରେ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି ଗୋଷାଣି ନୂଆଗାଁ ପୋଲିସ। ପୂରା ଘଟଣାକ୍ରମରେ ସମ୍ପୃକ୍ତ ଥିବା ୨ ମହିଳାଙ୍କ ସମେତ ୬ ଜଣଙ୍କୁ ପୋଲିସ ସୋମବାର ଗିରଫ କରିଛି। ସେମାନେ ହେଲେ ଲାଞ୍ଜିପଲ୍ଲୀ ଢିପ ସାହିର ଶିବ ନାୟକ (୨୭), ଗେଟବଜାର ପାୟଲ ସିନେମା ହଲ ନିକଟରେ ରହୁଥିବା ପ୍ରଫୁଲ ନାୟକ (୪୦), ତାଙ୍କ ସ୍ତ୍ରୀ ମମତା, ଗଜପତି ନଗରର ବାବୁଲା ରଣା ଓରଫ ସନ୍ତୋଷ (୩୫), ଆନ୍ଧ୍ର ବ୍ୟାଙ୍କର ଯାଜପୁର ଶାଖାରେ ପିଅନ ଥିବା ବୃନ୍ଦାବନ ରଣା (୫୨) ଓ ତାଙ୍କ ସ୍ତ୍ରୀ ବୈଜୟନ୍ତୀ। ଅନ୍ୟପକ୍ଷରେ ନିଖୋଜ ଥିବା ୨ ବର୍ଷର ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରି ଚିକିତ୍ସା କରାଇବା ପରେ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଛି। ମାମଲା ନଂ.୯୪/୧୯ରେ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ପାଟପୁର ଥାନା ଅନ୍ତର୍ଗତ ନରସିଂହଗଡର ମୂଳନିବାସୀ ବୃନ୍ଦାବନ ନିଃସନ୍ତାନ ଥିଲେ। ପୋଷ୍ୟ ସନ୍ତାନଟିଏ ପାଇଁ ବ୍ରହ୍ମପୁର ଗଜପତିନଗରରେ ରହି ବ୍ୟବସାୟ କରୁଥିବା ଶାଳକ ସନ୍ତୋଷଙ୍କୁ ସେ କହିଥିଲେ। ବ୍ରହ୍ମପୁର ବଡ଼ ମେଡିକାଲରେ ସୁଇପର ଥିବା ପ୍ରଫୁଲ୍ଲଙ୍କ ସହ ସନ୍ତୋଷଙ୍କ ସମ୍ପର୍କ ଥିଲା। ତେଣୁ ଭିଣୋଇଙ୍କ ପାଇଁ ପିଲାଟିଏ ଯୋଗାଡ଼ କରିବାକୁ ସେ କିଛିଦିନ ତଳେ ପ୍ରଫୁଲ୍ଲଙ୍କୁ କହିଥିଲେ। ଅନ୍ୟପକ୍ଷରେ ୧୯ ତାରିଖ ବିଳମ୍ବିତ ରାତିରେ ଶିବଙ୍କ ସହ ମିଶି ପ୍ରଫୁଲ୍ଲ ଗୁଡସ୍‌ସେଡ଼ ତମ୍ବୁ ଭିତରେ ମା’ ସହ ଶୋଇଥିବା ୨ ବର୍ଷୀୟ ଶିଶୁପୁତ୍ରକୁ ଅପହରଣ କରି ନେବାରେ ସକ୍ଷମ ହୋଇଥିଲେ। ପରଦିନ ସକାଳେ ପୁଅକୁ ନ ପାଇ ଗୋଷାଣୀ ନୂଆଗାଁ ଥାନାରେ ମା’ ଅଭିଯୋଗ କରିଥିଲେ। ସେପଟେ ଶିବ ଓ ପ୍ରଫୁଲ୍ଲ ଅପହରଣ କରିଥିବା ଶିଶୁପୁତ୍ରକୁ ନେଇ ସନ୍ତୋଷଙ୍କୁ ଦେଇଥିଲେ। ଏପରିକି ଶିଶୁପୁତ୍ରଟି ପ୍ରଫୁଲ ଓ ତାଙ୍କ ସ୍ତ୍ରୀଙ୍କର ବୋଲି ଏକ ନକଲି ଚୁକ୍ତିପତ୍ର ଜରିଆରେ ହସ୍ତାନ୍ତର କରି ସନ୍ତୋଷଙ୍କଠାରୁ ୩୦ ହଜାର ଟଙ୍କା ଆଣିଥିଲେ। ଭଉଣୀ, ଭିଣୋଇଙ୍କୁ ବ୍ରହ୍ମପୁର ଆସି ଶିଶୁଟିକୁ ନେଇଯିବାକୁ ସନ୍ତୋଷ କହିଥିଲେ। ତେଣୁ ବୃନ୍ଦାବନ ଓ ତାଙ୍କ ସ୍ତ୍ରୀ ବୈଜୟନ୍ତୀ ପିଲା ନେବାପାଇଁ ଯାଜପୁରରୁ ବ୍ରହ୍ମପୁରକୁ ଆସିଥିଲେ। ହେଲେ ଏହା ପୂର୍ବରୁ ପୋଲିସ ପ୍ରଥମେ ଶିବଙ୍କୁ କାବୁ କରିଥିଲା। ଶିବଙ୍କ ବୟାନକୁ ଆଧାର କରି ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାକୁ ଆଣି ଜେରା କରିଥିଲା। ପରେ ସନ୍ତୋଷ ଓ ତାଙ୍କ ଭଉଣୀ ଭିଣୋଇଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri