ଶିଳ୍ପାନୁଷ୍ଠାନରେ ବ୍ୟାପକ ସତର୍କତା

ଓଡ଼ାପଡ଼ା, ୨୫ା୩(ଡି.ଏନ.ଏ.) – କରୋନା ମୁକାବିଲା ଲାଗି ଢେଙ୍କାନାଳ ଜିଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାସୁଦ୍ଧା ଟାଟାଷ୍ଟିଲ ବିଏସ୍‌ଏଲ୍‌, ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ, ଶକ୍ତିସୁଗାର୍ସ ଲିମିଟେଡ୍‌ ଏବଂ ଏମ୍‌ଜିଏମ୍‌ ମିନେରାଲ୍ସ କମ୍ପାନୀକୁ ସରକାରୀ ନିୟମ ଅନୁଯାୟୀ ଚଲାଇବାକୁ ଅନୁମତି ପ୍ରଦାନ କରାଯାଇଛି।
ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲ୍‌ କମ୍ପାନୀ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି। ଗ୍ରୁପ୍‌ କମ୍ପାନୀର ନିର୍ଦ୍ଦେଶାବଳୀ ଅନୁଯାୟୀ, ଜରୁରୀସ୍ଥିତିରେ ଅନୁପସ୍ଥିତ ଶ୍ରମିକ ଏବଂ ଦିନ ମଜୁରିଆଙ୍କୁ ସମ୍ପୂର୍ଣ୍ଣ ବେତନ ପ୍ରଦାନ କରାଯିବ। କରୋନା ସଂକ୍ରମଣ ପ୍ରତିରୋଧ କରିବାକୁ କମ୍ପାନୀ ଏବଂ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ମାଧ୍ୟମରେ ସଚେତନ କରାଯାଉଛି। ଏଥିସହ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଭିଜିଟର ଗେଟ୍‌ ପାସ୍‌ରେ ପ୍ରତିବନ୍ଧକ ଲଗାଯାଇଛି। ଅତ୍ୟାବଶ୍ୟକ ସ୍ଥଳେ ଜରୁରୀ ପରିଦର୍ଶକଙ୍କ ପାଇଁ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଅନୁମତି ପ୍ରଦାନ କରାଯାଉଛି। ସନ୍ଦିଗ୍ଧ କର୍ମଚାରୀଙ୍କ ପାଇଁ ସରକାରଙ୍କ ଆଦେଶ ଅନୁସାରେ ସ୍ବତନ୍ତ୍ର ନିରୀକ୍ଷଣ କକ୍ଷ ବ୍ୟବସ୍ଥା କରାଯାଇଥିବା ଟାଟାଷ୍ଟିଲ ବିଏସ୍‌ଏଲର କର୍ପୋରେଟ୍‌ ସର୍ଭିସେସ୍‌ ମୁଖ୍ୟ ମଣିକାନ୍ତ ନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଜିଏମ୍‌ଆର୍‌, ନବଭାରତ ଭେଞ୍ଚର୍ସ, ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ କମ୍ପାନୀରେ ପ୍ରବେଶ ପଥରେ ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ବ୍ୟବସ୍ଥା କରାଯାଇଛି। ସେହିପରି କମଳାଙ୍ଗସ୍ଥିତ ଜିଏମ୍‌ଆର୍‌ କମଳାଙ୍ଗ ଏନର୍ଜି ଲିମିଟେଡ୍‌, ନବଭାରତ ଭେଞ୍ଚର୍ସ ଲିମିଟେଡ, ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ, ଏମ୍‌ଜିଏମ୍‌ ଷ୍ଟିଲ୍ସ, ରୁଙ୍ଗ୍‌ଟା ମାଇନ୍ସ, ଶକ୍ତିସୁଗାର୍ସ ଆଦି କମ୍ପାନୀରେ ସରକାରଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବରେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

ଆସୁଛି ରଜ: ହେଲେ ଦରମା ପାଇବାରୁ ବଞ୍ଚିତ ଶିକ୍ଷୟିତ୍ରୀ-ଶିକ୍ଷକ

ପଟାଙ୍ଗି,୧୧ା୬(ଶରତ କୁମାର ଧଳ): ଆଉ କିଛିଦିନ ପରେ ରଜ। ଏହିପରି ସ୍ଥିତିରେ ଏସ୍‌ଏସ୍‌ଏ ଅନୁଦାନରୁ ପାଉଥିବା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ…

ମାସେ ତଳେ ଫୁଲ ତୋଳିବାକୁ ଯାଉ ଆଉ ଫେରି ନ ଥିଲେ ସୁନ୍ଦରୀ: କେନାଲରୁ ମିଳିଲା…

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ଖବର…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବ୍ଲକ ମୁଖ୍ୟ ଉନ୍ନୟନ ଅଧିକାରୀ

ଲାଞ୍ଜିଗଡ଼,୧୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ-ଜନମନ ଗୃହ ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ…

ବର୍ଜ୍ୟବସ୍ତୁ ପରିଚାଳନା ଠପ୍‌, ସହର ପାଲଟିବ ଡମ୍ପିଂୟାର୍ଡ: ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ କଥାରେ ନାହିଁ ତାଳମେଳ

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ):ସଫେଇ ଗାଡ଼ି ଅଛି, ସଫେଇ କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ସହରରୁ ନିଷ୍କାସିତ ମଇଲା, ଆବର୍ଜନା ପକାଇବା ପାଇଁ ସ୍ଥାୟୀ ଡମ୍ପିଂୟାର୍ଡ଼ କିମ୍ବା ଜାଗା ନାହିଁ।…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

ଯାଉଥିଲେ ବିଧାୟକ, ହଠାତ୍‌ ଗାଡ଼ି ଉପରେ ପଡ଼ିଲା ଗଛ: ଆଉ ତା’ପରେ…

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୧୧।୬ ( ଅଶୋକ ପରିଡ଼ା /ଶିବଦତ୍ତ ସାହୁ ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri