ଶିଖା ଡାକିବ, ଗଙ୍ଗା ଆସିବ

ଗଙ୍ଗା ଫେରିବ। ଗଙ୍ଗା ଆସିବ। ଦିନେ ସଗର ରଜାର ପୁଅମାନଙ୍କୁ ଉଦ୍ଧାର କରିବା ପାଇଁ ପତିତପାବିନୀ ଗଙ୍ଗାଙ୍କୁ ଆସିବା ପାଇଁ ପଡ଼ିଥିଲା ପୃଥିବୀକୁ। ମୋ ସଂସାର ଯେତେବେଳେ ଭାସିଯାଉଛି ସେତେବେଳେ ଏ ଗଙ୍ଗା ଆସିବନି କେମିତି? ଆ ଗଙ୍ଗା ଆ। ତୋ ପବିତ୍ର ପାଦ ପକେଇ ମୋ ଅସଜଡ଼ା ସଂସାରକୁ ତୁ ସଜାଡ଼ି ଦେଇ ଯା!“
ଓଲିଉଡ୍‌ ମେକର ମହେଶ ହାଜରା ନିର୍ଦ୍ଦେଶିତ ସତ୍ୟ ଜେନାଙ୍କ ‘ରଙ୍ଗମହଲ’ ପ୍ରଯୋଜିତ ନାଟକ ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’ରେ ମୋର ରହିଛି ଏମିତି ଏକ ଲୁହବତୁରା ଆବେଗପୂର୍ଣ୍ଣ ସଂଳାପ। ଆତୁର ହୋଇ ମୁଁ ବାହାରକୁ ଅନେଇ ଡାକୁଛି। କ’ଣ ଘଟିବ ସେକଥା ଜାଣେନି। ସାଥୀ କଳାକାରମାନେ ଜାଣନ୍ତି ନାହିଁ। ଦର୍ଶକମାନେ ବି ଜାଣନ୍ତି ନାହିଁ। ମୋ ପାଟି କିନ୍ତୁ ଚୁପ୍‌ ହେଉନି। ମଞ୍ଚ ସାରା ମୁଁ ବୁଲିବୁଲି ଡାକୁଛି ‘ଆ ଗଙ୍ଗା ଆ’। ତା’ପରେ କ’ଣ ଘଟୁଛି ସେକଥା ଦେଖିବା ପାଇଁ ଆପଣଙ୍କୁ ନାଟକ ଦେଖିବାକୁ ପଡ଼ିବ ବୋଲି କହନ୍ତି ମାମା ଓରଫ୍‌ ମମତା ମହାପାତ୍ର।
ସେ ଯାହା ବି ହେଉ ପୂର୍ବରୁ ପ୍ରାୟତଃ ନେଗେଟିଭ୍‌ ଭୂମିକାରେ ଦେଖିବାକୁ ମିଳୁଥିବା ମାମାଙ୍କୁ ଏଥର ଦର୍ଶକ ପଜିଟିଭ୍‌ ଭୂମିକାରେ ଦେଖିବାକୁ ପାଇବେ। ତାଙ୍କର ଚରିତ୍ରର ନାମ ରହିଛି ଶିଖା। ଶିଖା ଗୋଟେ କୋଟିପତି ଘରର କୁଳବୋହୂ। ତା’ ଉପରେ ନିର୍ଭର କରୁଛି ଘରର ସବୁକିଛି। ଶ୍ୱଶୁରଙ୍କ ପାଇଁ ସେ ବୋହୂ ନୁହେଁ ଝିଅ। ଶାଶୁଙ୍କ ପାଇଁ ସେ ସୁନାନାକୀ ସୁନା ପ୍ରତିମା। ଶାଶୁ ଶ୍ୱଶୁରଙ୍କର ସେ ଆଶା ଭରସା ସବୁକିଛି। ମାମା କହନ୍ତି, ଏମିିତି ଏକ ଚରିତ୍ର ପାଇ ମୁଁ ଖୁସି ଅଛି। ଚରିିତ୍ରଟି ମୋ ମନକୁ ଛୁଇଁଛି। ଭାବୁଛି ନିଶ୍ଚୟ ମୋତେ ଦର୍ଶକ ଗ୍ରହଣ କରିବେ।
ଯାତ୍ରା ରଙ୍ଗମହଲ ପାଇଁ ମାମା ନୂଆ ନୁହନ୍ତି। ଦୁଇବର୍ଷ ଆଗରୁ ସେ ରଙ୍ଗମହଲରେ ଥିଲେ। ପୁଣିଥରେ ରଙ୍ଗମହଲକୁ ଫେରିଆସିଛନ୍ତି। ଏହା ତାଙ୍କୁ ତାଙ୍କର ଘରବାହୁଡ଼ା ପରି ଲାଗୁଛି। ୨୦୦୫ ମସିହାରେ ତ୍ରିରଙ୍ଗା ଗଣନାଟ୍ୟରୁ ମାମା ଅଭିନୟ ଜୀବନ ଆରମ୍ଭ କରିଥିଲେ। ଇତିମଧ୍ୟରେ ତାରପୁର, ତ୍ରିନାଥ, ବିଶ୍ୱ ଦରବାର, ଦର୍ଶକମହଲ, ରଙ୍ଗମହଲ ଆଦି ଅଗ୍ରଣୀ ଯାତ୍ରାନୁଷ୍ଠାନ ସବୁରେ କାର୍ଯ୍ୟ କରି ନିଜ ଅଭିନୟର ଦକ୍ଷତା ପ୍ରତିପାଦନ କରିଛନ୍ତି। ‘ମୋ ପ୍ରେମିକା ନିହାରୀକା’, ‘ତୁମ ସହରକୁ ନମସ୍କାର’, ‘ଶବ ସହ ସତର ବର୍ଷ’, ‘ପାପ ଭଲଲାଗେ ବାପ ଘରେ’, ‘ଧର୍ମ ହଜିଗଲା ଧର୍ମଦାଣ୍ଡରେ’, ‘ଝିଅ ମୁଁ ନମ୍ବର ଓ୍ବାନ୍‌’ ଆଦି ହେଉଛି ତାଙ୍କ ଅଭିନୀତ ଗୋଟିଏ ଗୋଟିଏ ସଫଳ ନାଟକ। ବାପା ଶଶିଭୂଷଣ, ମା’ ଲକ୍ଷ୍ମୀପ୍ରିୟା ଏବଂ ଅଭିନେତା ସ୍ବାମୀ ନିଶିକାନ୍ତ ଓରଫ୍‌ ଟାହିଆଙ୍କ ପ୍ରେରଣା ତାଙ୍କୁ ଆଗକୁ ବାଟ କଢ଼େଇ ନେଉଛି ବୋଲି କହନ୍ତି ଏହି ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?