ଶିକ୍ଷା ଅର୍ଥନୀତିଜ୍ଞ

ରାଜ୍‌ ଚେଟ୍ଟି

ସାଧାରଣତଃ ଗରିବ ଦେଶଗୁଡ଼ିକର ପରିବାରରେ କେବଳ ଜଣେ ପିଲାକୁ ଉଚ୍ଚଶିକ୍ଷା ଲାଗି ଅଭିଭାବକ ବାଛିଥାଆନ୍ତି। କାରଣ ସବୁ ପିଲାଙ୍କୁ ଶିକ୍ଷା ଦେବା ପରିବାର ପକ୍ଷେ ସମ୍ଭବ ହୋଇ ନ ଥାଏ। ଏ କଥା କହିଛନ୍ତି ଭାରତୀୟ-ଆମେରିକୀୟ ଅର୍ଥନୀତିଜ୍ଞ ରାଜ୍‌ ଚେଟ୍ଟି। ନିଜ ଘର କଥାକୁ ଉଦାହରଣ ଦେଇ ସେ କହିଛନ୍ତି, ପିତାଙ୍କ ପରିବାର ତାଙ୍କ ପିତାଙ୍କୁ ଏବଂ ମାତାଙ୍କ ପରିବାର କେବଳ ତାଙ୍କ ମାତାଙ୍କୁ ପଢ଼ିବାର ସୁଯୋଗ ଦେଇଥିଲେ। ତାଙ୍କ ମାତାପିତା ଦକ୍ଷିଣ ଭାରତର ଅତି ସ୍ବଳ୍ପ ଆୟକାରୀ ପରିବାରରୁ ଆସିଥିଲେ ହେଁ ଉଚ୍ଚ ଶିକ୍ଷା ଯୋଗୁ ଆଗକୁ ବଢ଼ିଥିଲେ। ସେହି ଅନୁଯାୟୀ ସେ ହାର୍ଭାର୍ଡକୁ ଆସିବା ପରେ ତାଙ୍କୁ ଯେଉଁ ସୁଯୋଗ ମିଳିଲା ତାହା ତାଙ୍କ ମାତାପିତାଙ୍କ ଯୋଗୁ ସମ୍ଭବ ହେଲା ବୋଲି କହିଛନ୍ତି। ଧନୀ ଓ ଦରିଦ୍ର ଦେଶ ମଧ୍ୟରେ ଦେଖାଦେଉଥିବା ବିଷମତା ଓ ଭୌଗୋଳିକ ସ୍ଥିତି ଆଦି କାରଣ ବ୍ୟକ୍ତିକୁ କେଉଁ ପ୍ରକାର ସୁଯୋଗ ଦେଇଥାଏ, ତାହା ଉପରେ ଆଧାରିତ ତାଙ୍କ ଗବେଷଣା ବାସ୍ତବଧର୍ମୀ ହୋଇପାରିଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଓ୍ବିଲିୟମ୍‌ ଏ. ଆକ୍‌ମ୍ୟାନ୍‌ ପ୍ରଫେସର ଅଫ୍‌ ପବ୍ଲିକ୍‌ ଇକୋନମିକ୍ସ ପଦବୀରେ ଅବସ୍ଥାପିତ ରାଜ୍‌ ଚେଟ୍ଟି ଶୀର୍ଷ ହାର୍ଭାର୍ଡ ୟୁନିଭର୍ସିଟି ପୁରସ୍କାର ଜର୍ଜ ଲେଡ୍‌ଲି ପାଇବାକୁ ଯାଉଥିବାରୁ ତାଙ୍କ ବ୍ୟକ୍ତିିତ୍ୱ ଏବେ ଚର୍ଚ୍ଚାକୁ ଆସିଛି।
ନଦାରାଜନ ‘ରାଜ୍‌’ ଚେଟ୍ଟି ୪ ଅଗଷ୍ଟ ୧୯୭୯ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୯ ବର୍ଷ ବୟସ ହୋଇଥିବା ବେଳେ ପରିବାର ୧୯୮୮ରେ ଆମେରିକା ଚାଲିଯାଇଥିଲା। ୧୯୯୭ରେ ରାଜ୍‌ ୟୁନିଭର୍ସିଟି ସ୍କୁଲ ଅଫ୍‌ ମିଲ୍‌ଔକିରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୨୦୦୦ ମସିହାରେ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ‘ଏବି’ ଡିଗ୍ରୀ ଅର୍ଜନ କରିଥିଲେ। ସେହିଠାରେ ଗବେଷଣା କରି ୨୦୦୩ରେ ପିଏଚ୍‌.ଡି. ପାଇଥିଲେ। ମାର୍ଟିନ ଫେଲ୍ଡଷ୍ଟେନ୍‌, ଗାରି ଚାମ୍ବରଲେନ୍‌ ଓ ଲରେନ୍ସ ଏପ୍‌. କାଟ୍‌ଜଙ୍କ ତତ୍ତ୍ୱାବଧାନରେ ‘କନ୍‌ଜମ୍ପଶନ କମିଟ୍‌ମେଣ୍ଟ, ରିସ୍କ ପ୍ରିଫରେନ୍ସସେସ୍‌ ଆଣ୍ଡ୍‌ ଅଫ୍‌ଟିମାଲ ଅନ୍‌ଏମ୍ପ୍ଲୟମେଣ୍ଟ ଇନ୍‌ସ୍ୟୁରାନ୍ସ’ ଶୀର୍ଷକ ସନ୍ଦର୍ଭ ଉଚ୍ଚ ପ୍ରଶଂସିତ ହୋଇଥିଲା। ୨୦୦୩ରେ ୨୪ ବର୍ଷ ବୟସରେ ସେ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ଅର୍ଥନୀତି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ହୋଇଥିଲେ। ଅର୍ଥଶାସ୍ତ୍ର ଗବେଷଣା ଓ ଅଧ୍ୟୟନରେ ଗଭୀର ପ୍ରବେଶ ଯୋଗୁ ଏହାର ୪ ବର୍ଷ ପରେ ସେ ସେଠାରେ ଆସୋସିଏଟ୍‌ ପ୍ରଫେସର ପଦବୀକୁ ଉନ୍ନୀତ ହୋଇଥିଲେ। ୨୦୦୯ରେ ସେ ହାର୍ଭାର୍ଡ ଫେରିଥିଲେ। ସେଠାରେ ସେ ଅର୍ଥନୀତିର ବ୍ଲୁମ୍‌ବର୍ଗ ପ୍ରଫେସର ହେବା ସହ ଲାବ୍‌ ଫର୍‌ ଇକୋନୋମିକ୍‌ ଆପ୍ଲିକେଶନ୍ସ ଆଣ୍ଡ୍‌ ପଲିସିର ନିର୍ଦ୍ଦେଶକ ହୋଇଥିଲେ। ୨୦୧୫ରେ ସେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ହେବା ତାଙ୍କ କ୍ୟାରିୟରକୁ ବ୍ୟାପକ କରିଥିଲା। ଜୁନ୍‌ ୨୦୧୮ରେ ତାଙ୍କ ସହ-ଲେଖକ ଜନ୍‌ ଫ୍ରେଡ୍‌ମ୍ୟାନ୍‌ ଘୋଷଣା କଲେ ଯେ, ରାଜ୍‌ ପୁଣି ହାର୍ଭାର୍ଡ ଫେରିବେ। ସେହି ବର୍ଷ ଜୁଲାଇରେ ସେ ଜନ୍‌ ଫ୍ରେଡ୍‌ମ୍ୟାନ୍‌ ଓ ନାଥାନେଲ୍‌ ହେଣ୍ଡ୍ରେନ୍‌ଙ୍କ ସହ ମିଶି ‘ଅପର୍ଚ୍ୟୁନିଟି ଇନ୍‌ସାଇଟ୍‌ସ’ର ପ୍ରତିଷ୍ଠାତା ନିର୍ଦ୍ଦେଶକ ହୋଇଥିଲେ।
ରାଜ୍‌ଙ୍କ ଗବେଷଣା କହେ ଛାତ୍ରୀଛାତ୍ରଙ୍କ ସଫଳତା ଶିକ୍ଷକଙ୍କ ଗୁଣବତ୍ତା ଉପରେ ନିର୍ଭର କରିଥାଏ। ବିଶେଷକରି ସ୍ବଳ୍ପ-ଆୟକରୀ ବର୍ଗ ପରିବାରର ପିଲାମାନେ କିଭଳି ପ୍ରଭାବିତ ହୋଇଥାଆନ୍ତି ତାହାର ଏକ ନମୁନା ସେ ଦେଖାଇଛନ୍ତି। ଆମେରିକା ଭିତରେ ଅର୍ଥନୈତିକ ଚଳମାନତା କିଭଳି ବ୍ୟାପକ ରହିଛି, ତାହାକୁ ମଧ୍ୟ ସେ ଗବେଷଣାରେ ଦେଖାଇବାକୁ ଚାହିଁଛନ୍ତି। ଜଣେ ବ୍ୟକ୍ତିଙ୍କ ଦକ୍ଷତା ହିଁ ଅର୍ଥନୀତିର ଶିଡ଼ି ଚଢ଼ିବାକୁ ପ୍ରଭାବିତ କରିଥାଏ। ତାଙ୍କ ଗବେଷଣା କହେ-‘ଆମେରିକାନ୍‌ ଡ୍ରିମ୍‌’ ପ୍ରାପ୍ତ ହେବା ଏତେ ସହଜ ନୁହେଁ। ଉପରକୁ ଉଠିବାରେ ଅନେକ ବାଧାବିଘ୍ନ ଉପୁଜିଥାଏ। ଉଲ୍ଲେଖଯୋଗ୍ୟ, ଆମେରିକାନ୍‌ ଡ୍ରିମ୍‌ ହେଉଛି ସେଠାକାର ଏକ ଜାତୀୟ ଲୋକନୀତି। ଗଣତନ୍ତ୍ର, ଅଧିକାର, ସ୍ବାଧୀନତା ଓ ସମାନତା ଭିତରେ ବ୍ୟକ୍ତିଗତ ପ୍ରଗତି ଓ ସଫଳତା ଲାଗି ସୁଯୋଗ ରହିଥାଏ। କିନ୍ତୁ ପୁଞ୍ଜିବାଦୀ ସମାଜରେ ଥିବା ବାଧାକୁ ପାର କରି ଆଗକୁ ଯିବା କଠିନ ପରିଶ୍ରମ ଦ୍ୱାରା ସମ୍ଭବ ହୁଏ। ୧୯୩୧ରେ ଜେମ୍ସ ଟ୍ରୁସ୍ଲୋ ଆଡାମ୍ସ ‘ଆମେରିକାନ୍‌ ଡ୍ରିମ୍‌’ର ପରିକଳ୍ପନା କରିଥିଲେ। ତାଙ୍କ ମତରେ ଜୀବନ ପ୍ରତ୍ୟେକଙ୍କ ପାଇଁ ଉତ୍ତମ, ସମୃଦ୍ଧ ଓ ପୂର୍ଣ୍ଣ ହେବା ଉଚିତ। ପ୍ରତ୍ୟେକଙ୍କ ଦକ୍ଷତା ଅନୁଯାୟୀ ସୁଯୋଗ ରହିଛି, ସିଏ ଯେଉଁ ପରିସ୍ଥିତିରେ ଜନ୍ମ ହୋଇଥାନ୍ତୁ ବା ସାମାଜିକ ବର୍ଗକୁ ପ୍ରତିନିଧିତ୍ୱ କରିଥାଅନ୍ତୁ ନା କାହିଁକି। ଏହି ତତ୍ତ୍ୱକୁ ରାଜ୍‌ ତାଙ୍କ ଗବେଷଣାରେ ସନ୍ନିବେଶିତ କରି ‘ଇକୋନୋମିକ୍‌ ମୋବିଲିଟି’ ଉପରେ ଦେଇଥିବା ଅଭିନବ ସୂତ୍ର ତାଙ୍କୁ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ସର୍ବଦା ଅନୁଭୂତିମୂଳକ ବାସ୍ତବ ବିଷୟବସ୍ତୁକୁ ସେ ଗବେଷଣାର ଆଧାର କରି ଅର୍ଥନୀତିରେ ଭିନ୍ନ ଏକ ଦିଗ ଉନ୍ମୋଚନ କରୁଥିବାରୁ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ୨୦୦୮ରେ ‘ଦି ଇକୋନମିଷ୍ଟ’, ‘ନ୍ୟୁୟର୍କ ଟାଇମ୍ସ’ ପୁରସ୍କାର, ୨୦୧୫ରେ ଭାରତ ସରକାରଙ୍କ ‘ପଦ୍ମଶ୍ରୀ’ ସମ୍ମାନଠାରୁ ଏବର ହାର୍ଭର୍ଡ ୟୁନିଭର୍ସିଟି ଶୀର୍ଷ ସମ୍ମାନ ତାଙ୍କ ଗବେଷଣା କ୍ଷେତ୍ରକୁ ଆହୁରି ବ୍ୟାପକ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri