ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା

ଖଇରା, ୧୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ବଦଳି ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ବିରୋଧ କରିଛନ୍ତି ା ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶିକ୍ଷା ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ସମାଧାନର ବାଟ ଫିଟି ନ ଥିବାରୁ ବିବାଦ ଜଟିଳ ରୂପ ଧାରଣ କରିଛି।
ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ମିରିପୁର ଖଇରା ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଥିବା କାରଣରୁ ଗ୍ରାମବାସୀ ମଙ୍ଗଳବାର ଅନୁଷ୍ଠିତ ଜନଶୁଣାଣି ଶିବିରରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତଥା ଜିଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ମିରିପୁର ଖଇରାରେ ଅଚଳାବସ୍ଥା ସୁଧାରିବାକୁ ବ୍ଲକ ଶିକ୍ଷାଧିକାରୀ ଅଧିକ ଶିକ୍ଷକ ଥିବା ସାଦିକପୁର ସ୍କୁଲର ବିଜ୍ଞାନ ଶିକ୍ଷକ ହେମନ୍ତ ଦାସଙ୍କୁ ବୁଧବାର ବଦଳି କରିଥିଲେ ା ଗ୍ରାମବାସୀ ଓ ଅଭିଭାବକଙ୍କ ସହ କୌଣସି ଆଲୋଚନା ନ କରି ଶିକ୍ଷାଧିକାରୀ ଯେଉଁଭଳି ଭାବେ ଶିକ୍ଷକଙ୍କୁ ବଦଳି କଲେ ତାହାର ପ୍ରତିବାଦରେ ଗ୍ରାମବାସୀ ବିଦ୍ୟାଳୟ ବନ୍ଦ କରିଛନ୍ତି ବୋଲି ପରିଚାଳନା କମିଟି ସଭାପତି ବନମାଳୀ ପୃଷ୍ଟି, ଗ୍ରାମବାସୀ ଅତୁଲ୍ୟ ନାୟକ, ସରକାର ମହାନ୍ତି, ମନେରଞ୍ଜନ ବେହେରା, ଡମ୍ବରୁଧର ଦାସ, ଅନ୍ନପୂର୍ଣ୍ଣା ପରିଡା ପ୍ରମୁଖ କହିଛନ୍ତି। ସାଦିକପୁର ବିଦ୍ୟାଳୟରେ ୮୦ଜଣ ପିଲାଙ୍କୁ ୬ଜଣ ଶିକ୍ଷକ ଥିବା ବେଳେ ଜଣେ ଶିକ୍ଷକଙ୍କ ବଦଳିରେ ତାଲା ବନ୍ଦ କରି ନିଜର ପିଲାମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି କରିବା ଅନୁଚିତ ବୋଲି ବ୍ଲକ ଶିକ୍ଷାଧିକାରୀ ଧରଣୀଧର ପାତ୍ର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଗାଇଡ୍‌ଲାଇନରେ ଚାଲିଗଲା ଜୀବନ

କଟକ ଅଫିସ,୧୧।୧୦: କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏପଟେ କିନ୍ତୁ ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିଗିଡିବାରେ ଲାଗିଛି। କୋଭିଡ୍‌...

ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ ଅଫିସ, ୧୮।୫: ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଠିକ୍‌ ଏହି ସମୟରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଅମ୍ଫନ’। ଏହି ଦୁଇଟିକୁ ନେଇ...

ପୂର୍ବତଟ ରେଳପଥର ୨୬୧ କୋଚ୍‌ ହେବ ଆଇସୋଲେଶନ ସେଣ୍ଟର

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ଭାଇରସ୍‌ କୋଭିଡ୍‌-୧୯ ବିରୋଧରେ ଲଢେଇ ପାଇଁ ଭାରତୀୟ ରେଳପଥ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନଠାରୁ ଆରମ୍ଭ କରି...

ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦକୁ ବିରୋଧ: ବାଲେଶ୍ୱର ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଲୋକେ

ବାହାନଗା,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକର କଳାମାଟିଆ ପାହିରେ ଥିବା ସମୁଦ୍ର ଆଖିରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦ...

ଫେଲ୍‌ ମାରିବା ପରେ ବଦଳିଲା ସର୍ବକ୍ଷମା ଯୋଜନା: ଅଧିକ ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୮ା୮(ବ୍ୟୁରୋ): ସହରରେ ଘର କରିବାକୁ ହେଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କିମ୍ବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଠାରୁ ଅନୁମତି ନେବାକୁ ପଡ଼ିବ। ଯଦି...

ଟିକାକରଣରେ ରେକର୍ଡ

ଭୁବନେଶ୍ୱର, ୩।୪(ବ୍ୟୁରୋ): ରାଜ୍ୟରେ ଗତ ଜାନୁୟାରୀରୁ କରୋନା ଟିକାକରଣ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୮,୬୬,୨୫୫ଜଣଙ୍କୁ ଟିକା ଦିଆଯାଇ ସାରିଲାଣି। ତେବେ ଶୁକ୍ରବାର ଟିକାକରଣରେ ରେକର୍ଡ...

ମନ୍ତ୍ରୀଙ୍କ ଏସ୍‌କର୍ଟ ଗାଡ଼ି ଓଲଟିଲା, ୫ ପୋଲିସ କର୍ମୀ ଆହତ

ପାରଳାଖେମୁଣ୍ଡି,୧୭ା୧୦(ଡି.ଏନ୍‌.ଏ.)- ଗଜପତି ଜିଲା ଅଡ଼ବା ଥାନା ଅଧୀନ ବିରିକୋଟ ଗ୍ରାମ ନିକଟ ଉଳିଆପଦାଠାରେ ରବିବାର ଅନୁସୂଚିତ ଜାତି, ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସୁରକ୍ଷା ଦେବାକୁ...

ପାନୀୟ ଜଳ ସମସ୍ୟା ଉପରେ ଗୁରୁତ୍ୱ

ନାଉଗାଁ,୩୦ା୪(ସ୍ବ.ପ୍ର.): ନାଉଗାଁ ପଞ୍ଚାୟତ ସମିତି ୩ୟ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମିତି ସମ୍ବିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗଦେଇ...

Advertisement
Archives

Model This Week