ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଲୁଟ୍‌

ବଲାଙ୍ଗୀର ଅଫିସ, ୧୭ା୫: ଅଭିନବ ଉପାୟରେ ଜଣେ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଟଙ୍କା ଲୁଟ୍‌ କରାଯାଇଥିତ୍ତ୍ବା ଅଭିଯୋଗ ହୋଇଛି ା ଶିକ୍ଷକ ଜଣକ ଏ ନେଇ ବଲାଙ୍ଗୀର ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ା ବଲାଙ୍ଗୀର ଜିଲା ତୁଷରା ଥାନା ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମର ମହୌଷଧି ପୁଟେଲ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ା ବଲାଙ୍ଗୀର ଏସପି ଅଫିସ ସମ୍ମୁଖରେ ଥିତ୍ବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି ା ଏହି ବ୍ୟାଙ୍କ ଆକାଉଣ୍ଟରୁ ୩୭ ହଜାର ଟଙ୍କା ଅନ୍ୟ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିତ୍ବା ଗତ ମେ ୪ ତାରିଖ ଦିନ ଜାଣିବାକୁ ପାଇଥିଲେ ା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୧୭ ହଜାର ଓ ପରେ ୨୦ ହଜାର ସମୁଦାୟ ୩୭ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିତ୍ବା ନେଇ ତାଙ୍କ ମୋବାଇଲ ଫୋନ୍‌କୁ ମ୍ୟାସେଜ୍‌ ଆସିଥିଲା ା ଏଭଳି ମ୍ୟାସେଜ ଆସିବା ପରେ ମହୌଷଧି ଚିନ୍ତିତ ହୋଇପଡି ଦେଓଗଁା ଏଟିଏମ୍‌କୁ ଯାଇ ତାଙ୍କର ବାଲାନ୍ସ ଚେକ୍‌ କରିଥିଲେ ା ତେବେ ବ୍ୟାଲେନ୍ସ ଚେକ୍‌ କଲାପରେ ତାଙ୍କ ଆକାଉଣ୍ଟରୁ ୩୭ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିତ୍ବା ଜାଣିବାକୁ ପାଇଥିଲେ ା ଏହାପରେ ବଲାଙ୍ଗୀର ଏସବିଆଇ ମୁଖ୍ୟ ଶାଖାକୁ ଆସି ଏ ନେଇ ଜଣାଇଥିଲେ ା ଏହାପରେ ୭ ତାରିଖ ଦିନ ବଲାଙ୍ଗୀର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ ା ତାଙ୍କ ବ୍ୟାଙ୍କ ପାଶ୍‌ବୁକ୍‌ ଅଫ୍‌ଡେଟ୍‌ କରାଯିବା ପରେ ଗତ ୪ ତାରିଖ ଅପରାହ୍ଣ ସାଢ଼େ ୩ଟାରେ ସାମିରେଡ୍ଡି କ୍ରିଷ୍ଣା ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୩୭ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିତ୍ବା ଜଣାପଡିଥିଲା ା ସାମିକ୍ରିଷ୍ଣାଙ୍କ ଯେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି ତାହା ଝାରଖଣ୍ଡର ଡୁମ୍‌କା ବ୍ରାଞ୍ଚ ବୋଲି ଉଲ୍ଳେଖ ରହିଛି ା ଗତ ୭ ତାରିଖରୁ ଅଭିଯୋଗ କରିଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯିବାରୁ ଅଭିଯୋଗକାରୀ ଶୁକ୍ରବାର ଏସପି ଅଫିସକୁ ଆସି ପୁଣି ଥରେ ଅଭିଯୋଗ କରିଥିଲେ। ଏଦିଗରେ ତଦନ୍ତକୁ ତ୍ୱରାନ୍ବିତ କରି କିଭଳି ୩୭ ହଜାର ଟଙ୍କା ଫେରିପାଇବେ ସେନେଇ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ଗାଏବ: ୧୨ ଜିଲାରେ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ ଶୀତ ଗାଏବ ହୋଇଯାଇଛି। ଆସନ୍ତା ୨୫ ତାରିଖ ଯାଏ ଶୀତର ଦେଖା ମିଳିବ ନାହିଁ। ଓଡ଼ିଶା ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି...

ରାଜ୍ୟବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ଆଜି ସାରା ଦେଶରେ ୭୪ତମ ସାଧାରଣତନ୍ତ୍ର ଦିବସ ଧୂମଧାମରେ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ...

ଚେକିଂରୁ ବଞ୍ଚିବା ପାଇଁ ଗାଡ଼ିରେ ଲଗାଇଥିଲେ କୋଭିଡ୍‌-୧୯ ଷ୍ଟିକର

ପାରଳାଖେମୁଣ୍ଡି,୩୦ା୫: କରୋନା ମହାମାରୀ ଏବଂ ଲକ୍‌ଡାଉନ ସମୟରେ ପ୍ରତିବନ୍ଧକ ମୁକ୍ତ ଯାତାୟତ ପାଇଁ ମେଡିକାଲ ଅଫିସର ଏବଂ ଉଚ୍ଚପଦସ୍ତ ସରକାରୀ କର୍ମଚାରୀଙ୍କୁ ଗାଡିରେ କୋଭିଡ୍‌-୧୯ ଷ୍ଟିକର...

ମାଟ୍ରିକ ଖାତା ଦେଖିବେ ଅଧିକ ୬ ହଜାର ଶିକ୍ଷକ: ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ମେ’ ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ। ପୂର୍ବ ନିର୍ଦ୍ଧାରିତ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାହେବ। ତେବେ ପୂର୍ବରୁ ୧୭ ହଜାର ଶିକ୍ଷକ...

ହାତ ଛାଡ଼ିଲେ ସ୍ମୃତିରେଖା

ଭୁବନେଶ୍ୱର,୬।୪(ବ୍ୟୁରୋ): କଂଗ୍ରେସ ଛାଡ଼ିଲେ ସ୍ମୃତିରେଖା ପହି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା...

କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠା ଐତିହ୍ୟ ବାଇ-ଲ’କୁ...

ଫେଲ୍‌ ମାରିବା ପରେ ବଦଳିଲା ସର୍ବକ୍ଷମା ଯୋଜନା: ଅଧିକ ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୮ା୮(ବ୍ୟୁରୋ): ସହରରେ ଘର କରିବାକୁ ହେଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କିମ୍ବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଠାରୁ ଅନୁମତି ନେବାକୁ ପଡ଼ିବ। ଯଦି...

ଜୁନ୍‌ ୧୭ରୁ ରାଜ୍ୟରେ ଖୋଲିବ ନାହିଁ ସ୍କୁଲ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ଜୁନ୍‌ ୧୭ ତାରିଖରୁ ସ୍କୁଲ ଖୋଲିବ ନାହିଁ। ଏନେଇ ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।...

Advertisement
Archives

Model This Week