ଶିକ୍ଷକଙ୍କ ବଦଳି ଓ ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ: ପ୍ରତିଶ୍ରୁତି ପାଇ ଆନ୍ଦୋଳନରୁ ଓହରିଲେ

ଖୁଣ୍ଟା,୧୭ା୯(ଡି.ଏନ୍‌.ଏ.): ଖୁଣ୍ଟା ବ୍ଲକ ଶିକ୍ଷା ବିଭାଗରେ କିଛି ଦିନ ହେଲା ଶିକ୍ଷକ ବଦଳି ଓ ନିଯୁକ୍ତିକୁ ନେଇ ଅଧିକାରୀମାନଙ୍କୁ ବେଶ ନାକେଦମ୍‌ ହେବାକୁ ପଡ଼ିଛି। ଜଣେ ଶିକ୍ଷକଙ୍କ ବଦଳି ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ବିଦ୍ୟାଳୟକୁ ୫ ଦିନ ଧରି ବନ୍ଦ କରାଯାଇଥିବା ବେଳେ ବଦଳି ହୋଇଥିବା ସମ୍ପୃକ୍ତ ଶିକ୍ଷକ ଯୋଗ ନ ଦେବାକୁ ନେଇ ଅନ୍ୟ ଏକ ବିଦ୍ୟାଳୟରେ ସୋମବାର ତାଲା ପଡିଥିଲା। ତେବେ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ନାମା ଦେଖିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ତାଲା ପଡିଥିବା ବିଦ୍ୟାଳୟ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଖୋଲିଥିବା ବେଳେ ୫ ଦିନ ଧରି ବନ୍ଦ ରହିଥିବା ଅନ୍ୟ ବିଦ୍ୟାଳୟର ତାଲା ମଧ୍ୟ ଖୋଲା ଯାଇଥିଲା। ସୂଚନା ଅନୁଯାୟୀ, ଚୁନଡିହା ପ୍ରାଥମିକ ବିଦ୍ୟାଳୟରେ ୧ରୁ ୫ମ ପର୍ଯ୍ୟନ୍ତ ମୋଟ ୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ। ଶିକ୍ଷା ବର୍ଷ ଆରମ୍ଭରୁ ମାତ୍ର ଜଣେ ଶିକ୍ଷୟିତ୍ରୀ ପାଠ ପଢାଉଛନ୍ତି। ଠିକ୍‌ଭାବେ ପାଠ ପଢା ହୋଇପାରୁ ନ ଥିବା ଦୃଷ୍ଟିରୁ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷା ବର୍ଷ ଆରମ୍ଭରୁ ବ୍ଲକ ଶିକ୍ଷଧିକାରୀଙ୍କଠାରେ ଦାବି ହୋଇ ଆସୁଥିଲା। ତେବେ ୫ ଦିନ ପୂର୍ବରୁ ସୋନପୋଖରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଜଗନ୍ନାଥ ମହାନ୍ତଙ୍କୁ ଚୁନଡିହା ବିଦ୍ୟାଳୟକୁ ବଦଳି କରାଯାଇଥିଲା। ଏହି ଖବର ପାଇବା ପରେ ଚୁନଡିହା ଗ୍ରାମବାସୀମାନେ ଆସ୍ବସ୍ତ ହୋଇଥିଲେ। ମାତ୍ର ଶିକ୍ଷକ ମହାନ୍ତଙ୍କ ବଦଳି ଘଟଣାକୁ ନେଇ ସୋନପୋଖରୀ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ସୋନପୋଖରୀ ପ୍ରାଥମିକ ବିଦ୍ୟାଳୟରେ ୫ ଜଣ ଶିକ୍ଷକ ଥିବାବେଳେ ଗ୍ରାମବାସୀମାନେ ଜନୈକ ଶିକ୍ଷକଙ୍କ ଅନିୟମିତତା କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ବଦଳି କରିବା ପାଇଁ ବ୍ଲକ ଶିକ୍ଷଅଧିକାରୀଙ୍କୁ ଲିଖିତ ଭାବେ ଦାବି କରିଥିଲେ। ତେବେ ଏକ ମାସ ପରେ ଶିକ୍ଷକ ମହାନ୍ତଙ୍କୁ ବଦଳି କରାଯାଇଥିବା ଜାଣିବା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଗତ ୧୦ ତାରିଖରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଖବର ପାଇ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ବୃନ୍ଦାବନ ମାର୍ଣ୍ଡି ସୋନପୋଖରୀ ବିଦ୍ୟାଳୟରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ଯାଇ ବଦଳି ହୋଇଥିତ୍ବା ଶିକ୍ଷକ ମହାନ୍ତଙ୍କ ବଦଳି ଆଦେଶକୁ ରଦ୍ଦ କରାଯିବ ବୋଲି ଗ୍ରାମବାସୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେବାରୁ ସେତେବେଳେ ଉତ୍ତେଜନା ସାମାନ୍ୟ ହ୍ରାସ ପାଇଥିଲା। ମାତ୍ର ଗ୍ରାମବାସୀଙ୍କ ପକ୍ଷରୁ ଯେଉଁ ଶିକ୍ଷକଙ୍କ ବଦଳି ଦାବି କରାଯାଇଥିଲା ତାଙ୍କର ବଦଳି ନ ହେବା ପର୍ଯ୍ୟନ୍ତ ବିଦ୍ୟାଳୟର ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେବା ସହିତ ସେହିଦିନ ଠାରୁ ଛାତ୍ରଛାତ୍ରୀମାନଙ୍କୁ ଗ୍ରାମର ଅନ୍ୟ ଏକ ସ୍ଥାନରେ ବସାଇ ପାଠ ପଢାଉଥିଲେ। ଅନ୍ୟପକ୍ଷରେ ଶିକ୍ଷକ ମହାନ୍ତଙ୍କ ବଦଳି ଆଦେଶ ରଦ୍ଦ ହୋଇଥିବା ଘଟଣା ଜାଣିବା ପରେ ଚୁନଡିହା ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ସୋମବାର ବିଦ୍ୟାଳୟ ଆରମ୍ଭ ସମୟରେ ଗ୍ରାମବାସୀମାନେ ଚୁନଡିହା ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଅନ୍ୟ ଜଣେ ଶିକ୍ଷକ ନିଯୁକ୍ତି ନ ପାଇବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଖବରପାଇ ସିଆରସିସି ଜୟନ୍ତ କୁମାର ଦାସ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକ ମହାନ୍ତଙ୍କ ବଦଳି ବଳବତ୍ତର ରହିଥିବା ସହିତ ଉକ୍ତ ବିଦ୍ୟାଳୟରେ ସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ବ୍ଲକ ଶିକ୍ଷାଧିକାରୀଙ୍କ ଆଦେଶ ନାମା ଦେଖାଇବା ପରେ ଗ୍ରାମବାସୀମାନେ ପ୍ରାୟ ୧୧ଟା ୩୦ ସମୟରେ ତାଲା ଖୋଲିଥିଲେ। ସେହିପରି ସୋନପୋଖରୀ ଗ୍ରାମବାସୀମାନେ ବଦଳି ଦାବି କରିଥିବା ଶିକ୍ଷକଙ୍କୁ ଗିରିଶ୍ଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିବା ଆଦେଶ ନାମା ଦେଖିବା ପରେ ସୋନ ପୋଖରୀ ବିଦ୍ୟାଳୟରୁ ତାଲା ଖୋଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri