ଶିକ୍ଷକଙ୍କ ଘରକୁ ଯିବ ନବମ ପରୀକ୍ଷା ଖାତା: ସ୍କୁଲ୍‌ରୁ ଅଭିଭାବକ ଘରକୁ ନେବେ ବହି

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ପାଇଁ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ଏଥିପଯୋଗୁ ସ୍କୁଲ୍‌, କଲେଜ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ଗୁରୁତର ବାଧାପ୍ରାପ୍ତ ହୋଇଛି। ଅନେକ ପରୀକ୍ଷାକୁ ବନ୍ଦ କରାଯିବା ସହିତ କିଛି ପରୀକ୍ଷାକୁ ସ୍ଥଗିତ ମଧ୍ୟ ରଖାଯାଇଛି। ଲକ୍‌ଡାଉନ୍‌ ଅବଧିକୁ ୩୦ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାପରେ ଚିନ୍ତା ବଢ଼ିଛି। ନବମ ଶ୍ରେଣୀର ବାକିଥିବା ଇତିହାସ-ଭୂଗୋଳ ବିଷୟ ପରୀକ୍ଷାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇସାରିଛି। ତେବେ ଯେଉଁସବୁ ବିଷୟଗୁଡ଼ିକର ପରୀକ୍ଷା ସରିଛି ସେସବୁ ଖାତା କିପରି ଦେଖାହେବ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଜନା କରୁଛି। ଘରେ ରହି ଶିକ୍ଷକମାନେ ଖାତା ଦେଖିବେ। ଆସନ୍ତା ୩୦ତାରିଖ ଭିତରେ ସେମାନଙ୍କ ଘରକୁ ପରୀକ୍ଷା ଖାତା ପଠାଇବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ।

ସୂଚନାଯୋଗ୍ୟ, ନବମ ଶ୍ରେଣୀ ପରୀକ୍ଷା ଚାଲୁଥିବା ସମୟରେ ରାଜ୍ୟରେ କରୋନାର ପ୍ରଭାବ ଦେଖିବାକୁ ମିଳିଥିଲା। ତେଣୁ ବାକିଥିବା ଇତିହାସ-ଭୂଗୋଳ ପରୀକ୍ଷାକୁ ପ୍ରଥମେ ସ୍ଥଗିତ ରଖାଯାଇଥିଲା। ଲକ୍‌ଡାଉନ୍‌ ହଟିବା ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଥିବା ଲକ୍‌ଡାଉନ୍‌ ଅବଧିକୁ ପୁଣି ବୃଦ୍ଧି କରାଯିବା ପରେ ଏହି ପରୀକ୍ଷା ନ କରିବା ପାଇଁ ବିଭାଗ ନିଷ୍ପତ୍ତି ନେଇଥିଲା। ସେପଟେ ଯେଉଁ ବିଷୟଗୁଡ଼ିକର ପରୀକ୍ଷା ଶେଷ ହୋଇଛି ତା’ର କିପରି ଖାତା ଦେଖାହେବ ତାହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ି ଯାଇଥିଲା। କାରଣ ନବମ ଶ୍ରେଣୀ ପିଲା ପାସ୍‌ ହେଲେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ପାଠପଢ଼ିବେ। ସେଥିପାଇଁ ଉକ୍ତ ପରୀକ୍ଷା ଖାତା କିପରି ଶୀଘ୍ର ଦେଖାଯାଇପାରିବ ସେ ନେଇ ବିଭାଗ ପକ୍ଷରୁ ଆଲୋଚନା ହୋଇଥିଲା। ଘରେ ରହି ଶିକ୍ଷକ ଖାତା ଦେଖିବେ। ତେଣୁ ଶିକ୍ଷକଙ୍କ ଘରକୁ ଖାତା ପଠାଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ବିଭାଗୀୟ ସଚିବ ଚିତ୍ରା ଅରୁମୁଗମଙ୍କ ସହିତ ଆଲୋଚନା ହୋଇସାରିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିଛି ବେଲି ମନ୍ତ୍ରୀ କହିଛନ୍ତି।

ସେପଟେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ କିପରି ବହି ଦିଆଯିବ ସେଥିପାଇଁ ବିଭାଗ ପକ୍ଷରୁ ଯୋଜନା ଚାଲିଛି। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ପାସ୍‌ ବୋଲି ମନ୍ତ୍ରୀ କହିଥିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବହି ଦେବା ପାଇଁ ସବୁଠି ବହି ପହଞ୍ଚତ୍ ଯାଇଥିଲେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ପିଲାମାନଙ୍କୁ ବଣ୍ଟନ କରାଯାଇପାରିନି। ପିଲାଙ୍କୁ କିପରି ବହି ଦିଆଯିବ ସେନେଇ ଶନିବାର ବିଭାଗ ପକ୍ଷରୁ ଏକ ବୈଠକ ହୋଇଥିଲା। ସ୍କୁଲରେ ବହି ବଣ୍ଟନ କରାଯିବ। ତେବେ ପିଲାମାନେ ନୁହେଁ, ଅଭିଭାବକଙ୍କ ଜରିଆରେ ପିଲାଙ୍କୁ ବହି ଦିଆଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri