ଶିକାଗୋ ବିଶ୍ୱବିଦ୍ୟାଳୟ ସହଭାଗିତାରେ ପ୍ରତିଷ୍ଠା ହେବ ଡିପିଆଇସି

ଭୁବନେଶ୍ୱର,୨୨ା୧(ବ୍ୟୁରୋ):ରାଜ୍ୟ ପ୍ରଶାସନକୁ ପୂର୍ବାପେକ୍ଷା ଅଧିକ ଲୋକାଭିମୁଖୀ କରିବା ପାଇଁ ଚେଷ୍ଟା କରାଯାଉଛି। ଗତବର୍ଷଠାରୁ ଆରମ୍ଭ ହୋଇଥିବା ‘ମୋ ସରକାର’ ଏବଂ ୫-ଟି କାର୍ଯ୍ୟକ୍ରମ ଏହି ଚେଷ୍ଟାକୁ ସଫଳ କରୁଥିବାର ଲକ୍ଷ୍ୟ କରାଯାଉଛି। ପ୍ରାଥମିକ ଭାବେ ସ୍ବାସ୍ଥ୍ୟସେବା, ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ଏବଂ ପୋଲିସ ସେବାକୁ ବ୍ୟାପକ ଗୁରୁତ୍ୱ ଦିଆଯାଇଛି। ମୋ ସରକାର ଏବଂ ୫-ଟି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏକ ଡାଟା ପଲିସି ଇନୋଭେଶନ୍‌ ସେଣ୍ଟର(ଡିପିଆଇସି) କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହୋଇଥିବା ବୈଠକରେ ଏ ସମ୍ପର୍କିତ ସମୀକ୍ଷା ଅନୁଷ୍ଠିତ ହୋଇଛି।
ଏହି ଡିପିଆଇସି ଗଠନ କ୍ଷେତ୍ରରେ ଶିକାଗୋ ୟୁନିଭରସିଟି ବୈଷୟିକ ସହଯୋଗ କରିବ। ବୈଠକରେ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ପ୍ରକଳ୍ପ ସମ୍ପର୍କିତ ପ୍ରାଥମିକ ଚିଠା ଉପସ୍ଥାପନ କରିଥିଲେ। ଶିକାଗୋ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ର ଥିମ୍‌ ଏକ୍ସପର୍ଟ ଏବଂ ଦକ୍ଷିିଣ ଏସିଆ ନିର୍ଦ୍ଦେଶକ ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ। ଉପସ୍ଥାପନାକୁ ଅନୁଧ୍ୟାନ କରିବା ପରେ ମୁଖ୍ୟ ଶାସନ ସଚିବ ଏ ସମ୍ପର୍କିତ ରୂପରେଖ ପ୍ରସ୍ତୁତ କରିବା ପାଇଁ ଯୋଜନା ଓ ସଂଯୋଜନ ବିଭାଗ, ସାଧାରଣ ପ୍ରଶାସନ, ଇଲେକ୍ରୋଟିକ୍ସ ଓ ଆଇଟି ଏବଂ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜନଗଣଙ୍କୁ ସେବା ପ୍ରଦାନରେ ନୂତନ ପ୍ରକାରର ନୀତି ପାଇଁ ବୃହତ୍‌ ତଥ୍ୟ(ବିଗ୍‌ ଡାଟା) ବ୍ୟବହାରକୁ ଅନୁମୋଦନ ଦିଆଯାଇଛି। ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ କହିବାନୁଯାୟୀ, ଡିପିଆଇସି ଏକ ଉତ୍କର୍ଷର କେନ୍ଦ୍ରଭାବେ କାର୍ଯ୍ୟ କରିବ। କୃତ୍ରିମ ବୁଦ୍ଧିମତ୍ତା, ଆଧୁନିକ ଅର୍ଥନୈତିକବାଦ୍‌ ଏବଂ ପରିସଂଖ୍ୟାନ ଇତ୍ୟାଦି ନୀତି ନିର୍ଦ୍ଧାରଣରେ ସହାୟକ ହେବ। ଏହା ଶିକାଗୋ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ସହ ରାଜ୍ୟ ସରକାରଙ୍କ ବିଭାଗ ମଧ୍ୟରେ ସମନ୍ବୟ ସ୍ଥାପିତ ହୋଇପାରିବ। ପ୍ରଶାସନରେ ବିଗ୍‌ ଡାଟାର ଅନେକ ଆବଶ୍ୟକତା ଥିବା ଜଣାପଡିଛି। ଜଳ ଏବଂ ବିଦ୍ୟୁତ ଶକ୍ତି ବ୍ୟବହାର କ୍ଷେତ୍ରରେ ଏହା ସହାୟକ ହେବ ବୋଲି କୁହାଯାଉଛି। କୃଷି କ୍ଷେତ୍ରରେ କ୍ରପ୍‌ ଡାଇଭର୍ସଫିକେଶନ୍‌, କୃଷି ପଦ୍ଧତି, ପ୍ରଦୂଷଣ ହ୍ରାସ ଏବଂ ପରିବେଶ ସୁରକ୍ଷା ଦିଗରେ ଡିପିଆଇସି ସହଯୋଗ କରିବ ବୋଲି କୁହାଯାଉଛି।
ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର, ଅର୍ଥ ପ୍ରମୁଖ ସଚିବ ଅଶୋକ ମୀନା, ସ୍କୁଲ ଓ ଗଣଶିକ୍ଷା ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍‌, ଆଇଟି ସଚିବ ମନୋଜ ମିଶ୍ର ଏବଂ ଶିକାଗୋ ବିଶ୍ୱବିଦ୍ୟାଳୟ ପ୍ରତିନିଧି ଭାବେ ଡକ୍ଟର ଅନନ୍ତ ସୁଦର୍ଶନ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?