ଶାହାଙ୍କ ଶ୍ରୀମନ୍ଦିର ଗସ୍ତବେଳେ ସୁରକ୍ଷା ଢିଲା: ବାଇଶି ପାହାଚରେ ଫଟୋ ଉଠାଇ ଧରାପଡ଼ିଲେ ଯୁବକ

ପୁରୀ ଅଫିସ, ୧।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଜଣେ ଯୁବକ ବାଇଶି ପାହାଚରେ ଶାହାଙ୍କ ଫଟୋ ଉଠାଇ ଧରାପଡ଼ିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଶାହା ମହାପ୍ରଭୁ ଦର୍ଶନ ପାଇଁ ଆସୁଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ବାହାରେ ମଧ୍ୟ ମାଳ ମାଳ ପୋଲିସ କର୍ମଚାରୀ ଥିଲେ। ହେଲେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଚକ୍‌ମା ଦେଇ ଜଣେ ଯୁବକ ମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ପୋଲିସର ଦକ୍ଷତା ପ୍ରତି ଅଙ୍ଗୁଳି ଉଠାଇଛି।

ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ନଜର ରହିଛି। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଇଆସୁଛି। ଏହାକୁ ନଜରରେ ରଖି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ପ୍ରତି ଦ୍ୱାରରେ ମେଟାଲ ଡିଟେକ୍ଟର ସାଙ୍ଗକୁ ପୋଲିସ କର୍ମଚାରୀ ମୁତୟନ ରହୁଛନ୍ତି। ଭକ୍ତଙ୍କୁ ଯାଞ୍ଚ କରି ଭିତରକୁ ଛଡ଼ାଯାଉଛି। ସମ୍ଭାବ୍ୟ ଆଶଙ୍କା କରି ଗତ କିଛିବର୍ଷ ହେଲା ଜାତୀୟ ସୁରକ୍ଷା ବାହିନୀ (ଏନ୍‌ଏସ୍‌ଜି) ଶ୍ରୀମନ୍ଦିରକୁ ଆସି ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରୁଛନ୍ତି। ଏସବୁ ସତ୍ତ୍ବେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯେ କେତେ ବିପନ୍ନ ଉପରୋକ୍ତ ଘଟଣା ଏହାକୁ ସ୍ପଷ୍ଟ କରୁଛି। ଶନିବାର ସକାଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବାବେଳେ ବାଇଶି ପାହାଚରେ ଜଣେ ଯୁବକ ମୋବାଇଲରେ ତାଙ୍କ ଫଟୋ ଉଠାଉଥିଲେ। ଏହି ସମୟରେ ଜଣେ ପୋଲିସ କର୍ମଚାରୀ ଏହା ଦେଖିପାରି ସମ୍ପୃକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ। ତାଙ୍କ ମୋବାଇଲ ଜବତ କରିବା ସହ ତାଙ୍କୁ ଅଟକ ରଖିଥିଲେ। ସମ୍ପୃକ୍ତ ଯୁବକଙ୍କ ପରିଚୟ ଜଣାପଡି ନ ଥିବାବେଳେ ଏହି ଘଟଣାକୁ ପୋଲିସ ଏଡ଼ାଇଦେବାକୁ ଚେଷ୍ଟା କରିଛି। ଖୋଦ୍‌ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପୁରୀ ପୋଲିସର ଦକ୍ଷତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି।

ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଡ଼ା କଟକଣା ରହିଛି। କିନ୍ତୁ ଏହି କଟକଣାକୁ ଅନେକେ ମାନୁନାହାନ୍ତି। ବିଭିନ୍ନ ସମୟରେ ଭକ୍ତ ମନ୍ଦିର ଭିତରକୁ ମୋବାଇଲ ଫୋନ ନେଇ ଭିଡିଓ ଏବଂ ଫଟୋ ଉଠାଉଛନ୍ତି। ଏହାଦ୍ୱାରା ଶ୍ରୀମନ୍ଦିରର ଅନେକ ଗୁପ୍ତ ତଥ୍ୟ ବାହାରକୁ ଆସୁଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସ ଏଥିରେ ରୋକ୍‌ ଲଗାଇ ପାରୁନାହିଁ। ଗତ ୨୬ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରକୁ ଆସିଥିବାବେଳେ ସମାନ ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ଯୁବକ ଆନନ୍ଦ ବଜାର ଭିତରେ ମେଘନାଦ ପାଚେରି କଡ଼ରେ ଠିଆହୋଇ ମୋବାଇଲରେ କଥା ହେଉଥିଲେ। ଶନିବାର ଶାହାଙ୍କ ଗସ୍ତ ବେଳେ ବି ମୋବାଇଲ ଫୋନ ଭିତରକୁ ଯାଇଥିବା ସ୍ପଷ୍ଟ ହୋଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଭିଭିଆଇପି ଆସିବା ସମୟରେ ମୋବାଇଲ ଫୋନକୁ କେହି ଭିତରକୁ ନେଇପାରୁଛନ୍ତି ତେବେ ଅନ୍ୟ କିଛି ସାମଗ୍ରୀ ନେଇପାରିବେ ନାହିଁ କାହିଁକି? କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଅନ୍ୟ କେହି କିଛି ଘଟାଇବା ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ସୁରକ୍ଷା ବଳୟ ଉନ୍ନତିକରଣ: ଜମି ଅଧିଗ୍ରହଣ ଜନଶୁଣାଣି ଆରମ୍ଭ

ପୁରୀ ଅଫିସ,୯ା୧୦: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା...

ସମସ୍ତ ପ୍ରାର୍ଥିତ୍ୱ କାଏମ

କାମାକ୍ଷାନଗର, ୧୦ା୩(ଡି.ଏନ୍‌.ଏ.): ପୌର ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ସରିଛି। କାମାକ୍ଷାନଗର ଏନ୍‌ଏସିର ୧୫ଟି ଓ୍ବାର୍ଡରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୩୦ କାଉନ୍‌ସିଲର ପ୍ରାର୍ଥୀ...

ଓଭରବ୍ରିଜ୍‌ ମରାମତି ଦାବି ତେଜିଲା, ସିଭିଲ୍‌ ସୋସାଇଟିର ଗଣଧାରଣା

ବାଲେଶ୍ୱର ଅଫିସ, ୭।୯-ବାଲେଶ୍ୱର ଫକୀରମୋହନ ଗୋଲେଇସ୍ଥିତ ଓଭରବ୍ରିଜ୍‌ର ସୁରକ୍ଷା ଓ ମରାମତି ଦାବିରେ ରେଳଷ୍ଟେଶନ ନିକଟସ୍ଥ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ସିଭିଲ...

ଆଜି ରାଜ୍ୟରୁ ୨୦୩ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୪,୦୯୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ବିଷ ପିଇଲେ ନବ ବିବାହିତା

ଦେବଗଡ଼,୧୭।୧(ଡି.ଏନ୍‌.ଏ.): ଦେବଗଡ଼ ଆଦର୍ଶ ଥାନା ଅଧୀନ ରମ୍ଭେଇ ଡାହିପାଳ ଗ୍ରାମର ନବଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲା...

ଶଙ୍ଖନାଦରେ କମ୍ପିଲା ନୟାଗଡ଼ ଜିଲା

ନୟାଗଡ଼ ଅଫିସ,୨୪।୫: ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ୫ରୁ ଊର୍ଦ୍ଧ୍ୱ ଥର ନୟାଗଡ଼ ଗସ୍ତ, ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର, ଭାଜପାର ୧୨୦ ମିଶନ୍‌ ସବୁ...

ଗଛରେ ପିଟି ହେଲା ଆମ୍ବୁଲାନ୍ସ: ଡ୍ରାଇଭର ଗୁରୁତର

ସଜନାଗଡ଼, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅନ୍ତର୍ଗତ ସେରଗଡ ଉଦଳା ରାସ୍ତା ୧୯ନଂ ରାଜ୍ୟ ରାଜପଥ ଆମ୍ବୁଡିହା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଏକ ଦୁର୍ଘଟଣା...

ମା’ ତାରା ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ , ୪୩ କୋଟି ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ

ପୁରୁଷୋତ୍ତମ ପୁର, ୧୮/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର...

Advertisement
Archives

Model This Week