ଶାଳଗଛ କାଟିବା ଅଭିଯୋଗରେ ଜଣେ ଗିରଫ

ଦାରିଙ୍ଗବାଡ଼ି,୧୮।୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ବନ ବିଭାଗ ପକ୍ଷରୁ ଜଣେ କାଠ ମାଫିଆକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଉକ୍ତ ବନାଞ୍ଚଳ କାରଟିଙ୍ଗିଆ ପଞ୍ଚାୟତ ତିଆରି ଗାଁର ରାଧାକାନ୍ତ ପ୍ରଧାନ ବୋଲଇ ବନାଞ୍ଚଳ ଅଧିକାରାୀ ପ୍ରଦୀପ ବେହେରା କହିଛନ୍ତି। ସେ କହିଛନ୍ତି ଯେ, ରାଧାକାନ୍ତ ଜଣେ କାଠମାଫିଆ। ସେ ଦୀର୍ଘ ଦିନ ଧରି ଉକ୍ତ ଅଞ୍ଚଳରେ ଶାଳ କାଠ ସମେତ ବହୁ ମୂଲ୍ୟବାନ କାଠ କାଟି ବିକ୍ରି କରୁଛନ୍ତି।  ସେ କାଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ କାଟୁଥିବା ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବନପାଳ ହରିଶ ପ୍ରଧାନ ଏବଂ ଅନ୍ୟ କର୍ମଚାରୀ ଚଢ଼ାଉ କରି ରାଧାକାନ୍ତଙ୍କୁ ଧରିବାରେ ସଫଳ ହେବା ସହ ତାଙ୍କୁ ଗିରଫ କରି ଦାରିଙ୍ଗବାଡ଼ି ପ୍ରଥମଶ୍ରେଣୀ ବିଚାର ବିଭାଗରେ ହାଜର କରାଇଛନ୍ତି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗ ହାଜତକୁ ପଠାଇ ଦିଆଯାଇଛି। ରାଧାକାନ୍ତଙ୍କୁ ଅଧିକା ପଚରାଉଚରା କରିବାକୁ ବନବିଭାଗ ରିମାଣ୍ଡରେ ଆଣିବ ବୋଲି ବନାଞ୍ଚଳ ଅଧିକାରୀ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ନେଲା ଦୁଇ ଭାଇଙ୍କ ଜୀବନ: ସାନ ପରେ ବଡ଼ଭାଇଙ୍କ ଜୀବନ ଗଲା

ରାୟଗଡ଼ା,୧୧।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ସରୁନି ଦାଦନ ଦୁଃଖ। କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ମକାପଦର ଗ୍ରାମର ୨ ଭାଇ ରୋଜଗାର ଆଶାରେ ପଡ଼ୋଶୀ...

ଜମି ଭାଗବଣ୍ଟାରୁ ସାନ ଭାଇଙ୍କୁ ହତ୍ୟା

ଧରାକୋଟ,୧୧ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ଼ ଥାନା ଅଧୀନ ଜଗନ୍ନାଥପୁର ଶାସନ ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ନିଲୁ ବିଷୋୟୀଙ୍କୁ ହତ୍ୟା...

ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁଙ୍କୁ ଏନ୍‌କାଉଣ୍ଟର

ପୁରୀ,୧୧।୧୨: ପୁରୀରେ ସୋମବାର ଏକ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକ ଆହତ ହୋଇଛନ୍ତି। ସନ୍ତୁଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି। ତାଙ୍କୁ...

କଳା ଟଙ୍କାରେ ଭୋଟ କିଣିବା ଥିଲା ଯୋଜନା: ଭାଜପା ନେତା

ଛତ୍ରପୁର,୧୧।୧୨(ସନ୍ତୋଷ ପାଢ଼ୀ ): କେନ୍ଦ୍ରୀୟ ଆୟକର ବିଭାଗ ଓଡ଼ିଶାରେ ଜବତ କରିଥିବା କଳା ଟଙ୍କାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଯେଉଁଭଳି ଭାବେ ଓଡ଼ିଶାରେ ବିଜେଡି...

ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର

ମାଲକାନଗିରି,୧୧।୧୨: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର  ହୋଇଛନ୍ତି। ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ସକାଳେ ଡ଼ାମବାମ...

ରଶି ଲଗାଇ ଜୀବନ ହାରିଲେ ଶିକ୍ଷକ: କାରଣ ଖୋଜୁଛି ପୋଲିସ

ଲାଞ୍ଜିଗଡ଼,୧୧।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା ସିକେରକୂପା ଫାଣ୍ଡି ଅଧୀନ କାଉଗୁଡା ଗ୍ରାମରେ ସୋମବାର ଜଣେ ଶିକ୍ଷକ ଘରେ ରଶି...

ଷଷ୍ଠ ଦିନରେ ଆୟକର ବିଭାଗର ଚଢାଉ: ଭାଟି ମ୍ୟାନେଜରଙ୍କୁ ପଚରାଉଚରା

ବଲାଙ୍ଗୀର,୧୧।୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ମଦଭାଟି, ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚଢ଼ାଉ କରି ଆୟକର ବିଭାଗ ଜବତ କରିଥିବା କୋଟି କୋଟି...

ବାପା ପୁଅଙ୍କୁ ଏସିଡ୍‌ ମାଡ଼ 

ପୁରୀ,୧୧।୧୨: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ ନେଇ  ଏସିଡ୍‌ ମାଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri