ଶାରୀଶୂଆ ପାହାଡରେ ସାଇଣ୍ଟଫିକ ଟିମ

ଖଇରା, ୨୪।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ୭୭ ନମ୍ବର ତଥା ଅନ୍ୟାନ୍ୟ ଖଣି ଉପରେ କଟକ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢାଉର ୧୨ ଘଣ୍ଟା ନ ପୂରୁଣୁ ଆରଏଫଏସଏଲ(ବାଲେଶ୍ୱର ରିଜିଓନାଲ ଫରେନସିକ ସାଇନ୍ସ ଲାବୋରେଟୋରୀ) ଟିମ୍‌ ପୁନଶ୍ଚ ସୋମବାର ପ୍ରତ୍ୟୁଷରେ ଉକ୍ତ ଖଣିକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସକାଳେ ଏହି ଟିମ୍‌ ଖଣିକୁ ଯାଇ କକୁର ସହାୟତାରେ ଖଣିଖନନ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଖଇରା ତହସିଲଦାର ପ୍ରଦୀପ ସାହୁ ଉପସ୍ଥିତ ଥିଲେ । ଖଣିରେ ୱାଗନ ବ୍ଲାଷ୍ଟିଂ ପାଇଁ ବ୍ୟବହୃତ ତାର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଥିଲେ। ପରେ ଏହି ଟିମ୍‌ ଖଇରା ଥାନାକୁ ଯାଇ ଆଇଆଇସି ସୁବ୍ରତ କୁମାର ବେହେରାଙ୍କ ସହ ଚଢାଉ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଆଇଆଇସି ବେହେରାଙ୍କ ସହ ଆଲୋଚନା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ଙ୍କ ପକ୍ଷରୁ ଖଣି ଚଢାଉ ପରେ ଏକ ମାମଲା (ନଂ. ୪୧/୨୦) ରୁଜୁ କରାଯାଇଛି । ଯାହାର ତଦନ୍ତ ଭାର ତାଙ୍କୁ ଅର୍ପଣ କରାଯାଇଛି । ଏହି ଟିମ୍‌ ପକ୍ଷରୁ ଖଣି ଅଞ୍ଚଳ ପରିଦର୍ଶନ ତଦନ୍ତର ଏକ ଅଂଶ ବୋଲି କହିଛନ୍ତି । ରବିବାର କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ତେଜରାଜ ପଟେଲଙ୍କ ନେତୃତ୍ୱରେ ଗଠିତ ଏସ୍‌ଟିଏଫ ପକ୍ଷରୁ ବେଆଇନ ଭାବେ ଚାଲିଥିବା ୭୭ନମ୍ବର ଖଣି ଉପରେ ଚଢାଉ କରାଯାଇ ୩ଟି ଗାଡି ଜବତ କରାଯିବା ସହ ୫ଜଣଙ୍କୁ ଗିରଫ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଗିରଫ

ବ୍ରହ୍ମପୁର, ୧/୧୧ (ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଡକ୍ରସ ପାଣ୍ଠିରୁ ୮.୬୩ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲାପାଳଙ୍କ…

ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବେ ରୋହିତ ଶର୍ମା; ଜାଣନ୍ତୁ ସେ କେତୋଟି ମ୍ୟାଚ ଖେଳିବେ

ନୂଆଦିଲ୍ଲୀ,୧।୧୧: ରୋହିତ ଶର୍ମା ମୁମ୍ବାଇ ଦଳକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ ମୁମ୍ବାଇ କ୍ରିକେଟ ଆସୋସିଏସନ (MCA) କୁ ଜଣାଇଛନ୍ତି ଯେ, ଡିସେମ୍ବରରେ ହେବାକୁ ଥିବା ‘ବିଜୟ…

ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା: ପୁଅ ଗୁରୁତର,  ପଡ଼ୋଶୀ ଅଟ ଥିବା ସୂଚନା

କୋରୁକୋଣ୍ଡା, ୧/୧୧ (ଅଶୋକ କୁମାର ପରିଡ଼ା): ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେମାନଙ୍କ ୧୨ ବର୍ଷୀୟ ପୁଅକୁ ମରଣାନ୍ତକ ଆକ୍ରମଣ…

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ…

LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୧।୧୧: ଡିସେମ୍ବର ୨୦୨୬ରେ, ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉପରେ ‘ଅଣ୍ଡର-ରିକଭରି’ (ଅର୍ଥାତ ଉତ୍ପାଦନ/କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ) ପ୍ରାୟ ୧୩%…

ସ୍ବାସ୍ଥ୍ୟ ପାଇଁ ସୁଧା: ବିଶ୍ୱ ଭେଗାନ୍‌ ଦିବସ

ସମଗ୍ର ବିଶ୍ୱରେ ଶାକାହାରୀ ଜୀବନଶୈଳୀ, ପରିବେଶ ସୁରକ୍ଷା ଏବଂ ପ୍ରାଣୀଙ୍କ ପ୍ରତି ଦୟାଭାବ ଜାଗ୍ରତ ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧ରେ ପାଳନ କରାଯାଇଆସୁଛି ‘ବିଶ୍ୱ ଭେଗାନ୍‌ ଦିବସ’।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?