ଶାରୀଶୁଆ ପାହାଡରେ ଖଣି ଖନନ ଉପରେ ରହିତାଦେଶ

ଖଇରା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ ପାଦଦେଶରେ ରହୁଥିବା ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶୁକ୍ରବାର କଲିକତା ଗ୍ରୀନ ଟ୍ରିବ୍ୟୁନାଲର ଏକ ଚିଠି ଖଇରା ତହସିଲରେ ପହଞ୍ଚିବା ପରେ ଖଣି ମାଲିକମାନଙ୍କ ଚିନ୍ତା ବଢିଯାଇଛି। ପାହାଡତଳି ଅଞ୍ଚଳରେ ରହୁଥିବା ହଜାର ହଜାର ଆଦିବାସୀ ସମ୍ପ୍ରଦାୟଙ୍କୁ ବଞ୍ଚିବାର ରାହା ଯୋଗାଇଛି ା ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ମୁତାବକ ଖଇରା ତହସିଲ ଅଧୀନରେ ଥିବା ସମସ୍ତ ଖଣିକୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।
କେନ୍ଦୁଝରର ରୁରାଲ ଅର୍ଗାନାଇଜେଶନ ଫର୍‌ ସୋସିଆଲ ଏମ୍ପାଉରମେଣ୍ଟ (ରୋଜ) ଏବଂ ଯାଜପୁରର ଆସୋସିଏଟେଡ ସୋସିଆଲ ସର୍ଭିସ ଏଜେନ୍ସି (ଆଶା) ତରଫରୁ ପାହାଡ ପରିବେଶ ନଷ୍ଟ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଆବେଦନ କରାଯାଇଥିଲା। ଟ୍ରିବ୍ୟୁନାଲ ୧୬ତାରିଖରେ ଦେଇଥିବା ରାୟରେ ଡିସେମ୍ବର ୪ତାରିଖରେ ପ୍ରକାଶିତ ହେବାକୁ ଥିବା ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ଖଣି ବ୍ୟବହାର ଉପରେ ରହିତାଦେଶ ଜାରି କରିଛନ୍ତି ା ଏ ସମ୍ପର୍କରେ ଉପଜିଲାପାଳ ନିଲୁ ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ଟ୍ରିବ୍ୟନାଲରୁ ଏହି ନିର୍ଦ୍ଦେଶ ଆସିବା କଥା ଶୁଣିଛନ୍ତି ା ବିଧିବଦ୍ଧ ଭାବେ ଚିଠି ପହଞ୍ଚିବା ପରେ ଅନ୍ୟାନ୍ୟ ବିଷୟ ଜଣାପଡିବ ବୋଲି କହିଛନ୍ତି ା ପ୍ରକାଶ ଥାଉ କି, ଶାରୀଶୂଆ ପାହାଡରେ ବେଆଇନ ଭାବେ ଖଣି ବ୍ୟବହାର ସାଙ୍ଗକୁ ବ୍ଲାଷ୍ଟିଂ ଯୋଗୁ ସାଧାରଣ ଜୀବନଯାପନ ପ୍ରଭାବିତ ହେଉଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଥିଲା ା ନିକଟରେ ୨୧ଟି ଖଣିରେ ୧୪୪ଧାରା ଜାରି ସତ୍ତ୍ୱେ ଖଣି ମାଫିଆମାନେ ଏହାକୁ ଖାତିର ନ କରି କେତେକ ରାଜସ୍ବ ଅଧିକାରୀଙ୍କୁ ଢାଲ କରି ସେହି ଖଣିଗୁଡିକରୁ ପଥର ଉତ୍ତୋଳନ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନ ସୁଗାର ଜବତ: ଜଣେ ଗିରଫ

ରାଇରଙ୍ଗପୁର,୬ା୨(ଡି.ଏନ୍‌.ଏ.)- ରାଇରଙ୍ଗପୁର ପୋଲିସ ବୁଧବାର ଚଢାଉ କରି ୧୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସର୍କଲ ଏସ୍‌ଡିପିଓ ସ୍ନେହାଶିଷ ସାହୁଙ୍କ...

୧୧ କେଭି ତାର ଲାଗି ଜଣେ ବାଳକ, ୨ ଗୃହପାଳିତ; ୨ ବନ୍ୟପ୍ରାଣୀ ମୃତ

କେନ୍ଦୁଝର,୧ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗ୍ରାମରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଜଣେ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଟି...

ଏବେବି ଆର୍‌ଟିଓରେ ଆବେଦନକାରୀଙ୍କ ଭିଡ଼

ଭଦ୍ରକ ଅଫିସ,୧୨।୩-ଏବେ ସବୁଠି ମୋଟରଯାନ ଆଇନ କଡ଼ାକଡ଼ି। ନିୟମ ଉଲ୍ଲଂଘନ କଲେ ଗଣିବାକୁ ପଡୁଛି ଜରିମାନା। ଏଥିସହ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଉଛି। ଏହି...

ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ଘଟଣା: ବାଲେଶ୍ୱରରେ ୪ ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୧୬ା୯: ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଆଇଟିଆର ତଥ୍ୟ ବିଦେଶୀ ତଥା ଶତ୍ରୁ ପାକିସ୍ତାନକୁ ଲିକ୍‌ ଅଭିଯୋଗ ପ୍ରସଙ୍ଗରେ ତଦନ୍ତ ଜୋରଦାର ଜାରି...

ବିଦ୍ୟୁତ୍‌ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଧର୍ମଶାଳା,୮ା୮(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ଗ୍ରାମରେ ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣଙ୍କ ଦିଗାମ୍ବରପୁର...

କରୋନା କବଳରେ ଭଦ୍ରକ ଏମ୍‌ପିଙ୍କ ପରିବାର: ମଞ୍ଜୁଲତା ମଣ୍ଡଳଙ୍କ ସମେତ ୪ ଆକ୍ରାନ୍ତ

ଭଦ୍ରକ ଅଫିସ,୨୨। ୮: ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ସମେତ ତାଙ୍କ ସ୍ବାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଘରର ୪ ଜଣଙ୍କୁ...

ତୀର୍ଥଯାତ୍ରାରେ ଗଲେ ୯୭୬ ବରିଷ୍ଠ ନାଗରିକ

ବ୍ରହ୍ମପୁର ଅଫିସ,୨୯।୨: ଗରିବ ଲୋକମାନଙ୍କ ପାଇଁ ତୀର୍ଥଯାତ୍ରା ସ୍ବପ୍ନ ଥିଲା। ଅର୍ଥାଭାବରୁ ତୀର୍ଥସ୍ଥାନକୁ ଯାଇ ପୂଣ୍ୟ ଅର୍ଜନ କରିବା ଆଶା ମଉଳି ଯାଉଥିଲା। ରାଜ୍ୟରେ ଗରିବ...

‘ଓଡ଼ିଶାବାସୀଙ୍କ ଆତିଥ୍ୟରେ ସ୍ବତନ୍ତ୍ରତା ରହିଛିି’

କଟକ ଅଫିସ,୩୦ା୩:ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ବଲିଉଡ ଅଭିନେତ୍ରୀ ଜୟାପ୍ରଦା। ନବରାତ୍ର ଅବସରରେ ବୁଧବାର...

Advertisement
Archives

Model This Week