ଶାକାହାରୀ ଯାତ୍ରୀଙ୍କୁ ମାଂସାହାରୀ ଖ୍ୟାଦ୍ୟ ପରଷି ଅଡ଼ୁଆରେ ଏୟାର ଏସିଆ ବିମାନ: ଲାଗିଲା ଦେଢ଼ଲକ୍ଷ ଟଙ୍କାର ଜରିମାନା

ଅମୃତଶର,୨୭।୫: ଜଣେ ଶାକାହାରୀ ଯାତ୍ରୀଙ୍କୁ ବିମାନରେ ମାଂସାହାରୀ ଖାଦ୍ୟ ଦେଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କନଜ୍ୟୁମର କୋର୍ଟରେ ଅଭିଯୋଗ କରାଯାଇଥିବା ବେଳେ ଏବେ ତା’ର ଶୁଣାଣି ହୋଇଛି। କୋର୍ଟ ଏହି ମାମଲାରଳ ଶୁଣାଣି କରି ଏୟାର ଏସିଆ ବିମାନ ଉପରେ ଦେଢ଼ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ସୂଚନାଯୋଗ୍ୟ, ଏହି ଘଟଣା ହେଉଛି ୨୦୧୮ ଅକ୍ଟୋବରର। ପଞ୍ଚକୁଲାରେ ରହୁଥିବା ବିଜୟ ତ୍ରେହାନ(୬୧) ଅମୃତଶରରୁ ମାଲେସିଆ କୁଆଲାଲୁମପୁରକୁ ଯିବା ଆସିବା ଟିକେଟ ଏୟାର ଏସିଆରେ ବୁକ୍‌ କରିଥିଲେ। ଅକ୍ଟୋବର ୭ରେ ସେମାନେ କୁଆଲାଲୁମପୁର ଯାଇଥିଲେ। ଗଲାବେଳେ କୌଣସି ସମସ୍ୟା ହୋଇ ନ ଥିବା ବେଳେ ଭାରତକୁ ଫେରିବା ବେଳେ ଉକ୍ତ ପରିବାର ବହୁ ସମସ୍ୟାର ସାମ୍ମୁଖୀନ ହୋଇଥିଲେ। ଭାରତ ଫେରିବା ପାଇଁ ଏୟାର ଏସିଆରେ ୧୩ ଅକ୍ଟୋବରରେ ଟିକେଟ ହୋଇଥିବା ବେଳେ ବିମାନ ଉଡାଣର ସମୟ ୭ଟା ୨୦ରେ ରହିଥିଲା। ତ୍ରେହାନ ପରିବାର ୫ଟା ୧୫ ସୁଦ୍ଧା ବର୍ଡିଂ ପାସ୍‌ ଲଗେଜ୍‌ କ୍ଲିଅରାନ୍ସ ଭଳି ଅନ୍ୟ ଔପଚାରିକତା ପୁରା କରିସାରିଥିଲେ। ଇମିଗ୍ରେସନ କାଉଣ୍ଟର ଓ ସିକ୍ୟୁରିଟି ଯାଞ୍ଚରେ ଭିଡ଼ ରହିଥିବାରୁ ସୋମାନଙ୍କୁ ବିଳମ୍ବ ହୋଇଥିଲା। ପରେ ତ୍ରେହାନ ପରିବାର ଟର୍ମିନାଲ ପାଖକୁ ଯିବା ପାଇଁ ବିଳମ୍ବ ହେବାରୁ ତାଙ୍କୁ ଆଉ ବିମାନରେ ଚଢ଼ିବାକୁ ଦିଆଯାଇ ନ ଥିଲା। ଏହାପରେ ସେ ୧୪ ଅକ୍ଟୋବର ପାଇଁ ପୁଣି ସେହି ବିମାନରେ ଟିକେଟ ବୁକ୍‌ କରିଥିଲେ। ହେଲେ ଏତିକିରେ ସେମାନଙ୍କ ସମସ୍ୟାର ସମାଧାନ ହୋଇ ନ ଥିଲା। ତ୍ରେହାନ ପରିବାର ଶାକାହାରୀ ଥିବା ବେଳେ ଏୟାର ଲାଇନ୍ସ ପକ୍ଷରୁ ତାଙ୍କୁ ଚିକେନ ସ୍ୟାଣ୍ଡଓ୍ବିଚ୍‌ ଦିଆଯାଇଥିଲା। ଭାରତ ଫେରିବା ପରେ ପରିବାର ପକ୍ଷରୁ ଏୟାର ଏସିଆ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। କନଜ୍ୟୁମର କୋର୍ଟ ଏହାର ଶୁଣାଣି କରି କହିଛନ୍ତି, ଶାକାହାରୀ ବ୍ୟକ୍ତିଙ୍କୁ ମାଂସାହାରୀ ଖାଦ୍ୟ ପରଷିବା ଧାର୍ମିକ ଭାବାନାକୁ ଆଘାତ ପହଞ୍ଚାଇବା ସହ ଏହା ଏକ ଅପରାଧ ମଧ୍ୟ। ତେଣୁ ତ୍ରେହାନ ପରିବାରକୁ ଖର୍ଚ୍ଚ କରିଥିବା ଟିକେଟ, ମାନସିକ ପ୍ରତାଡ଼ନା ଓ ମୋକଦ୍ଦମାରେ ହୋଇଥିବା ଖର୍ଚ୍ଚ ବାବଦରେ ଟଙ୍କା ଦେବାକୁ କୋର୍ଟ ଏୟାର ଏସିଆକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri