ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ: ସେମିରେ ବୀରମହାରାଜପୁର

ଅମରପାଲି, ୧୬।୧୦ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପଣ୍ଡିଆପାଲି ଖେଳ ପଡିଆରେ ଚାଲିଥିବା ୧୦ମ ଶହୀଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର ତିନୋଟି ମ୍ୟାଚ ଖେଳା ହୋଇଛି। ପ୍ରଥମ ମ୍ୟାଚ ମହଦା ପଞ୍ଚାୟତ ଦଳ ଓ ସହରାପାଲି ମଧ୍ୟରେ ହୋଇଥିଲା। ମହଦା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୯୧ ରନ କରିଥିଲା। ଯବାବରେ ସହରାପାଲି ନିର୍ଦ୍ଧାରିତ ୧୦ଓଭରରେ ୫ଉଇକେଟ ହରାଇ ୭୨ ରନ କରି ପରାସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ ବୀରମହାରାଜପୁର ଓ ନ୍ୟୁଷ୍ଟାର ସୋନପୁର ମଧ୍ୟରେ ହୋଇଥିଲା। ବୀରମହାରାଜପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ଓଭରରେ ୪ ଉଇକେଟ ହରାଇ ୧୨୮ ରନ କରିଥିଲା। ଦଳର ବିଷ୍ଣୁ ୩୪ ବଲରୁ ୮୫ ରନ କରିଥିଲେ। ସୋନପୁର ଦଳ ନିର୍ଦ୍ଧାରିତ ୧୦ ଓଭରରେ ୩ ଉଇକେଟ ହରାଇ ୧୦୦ରନ କରି ପରାସ୍ତ ହୋଇଥିଲା । ଦଳ ପକ୍ଷରୁ ଶକ୍ତି ୪୦ ରନ କରିଥିଲେ। ତୃତୀୟ ମ୍ୟାଚ ପ୍ରଥମ ମ୍ୟାଚ ଓ ଦ୍ୱିତୀୟ ମ୍ୟାଚର ବିଜେତା ଦଳ ମଧ୍ୟରେ ହୋଇଥିଲା। ବୀରମହାରାଜପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୧୧୪ରନ କରିଥିଲା। ଦଳ ପକ୍ଷରୁ ବିଶାଳ ୨୫ ରନ କରିଥିଲେ। ମହଦା ପଞ୍ଚାୟତ ଦଳ ୧୧୫ ରନକୁ ପିଛା କରି ନିର୍ଦ୍ଧାରିତ ୮ ଓଭରରେ ୫ ଉଇକେଟ ହରାଇ ୬୩ ରନ କରିଥିଲା । ବୀରମହାରାଜପୁର ବିଜୟୀ ହୋଇ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂରକ୍ଷିତ ଜଙ୍ଗଲରେ ଛଡାଗଲା ହରିଣ

ପାଟଣା, ୧୦ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଅସ୍ତଯୋଡି ଗ୍ରାମର ହରିହର ମହାନ୍ତଙ୍କ ଘର ବାଡ଼ି ମଧ୍ୟକୁ ଗୁରୁବାର ଏକ ହରିଣ ପଶି ଆସିଥିଲା। ଖବର...

ବିପଦରେ ବାଘ, ଏସ୍‌ଟିଏଫ୍‌ ଧରିଲାଣି ୨୭ ଛାଲ

ଭୁବନେଶ୍ୱର,(ବ୍ୟୁରୋ)/ଦାରିଙ୍ଗବାଡ଼ି/ବାଲିଗୁଡ଼ା, ୧୧।୪ (ଡି.ଏନ୍‌.ଏ): ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ବେଧଡ଼କ ଚାଲିଛି। ଯେତେ ଚଢ଼ାଉ ହେଉଛି, ସେତେ ଧରାପଡୁଛି। ବିଶେଷକରି ବାଘ ବଂଶ...

ଆଇସିସି ନେଲା ବଡ଼ ନିଷ୍ପତ୍ତି: କ୍ରିକେଟର୍‌ ଏହି ୩ ନିୟମରେ ହେଲା ପରିବର୍ତ୍ତନ

ଭାରତ ଏବଂ ଇଂଲଣ୍ଡ ସିରିଜ ସମୟରେ ଅମ୍ପାୟାରଙ୍କ କଲ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଏହି ଡିଆରଏସ୍‌ର ନିୟମକୁ ପୁନର୍ବିଚାର କରିବାକୁ ଦାବି ଉଠିଥିଲା। ଅନ୍ତର୍ଜାତୀୟ...

ଇଂଲଣ୍ଡ-ଆୟର୍ଲାଣ୍ଡ ସିରିଜରୁ ଆରମ୍ଭ ହେବ ବିଶ୍ୱକପ ସୁପରଲିଗ୍‌

ନୂଆଦିଲ୍ଲୀ, ୨୮।୭: ଇଂଲଣ୍ଡ ଓ ଆୟର୍ଲାଣ୍ଡ ଏକଦିବସୀୟ କ୍ରିକେଟ ସିରିଜ ଚଳିତମାସ ୩୦ରୁ ଆରମ୍ଭ ହେବ। ଏହି ସିରିଜରୁ ଆନୁଷ୍ଠାନିକଭାବେ କ୍ରିକେଟ ବିଶ୍ୱକପ ସୁପରଲିଗ୍‌ ଆରମ୍ଭ...

ଅଳିଆଗଦା ଏବେ ମନୋରମ ପରିବେଶ

ଆନନ୍ଦପୁର,୨୪।୧୧- ଦିନେ ସେଠାରେ କୁଢ଼କୁଢ଼ ଅଳିଆ ଆବର୍ଜନା ଜମା ହେଉଥିଲା। ଏବେ ସେହି ଅଳିଆଗଦା ପାଲଟିଛି ମନୋରମ ପରିବେଶ। ସେଇଠି ପ୍ରତିଷ୍ଠା ହୋଇଛି ମହାଦେବ ମନ୍ଦିର।...

ଜାପାନରୁ ଫେରିଲେନି ମ୍ୟାନ୍‌ମାର ଫୁଟ୍‌ବଲର

ଟୋକିଓ, ୧୮ା୬ (ଏପି)- ଜାପାନରେ ୨୦୨୨ ବିଶ୍ୱକପ୍‌ କ୍ୱାଲିଫାୟର୍ସ ଖେଳିବା ଲାଗି ଆସିଥିବା ମ୍ୟାନ୍‌ମାର ଜାତୀୟ ଫୁଟ୍‌ବଲ ଦଳର ଜଣେ ଖେଳାଳି ସ୍ବଦେଶ ଫେରିବା ଲାଗି...

ଛାତ୍ରୀଛାତ୍ରଙ୍କ ସାଥିରେ ମଧ୍ୟାହ୍ନଭୋଜନ କଲେ ଜିଲାପାଳ

ବରଗଡ଼ ଅଫିସ,୧୧।୨: ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମଙ୍ଗଳବାର ଭଟଲି ବ୍ଲକ ଅନ୍ତର୍ଗତ ଦେଉଲତୁଣ୍ଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଚାନକ ପରିଦର୍ଶନରେ ଯାଇଥିଲେ। ସେଠାରେ...

ଖୋର୍ଦ୍ଧା, ବାଣପୁରରେ କୁତ୍ରିମ ବନ୍ୟା: ଘରେ ପଶିଲା ବର୍ଷାଜଳ

ଖୋର୍ଦ୍ଧା ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିରେ ଖୋର୍ଦ୍ଧା ସହର ସମେତ...

Advertisement
Archives

Model This Week