ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ଚାଇନା ସାମଗ୍ରୀ ବର୍ଜନ କରିବାକୁ ଶପଥ

କୁଆମରା,୨୨ା୬(ଡି.ଏନ୍‌.ଏ.)- ଲଦାଖରେ ଚାଇନା ସେନାର ଅତର୍କିତ ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏଥିରେ ମୟୂରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ ଓ କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ମଧ୍ୟ ଶହୀଦ ହୋଇଛନ୍ତି। ଏହି ପରିପେକ୍ଷୀରେ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ପ୍ରେସ କ୍ଲବ ପକ୍ଷରୁ ଶହୀଦଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଶତାଧିକ ଯୁବକ ଯୋଗଦାନ କରିଥିବା ବେଳେ କ୍ଲବର ସଭାପତି ନିମାଇଁ ପ୍ରସାଦ ଦାଶ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖବରଦାତା ଚିତ୍ତରଞ୍ଜନ ଦଳେଇ, ଯୋଗେଶର ସାହୁ, ରଞ୍ଜନ କୁମାର ମଢୁଆଳ, ସମ୍ବିତ କୁମାର ରାଉତ, ଦୀପକ କୁମାର ଚୌଧୁରୀ, ମାଣିକ ହେମ୍ବ୍ରମ, ଜୟନ୍ତ କୁମାର ସ, ଶାନ୍ତନୁ ମଢୁଆଳ, ହିରେନ ରାୟ, ତପନ ପାତ୍ର, ସପୂର୍ଣ୍ଣ ହେମ୍ବ୍ରମ ପ୍ରମୁଖ ଯୋଗଦେଇ ଶହୀଦଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଭାରତ ମାତା କି ଜୟ ଓ ଶହୀଦ ଯବାନ ଅମର ରହେ ନାରାରେ ସଭାସ୍ଥଳ କମ୍ପି ଉଠିଥିଲା। ପ୍ରତ୍ୟେକ ନାଗରିକ ଚାଇନା ବସ୍ତୁ ପ୍ରତ୍ୟାହାର କରିବା ନିମନ୍ତେ ସଂକଳ୍ପ ଗ୍ରହଣ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ ଆହ୍ବାନ ଦିଆଯାଇଥିଲା। ସେହିଭଳି ଉପସ୍ଥିତ ଯୁବପୀଢ଼ି ଓ ଖବରଦାତାମାନେ ଚାଇନା ସାମଗ୍ରୀ ବର୍ଜନ ନିମନ୍ତେ ଶପଥ ଗ୍ରହଣ କରିଥିଲେ। ପ୍ରେସ କ୍ଲବର ସମ୍ପାଦକ ଡ. କୁମାର ବାବୁଲି ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ନ ଦେଲେ ଘର ଉଚ୍ଛେଦ ଧମକ

ପାରଳାଖେମୁଣ୍ଡି,୪ା୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ହାଡୁଭଙ୍ଗୀ ଗ୍ରାମରେ ଶାସକ ଦଳ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ଗାଁ ଲୋକେ ସରକାରୀ ଜମି...

ପୁଣି ୨୨ କରୋନା ପଜିଟିଭ ଚିହ୍ନଟ: ଦେବଗଡ଼ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଛୁଇଁଲା

ଦେବଗଡ଼,୨୫ା୫(ଡି.ଏନ୍‌.ଏ): ଦେବଗଡ଼ ଜିଲାରେ ସୋମବାର ପୁଣି ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨ ଆକ୍ରାନ୍ତ ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତ କ୍ୱାରାଣ୍ଟାଇନ...

ତାଣ୍ଡବ ରଚିଲା କାଳବୈଶାଖୀ

ଢେଙ୍କାନାଳ ଅଫିସ,୨୬।୫: ଢେଙ୍କାନାଳ ଜିଲାରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରାୟ ଘଣ୍ଟାଏ ଧରି ହୋଇଥିବା ମୂଷଳଧାରାରେ ବର୍ଷା, କୁଆପଥର ମାଡ଼ ସାଙ୍ଗକୁ ଝଡ଼ତୋଫାନରେ...

ପେଡ୍‌ ପିରିୟଡ ଲିଭ୍‌ ଦାବି କଲେ ସମ୍ବଲପୁର ଝିଅ

ସମ୍ବଲପୁର,୨୮ା୫(ବ୍ୟୁରୋ): ଋତୁସ୍ରାବ ସମୟରେ କର୍ମଜୀବୀ ମହିଳା ଅସ୍ବସ୍ତି ଅନୁଭବ କରିଥାନ୍ତି। ଏଥିରୁ ଆଶ୍ୱସ୍ତି ପାଇବା ପାଇଁ ସମ୍ବଲପୁର ଏନ୍‌ଗୁହା ଲାଇନର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ଆଗେଇ...

ଶୀତରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୨ା୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ସକାଳୁ ଦାରିଙ୍ଗବାଡ଼ିରେ...

କାର୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକୋ

ଚିତ୍ରଡା,୨୪ା୧(ଡି.ଏନ୍‌.ଏ.)- କାର୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପ୍ରତିବାଦରେ ମୟୂରଭଞ୍ଜ ଜିଲା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ଛକରେ ଗୁରୁବାର ରାସ୍ତାରୋକୋ କରାଯାଇଥିଲା। ବାଘୁଆଶୋଳ ଏବଂ...

ଜାତୀୟ ରାଜପଥ ଅବରୋଧ, ଯାନବାହନ ଚଳାଚଳ ବନ୍ଦ

ବାଉଁଶୁଣୀ,୮ା୭(ଡି.ଏନ୍‌.ଏ.): ୫୭ ନଂ. ଜାତୀୟ ରାଜପଥର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ ସ୍ଥାନୀୟ ଲୋକେ ଗୁରୁବାର ପୂର୍ବାହ୍ନରେ ରାସ୍ତାରୋକୋ କରିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ...

୩ ଦିନ ପାଇଁ ଗ୍ରାମ୍ୟ ବ୍ୟାଙ୍କ ବନ୍ଦ

ଖଣ୍ଡପଡ଼ା୨୯ା୪: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ଖଳିସାହି ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ...

Advertisement
Archives

Model This Week