ଶସ୍ୟ ବୀମା ରାଶି ପାଇଁ ସାମାଜିକ ଦୂରତାକୁ ଫୁ’: ବିଜେପୁରରେ ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ଗହଳି

ବିଜେପୁର,୭।୫(ଡି.ଏନ୍‌.ଏ.): କରୋନା ପ୍ରତିହତ ପାଇଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବ୍ୟାହତ ରହିଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଅନ୍ୟାନ୍ୟ କଟକଣା ଲଗାଯାଇଛି। ହେଲେ କେତେକ ସ୍ଥାନରେ ଲୋକମାନେ ଏହାକୁ ପାଳନ କରୁ ନ ଥିବା ଦେଖାଯାଉଛି। ଶସ୍ୟ ବୀମା ରାଶି ପାଇଁ ବରଗଡ଼ ଜିଲା ବିଜେପୁର ଅଞ୍ଚଳର ଚାଷୀମାନେ ସାମାଜିକ ଦୂରତ୍ୱକୁ ମାନୁ ନ ଥିବା ଗୁରୁବାର ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ବର୍ତ୍ତମାନ ବ୍ୟାଙ୍କଗୁଡିକ ସକାଳୁଆ ଖୋଲାଯାଉଛି। ଗତ ଖରିଫ ଫସଲର ଶସ୍ୟ ବୀମା ରାଶି ଚାଷୀମାନଙ୍କ ଖାତାରେ ଜମା ହୋଇଛି । ତେଣୁ ସ୍ଥାନୀୟ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ସକାଳୁ ଚାଷୀମାନଙ୍କର ଗହଳି ଲାଗି ରହୁଛି। ଖବର ପାଇ ଥାନା ଆଇଆଇସି ରାଜେନ୍ଦ୍ର ସିଆଲ ବିଭାଗୀୟ କର୍ମଚାରୀମାନଙ୍କୁ ନେଇ ପୂର୍ବାହ୍ନରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ଚାଷୀମାନେ କିଛି ସମୟ ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିଥିଲେ। ହେଲେ ଆଇଆଇସି ଚାଲିଯିବା ପରେ ଯଥା ପୂର୍ବଂ ତଥା ପରଂ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇଜଣ ପୋଲିସ କର୍ମଚାରୀ ନିୟୋଜିତ ରହିଥିଲେ ସୁଦ୍ଧା ଚାଷୀମାନେ ସାମାଜିକ ଦୂରତ୍ୱକୁ ଭୁଲିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇଲା ଭାଜପା: ମିଠା ବାଣ୍ଟି ଖୁସି ମନାଇଲେ ରସୁଲପର ବ୍ଲକ ଅଞ୍ଚଳର ଦଳୀୟ କର୍ମୀ

ରସୁଲପୁର,୨୨ା୮(ଡି.ଏନ୍‌.ଏ.): ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନ ବୁଧବାର ସରିଛି।ଦୀର୍ଘଦିନ ଧରି ଲାଗିରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ନିର୍ବାଚନ ଫଳ ଭାଜପା ସପକ୍ଷରେ...

ମହିଳାଙ୍କୁ ଘରୁ ଡାକି ପୋଲିସ ମାଡ଼ ମାରିଥିବା ଅଭିଯୋଗ

ଚିତ୍ରକୋଣ୍ଡା,୯।୬(ଡି.ଏନ୍‌.ଏ.): ଗଞ୍ଜେଇ ଚାଲାଣ ସୂଚନା ପାଇ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ପୋଲିସ ସୋମବାର ରାତିରେ ନୂଆଗୁଡ଼ା ପଞ୍ଚାୟତର ଆର୍‌ଏସସି ୧୩, ଆର୍‌ଏସି ୧୦, ଆର୍‌ଏସି...

ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ଟଣାଓଟରା

ଜଗତ୍‌ସିଂହପୁର ଅଫିସ୍‌, ୨୧।୯: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇପଡିଛି। ବିଶେଷକରି ବିଜେଡି, ଭାଜପା ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ...

ଦେଶ ପାଇଁ ଶହୀଦ ହେଲେ ରଣାମୁଣ୍ଡଳୀ ଗ୍ରାମର ଅଭିରାମ, ତ୍ରିରଙ୍ଗାମୟ ହେଲା ବସ୍ତା ବଜାର

ବସ୍ତା,୧୫।୨(ଡି.ଏନ୍‌.ଏ.): ହିମାଚଳ ପ୍ରଦେଶରେ କାର୍ଯ୍ୟରତ ଥିବା ବସ୍ତା ବ୍ଲକ ରଣାମୁଣ୍ଡଳୀ ଗ୍ରାମର ଅଭିରାମ ଦେଶ ପାଇଁ ଶହୀଦ ହୋଇଥିବା ଜଣାପଡ଼ିଛି। ସେ ପ୍ରତିରକ୍ଷା ବିଭାଗରେ କାମ...

୧୪ ଦିନର ଶିଶୁକନ୍ୟାର ମୃତ୍ୟୁ ପରେ ବିଷ ପିଇଲେ ମା’ବାପା

କେନ୍ଦୁଝର, ୨୦ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅଧୀନ ଗୁମୁରା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୧୪ଦିନର ଶିଶୁକନ୍ୟାଙ୍କ ମୃତ୍ୟୁରେ ମର୍ମାହତ ହୋଇ ମା’...

କୋର୍ଟ ଚାଲାଣ ହେଲେ ରୋଷଘର ଭାଙ୍ଗିଥିବା ଅଭିଯୁକ୍ତ

ପୁରୀ ଅଫିସ,୬ା୪: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ରଙ୍କୁ ଶ୍ରୀମନ୍ଦିର ରୋଷଘର ଭାଙ୍ଗିବା ଅଭିଯୋଗରେ ବୁଧବାର କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ଜଗନ...

ସାପ କାମୁଡ଼ାରେ ୨ ମୃତ, ଜଣେ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୧୨ା୬ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ୩ଟି ପୃଥକ ସ୍ଥାନରେ ସାପ କାମୁଡାରେ ଜଣେ ନାବାଳିକା ଓ ଜଣେ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ...

୨୨ ବର୍ଷ ହେବ ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲେ ମା’

ଖୋର୍ଦ୍ଧା ଅଫିସ,୨୦।୬: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୨ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରିପାଇଛନ୍ତି ମା’। ଏଭଳି ଘଟଣା...

Advertisement
Archives

Model This Week