ଶର୍ଟ ସର୍କିଟରେ ଜଳିଗଲା ଘର: ମହିଳା ଗୁରୁତର

ନବରଙ୍ଗପୁର,୧୫ା୧(ବି.ପ୍ର.): ନବରଙ୍ଗପୁର ନୋଡାଲ ଆରସିଡି ହାଇସ୍କୁଲ ରୋଡ କଡରେ ଥିିବା ପି. ଉଷାଙ୍କ ଘରେ ବୁଧବାର ବିଦ୍ୟୁତ ଶର୍ଟ ସର୍କିଟ ହୋଇ ଘର ସମେତ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି। ଶାଢୀରେ ନିଅଁ।ଲାଗି ଉଷାଙ୍କ ଶରୀରର ୮୦ ଭାଗ ପୋଡି ଯାଇଛି। ସେ ଏବେ ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଉଷାଙ୍କ ସ୍ବାମୀ ପି. ଭାଷ୍କର ରାଓଙ୍କ ବିୟୋଗ ପରେ ଘରର ସମସ୍ତ ଦାୟିତ୍ୱ ଉଷାଙ୍କ ଉପରେ ରହିଥିଲା। ଏକ ଟିିଣ ଛପର ଘରେ ଛୋଟ ଦୋକାନ ଆରମ୍ଭ କରି ନିଜର ପରିବାର ଚଳାଉଥିଲେ। ଉଷାଙ୍କ ଗୋଟିଏ ପୁଅ ପି. ହେମନ୍ତ ଓ ଗୋଟିଏ ଝିଅ ଆଇ. ସନ୍ଦୁଜା। ରାୟଗଡା ଜିଲା ଜମିଡିପେଟାଠାରେ ଆଇ. ସନ୍ଦୁଜା ବିବାହ କରିଛନ୍ତି। ବୁଧବାର ମକର ସଂକ୍ରାନ୍ତି ଓ ତେଲୁଗୁ ସମ୍ପ୍ରଦାୟର ପୋଙ୍ଗଲ ହୋଇଥିବାରୁ ପି.ହେମନ୍ତ ଦୋକାନ ସାମଗ୍ରୀ ଓ ପରିବାପତ୍ର କିଣି ଘରକୁ ପୂର୍ବାହ୍ନ ୧୦ଟା ୪୦ରେ ପହଞ୍ଚିଥିଲେ। ଉକ୍ତ ସମୟରେ ବିଦ୍ୟୁତ ତାରରୁ ନିଅଁ। ବାହାରି ପ୍ରଥମେ ଘରର ଫ୍ରିଜ ଜଳି ଯାଇଥିଲା। ପରେ ନିଆଁ ସିଧାସଳଖ ଉଷାଙ୍କ ଶାଢୀକୁ ଲାଗିଯାଇଥିଲା। ହେମନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଷାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଅଗ୍ନୀଶମ ବିଭାଗକୁ ଜଣାଇଥିଲେ। ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇଥିଲେ। ପ୍ରାୟ ୬ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ହେମନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର ଉଠାଉଥିବା ପିଲାଙ୍କ ଉପରେ କରାଯାଉଛି ଲାଠିଚାର୍ଜ: ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ କହି ବର୍ଷିିଲେ ରାହୁଲ

ନୂଆଦିଲ୍ଲୀ, ୨୦।୭: ଦିଲ୍ଲୀରେ ‘କକରୋଚ ଜନତା ପାର୍ଟି’ (CJP) ପକ୍ଷରୁ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର…

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ, ୨୦ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ…

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି…

ଅଧ୍ୟକ୍ଷ ଦାୟିତ୍ୱ ନେଲେ ଦିଲ୍ଲୀପ: କଲେଜର ଉନ୍ନତି ପ୍ରତି ଦିଆଯିବ ଧ୍ୟାନ

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡଃ ଦିଲ୍ଲୀପ କୁମାର ପ୍ରଧାନ ସୋମବାର ଦାୟିତ୍ୱ ନେଇଛନ୍ତି। ସେ ବାଲିପଦର…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri