ଶରୀରରେ ଆଇଏଲ୍‌-୬ ପ୍ରୋଟିନ୍‌ ଅଧିକ ରହିଲେ ହୁଏ କରୋନା ସଂକ୍ରମଣ

ଓ୍ବାଶିଂଟନ, ୬।୬: କରୋନା ମହାମାରୀ ବିରୋଧରେ ପୃଥିବୀରେ ଲଢ଼େଇ ଜାରି ରହିଛି। କେଉଁ ମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ ସେନେଇ ଗବେଷକ ଦିନରାତି ଗବେଷଣା ଜାରି ରଖିଛନ୍ତି। ଲଣ୍ଡନର ଫ୍ରାନ୍ସିସ୍‌ କ୍ରିକ୍‌ ଇନଷ୍ଟିଚ୍ୟୁଟ୍‌ରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ନୂଆ ତଥ୍ୟ ଉଲ୍ଲେଖ କରାଯାଇଛି। ଯେଉଁ ବ୍ୟକ୍ତିଙ୍କ ଶରୀରରେ ଇଣ୍ଟରଲ୍ୟୁକିନ୍‌ ଆଇଏଲ୍‌-୬ ପ୍ରୋଟିନ୍‌ ଅଧିକ ରହିଥାଏ ସେମାନଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ ବୋଲି ଏଥିରେ ଦର୍ଶାଯାଇଛି। ଏହି ପ୍ରୋଟିନ୍‌ ଯୋଗୁ ଶରୀରରେ ଯନ୍ତ୍ରଣା ହୋଇଥାଏ। ଯାହାକି କରୋନା ସଂକ୍ରମଣରେ ପ୍ରାୟତଃ ଦେଖାଦେଇଥାଏ। ଇତିମଧ୍ୟରେ ଗବେଷକ ୨୭ ପ୍ରକାର ପ୍ରୋଟିନ୍‌ ଚିହ୍ନଟ କରିସାରିଛନ୍ତି। ଏସବୁ ପ୍ରୋଟିନ୍‌ କରୋନା ଆକ୍ରାନ୍ତଙ୍କୁ ଗୁରୁତର କରିଥାଏ। ଏସବୁ ପ୍ରୋଟିନ୍‌ ସମ୍ପର୍କରେ ରକ୍ତ ପରୀକ୍ଷାରୁ ଜଣାପଡ଼ିଥାଏ। ତେଣୁ କେଉଁ କରୋନା ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହେବ ତାହା ରକ୍ତ ପରୀକ୍ଷାରୁ ସହଜରେ ଜଣାପଡ଼ିଯିବ। ସ୍ପେକ୍ଟ୍ରୋମିଟର ଦ୍ୱାରା ବ୍ଲଡ୍‌ ପ୍ଲାଜମାରେ ଥିବା ପ୍ରୋଟିନ୍‌ ସମ୍ପର୍କରେ ସହଜରେ ଜଣାପଡ଼ିଥାଏ। ଗବେଷକ ବର୍ଲିନ୍‌ର କୋଭିଡ୍‌-୧୯ ହସ୍ପିଟାଲରେ ୪୮ ଆକ୍ରାନ୍ତଙ୍କ ଉପରେ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। କରୋନା ସଂକ୍ରମଣ କ୍ଷେତ୍ରରେ ଇଣ୍ଟରଲ୍ୟୁକିନ୍‌ ଆଇଏଲ୍‌-୬ ପ୍ରୋଟିନ୍‌ ଏକ ବାୟୋମାର୍କର ସାବ୍ୟସ୍ତ ହେବ ବୋଲି ଗବେଷକ ଦଳର ନେତୃତ୍ୱ ନେଉଥିବା ଖ୍ରୀଷ୍ଟୋପ୍‌ ମେସନେର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନବୀୟ ଅଭିବୃଦ୍ଧିରେ ଜୈବ ପ୍ରଯୁକ୍ତିବିଜ୍ଞାନ

ବିଜ୍ଞାନର ଏକ ନୂତନ ଆଲୋଡ଼ନକାରୀ ସମ୍ଭାବନା ଭାବେ ଜୈବ ପ୍ରଯୁକ୍ତିବିଜ୍ଞାନ (ବାୟୋଟେକ୍ନୋଲୋଜି) ସମଗ୍ର ପୃଥିବୀରେ ଉଭା ହୋଇଅଛି, ଯାହା ମୌଳିକ ବିଜ୍ଞାନର ବିଭିନ୍ନ ଶାଖା ଯଥା...

ଆଖିରୁ ମିଳିଲା କରୋନା ଭୂତାଣୁ

ବେଜିଂ,୧୨।୧୦: ସାଧାରଣତଃ କରୋନା ଜୀବାଣୁ ନାକ ଏବଂ ପାଟି ଦେଇ ଶରୀରକୁ ପ୍ରବେଶ କରିଥାଏ। ଏବେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଆଖି ମାଧ୍ୟମରେ...

ଇଟାଲିରେ ଯୁବବର୍ଗଙ୍କ ପାଇଁ ଆବଶ୍ୟକ ପଡୁଛି ଭେଣ୍ଟିଲେଟର: ମାସ୍କ୍‌-ଗ୍ଳୋଭସ୍ ପିନ୍ଧିଥିବା ଡାକ୍ତର ବି କରୋନା ପଜିଟିଭ୍‌

ରୋମ, ୪ ।୪: ଇଟାଲିରେ କରୋନା ମୃତ୍ୟୁର ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତ ଯୁବବର୍ଗଙ୍କ ପାଇଁ ମଧ୍ୟ ଭେଣ୍ଟିଲେଟରର ଆବଶ୍ୟକତା ପଡୁଥିବାରୁ ସରକାରଙ୍କ ଚିନ୍ତା...

ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବ ୨୦୨୨; ଧନର ଦେବତା କୁବେରଙ୍କ ରହିବ ବିଶେଷ କୃପା

ନୂଆ ବର୍ଷକୁ ଆଉ ଦିନ କେଇଟା ବାକି। ସମସ୍ତଙ୍କୁ ଏହି ବର୍ଷକୁ ନେଇ ବହୁତ ଆଶା ରହିଛି। ବିଭିନ୍ନ ଦିଗରୁ ବର୍ଷଟି ସଫଳତାପୂର୍ଣ୍ଣ ହେଉ ବୋଲି...

ପ୍ରତି ୨ ସେକେଣ୍ଡରେ ଚିହ୍ନଟ ହେଉଛନ୍ତି ଜଣେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, ୧୮।୮: ଦେଶର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ପ୍ରତିଦିନ ନୂଆ...

କେରଳରେ ସର୍ବାଧିକ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୫।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪...

ଖସି ପଳାଇବାକୁ ଚେଷ୍ଟା କରୁଥିଲେ ୧୪ ଶ୍ରମିକ: କାବୁକରି ବସ୍‌ରେ କଟକ ପଠାଇଲା ପୋଲିସ

ବାରଙ୍ଗ,୧୬।୫(ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ଥାନା ଅର୍ନ୍ତଗତ ଶ୍ରୀଶ୍ରୀୟୁନିଭର୍ସିଟିରେ କାର୍ଯ୍ୟ କରୁଥିବା ଝାରଖଣ୍ଡର ୧୪ ଶ୍ରମିକ। ତେବେ ଶୁକ୍ରବାର ରାତିରେ ସେମାନେ ଖସି ପଳାଇବାକୁ ଚେଷ୍ଟା...

ଦେୟ କମାଇବାକୁ ସ୍କୁଲ୍‌ ବାଧ୍ୟ

ନୂଆଦିଲ୍ଲୀ, ୫।୫: ମହାମାରୀ ଯୋଗୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲା କେବଳ ଅନ୍‌ଲାଇନରେ ପାଠପଢ଼ା ଚାଲିଛି। ଏହାକୁ ନେଇ ସୁପ୍ରିମକୋର୍ଟ କେତେକ ଉଲ୍ଲେଖନୀୟ ମତାମତ ଦେଇଛନ୍ତି,...

Advertisement
Archives

Model This Week