ଶରତ ଋତୁରେ ପତ୍ନୀଙ୍କ ସହ ପାକିସ୍ତାନ ଭ୍ରମଣରେ ଯିବେ ପ୍ରିନ୍ସ ଓ୍ବିଲିୟମ୍ସ

ଲଣ୍ଡନ,୩୦।୬: ପ୍ରିନ୍ସ ଓ୍ବିଲିୟମ୍ସ ଓ ଡଚେସ୍‌ ଅଫ୍‌ କେମ୍ବ୍ରିଜ୍‌ କେଟେ ମିଡିଲଟନ୍‌ ଆସନ୍ତା ଶରତ ଋତୁରେ ପାକିସ୍ତାନ ଭ୍ରମଣରେ ଯିବେ ବୋଲି ଜଣାପଡିଛି। କେନସିଂଟନ୍‌ ପ୍ୟାଲେସ ପକ୍ଷରୁ ଏକ ପ୍ରେସ୍‌ ରିଲିଜରେ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ପାକିସ୍ତାନ ହାଇକମିଶନର ମହମ୍ମଦ ନାଫିସ ଜାକାରିଆ କହିଛନ୍ତି ପାକିସ୍ତାନ ଏହି ରାଜ ଦମ୍ପତିଙ୍କୁ ସ୍ବାଗତ କରିବାକୁ ସମସ୍ତ ପ୍ରସ୍ତୁତି କରିବ। ସେ ଆହୁରି ମଧ୍ୟ କହିଛନ୍ତି କି ପାକିସ୍ତାନ ଲୋକେ କୁଇନ୍‌ ଏଲିଜାବେଥ୨ଙ୍କ ଭ୍ରମଣକୁ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି। ରାଣୀ ଏଲିଜାବେଥ୍‌ ୨ ଥରେ ୧୯୬୧ ଓ ପୁଣି ୧୯୯୭ରେ ପାକିସ୍ତାନ ଗସ୍ତ କରିଥିଲେ। ଏଥର ରାଜଦମ୍ପତିଙ୍କ ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ପୁଣିଥରେ ମନେପକାଇବ ବୋଲି ଜାକାରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ଆଁରେ କାନାଡ଼ା: ୧୫୦ଟି ଜାହାଜ ଆକାରର ୨ ହିମଖଣ୍ଡ ଆସୁଛି ମାଡ଼ି

ଓଟଓ୍ବା, ୨୧।୩: ବିଶ୍ୱତାପନ ଯୋଗୁ ମେରୁ ଅଞ୍ଚଳରେ ଥିବା ହିମପାହାଡ଼ ତରଳିବାରେ ଲାଗିଛି। ଏହାଯୋଗୁ ଏବେ କାନାଡ଼ା ଉପରେ ବିପଦ ମାଡ଼ି ଆସୁଛି। ୨ ହିମଖଣ୍ଡ...

୧୩ ଦେଶରେ ପହଞ୍ଚିଲା ଓମିକ୍ରନ: ବିଦେଶୀଙ୍କ ପାଇଁ ଜାପାନ ମନା

ନୂଆଦିଲ୍ଲୀ/ଟୋକିଓ /ଲିସବନ,୩୦ ।୧୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ୧୩ଟି ଦେଶରେ ପହଞ୍ଚି ସାରିଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର...

କାହିଁକି ଖସୁଛି ନେପାଳୀ ବିମାନ

କାଠମାଣ୍ଡୁ,୧୬ା୧: ପଡ଼ୋଶୀ ନେପାଳରେ ଏୟାରକ୍ରାଫ୍ଟର ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥାଏ। ବିମାନଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଓ ପାଇଲଟ୍‌ଙ୍କୁ ପ୍ରଶିକ୍ଷଣର ଅଭାବ ଯୋଗୁ ବିମାନ...

ଚାଇନାରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ: ୧୬ ମୃତ

ବେଜିଂ,୧୮।୮: ପଞ୍ଚିମ ଚାଇନାରେ ପ୍ରବଳ ବର୍ଷା ସାଙ୍ଗକୁ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଭୂସ୍ଖଳନ ଯୋଗୁ ଏକ ନଦୀର ଗତିପଥ ବଦଳିଯିବାରୁ ପାଣି ମାଡ଼ି ୧୬...

ସୋସିଆଲ ମିଡ଼ିଆରେ ହେଉଛି ମିଥ୍ୟା ପ୍ରଚାର: ପଞ୍ଜାବ ସ୍ଥିତି ନେଇ କହିଲେ ଭାରତୀୟ ଉଚ୍ଚାୟୁକ୍ତ…

ଲଣ୍ଡନ,୨୨।୩ : ବ୍ରିଟେନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସୋସିଆଲ ମିଡ଼ିଆରେ ଭାରତ ବିରୋଧରେ ଜାରି ରହିଥିବା ମିଥ୍ୟା ପ୍ରଚାର ସମ୍ପର୍କରେ ଉଦବେଗ ପ୍ରକାଶ...

ଚାଇନା ନେପାଳର ୩୬ ହେକ୍ଟର ଜମି କରିଛି ଦଖଲ…

ବେଜିଂ/କାଠମାଣ୍ଡୂ,୨୪।୧୧ : ନେପାଳର ଉତ୍ତର ସୀମାରେ ଚାଇନା ୧୦ଟି ସ୍ଥାନରେ ୩୬ ହେକ୍ଟର ଜମି ଦଖଲ କରିଛି। ନେପାଳର କୃଷି ମନ୍ତ୍ରଣାଳୟ ସ୍ବାରା ଜାରି କରାଯାଇଥିବା...

ଖ୍ୟାତନାମା ଚିତ୍ରକର କାର୍‌ମେନ୍‌ ହେରେରାଙ୍କ ପରଲୋକ

ନ୍ୟୁୟର୍କ,୧୬ା୨: କ୍ୟୁବା ଜନ୍ମିତ ଖ୍ୟାତନାମା ଆମେରିକୀୟ ଚିତ୍ରକର କାର୍‌ମେନ ହେରେରାଙ୍କର ଶନିବାର ତାଙ୍କ ନ୍ୟୁୟର୍କ ସିଟି ଆପାର୍ଟମେଣ୍ଟରେ ପରଲୋକ ହୋଇଯାଇଛି। ତାଙ୍କୁ ୧୦୬ ବର୍ଷ ହୋଇଥିଲା।...

ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଆମେରିକାରେ ଯୋରଦାର ସ୍ୱାଗତ, ଜଲେନସ୍କି କହିଲେ କେବେ କରିବି ନାହିଁ ସରେଣ୍ଡର

ୱାଶିଂଟନ,୨୨ ।୧୨: ରୁଷିଆ ସହ ୟୁକ୍ରେନର ଯୁଦ୍ଧ ହେବା ପରଠାରୁ ଆମେରିକା ଲଗାତାର ଭାବେ ୟୁକ୍ରେନ ସହ ଠିଆ ହୋଇଚାଲିଛି । ଏଥିପାଇଁ ଆମେରିକା ପକ୍ଷରୁ...

Advertisement
Archives

Model This Week