ଶଢ଼ୁଛି ଫସଲ, ବଢ଼ୁଛି କ୍ଷତି

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) କରୋନା କଟକଣା ପାଇଁ କ୍ଷତି ସହୁଛନ୍ତି ପରିବା ଚାଷୀ। ଏକର ଏକର ଜମିରେ ସେମାନେ କରିଥିବା ପରିବା ବିକ୍ରି କଷ୍ଟକର ହୋଇପଡୁଥିବାରୁ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଲକ୍‌ଡାଉନ୍‌ ଯୋଗୁ ମାର୍କେଟ ସମ୍ପୂର୍ଣ୍ଣ ଖୋଲୁ ନ ଥିବା ବେଳେ ଦୂର ଦୂରାନ୍ତକୁ ପରିବା ମଧ୍ୟ ପଠାଯାଇପାରୁ ନାହିଁ। ଫଳରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଅଞ୍ଚଳରେ ହୋଇଥିବା କଖାରୁ, ପୋଟଳ, କଦଳୀ ଫସଲ ଏବେ ବିଲରେ ପଡ଼ି ପଡ଼ି ଶଢ଼ୁଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ପ୍ରଶାସନ ପକ୍ଷରୁ ଏ ନେଇ କିଛି ବ୍ୟବସ୍ଥା କରାଯିବାକୁ ସେମାନେ ଦାବି କରିଛନ୍ତି।
ବ୍ଲକର ବ୍ରାହ୍ମଣବିଲ ଗ୍ରାମର ଅନେକ ଚାଷୀ କଖାରୁ ଚାଷ କରିଛନ୍ତି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ହୋଇଥିବା ଟନ୍‌ ଟନ୍‌ କଖାରୁ ସେମାନେ ବ୍ୟବସାୟୀଙ୍କୁ ଦେଇଥାନ୍ତେ। ହେଲେ ଏବେ ବଜାରରେ ଗ୍ରାହକଙ୍କ ସଂଖ୍ୟା କମିଥିବାରୁ ବହୁ ପରିମାଣର କଖାରୁ ବିକ୍ରି ହୋଇ ନ ପାରି ପଡିରହିଛି। ସେହିପରି କ୍ଷତି ଆଶଙ୍କାରେ ବଡ଼ ବଡ଼ ବ୍ୟବସାୟୀମାନେ ମଧ୍ୟ କମ୍‌ ପରିମାଣର ପନିପରିବା କିଣୁଛନ୍ତି। ତେଣୁ କଖାରୁ ସବୁ ଶଢିବାକୁ ବସିଥିବା ଚାଷୀ ଗଦାଧର ଦୁଆରୀ, ରିତ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ସୁମନ୍ତ ପ୍ରଧାନ, ଅମି ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଅଞ୍ଚଳର ପୋଟଳ ଓ କଦଳୀ ଚାଷୀ ମଧ୍ୟ କ୍ଷତି ସହୁଛନ୍ତି। ପ୍ରଶାସନ ପକ୍ଷରୁ ବିକ୍ରି ବ୍ୟବସ୍ଥା ସହ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଦୃଷ୍ଟିହୀନ

ଚୌଦ୍ୱାର,୨୨।୧(ଡି.ଏନ.ଏ.): ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇଜଣ ଦୃଷ୍ଟିହୀନ। ପରସ୍ପରକୁ ଜୀବନସାଥୀ କରିବାର ନିଷ୍ପତ୍ତି ନେଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡା ପଞ୍ଚାୟତ ଅଧୀନ ଶିମିଳିହାଣ୍ଡ ଗ୍ରାମର...

ଡାକଘର ଟେବୁଲ ଚୋରି କଲେ ଦୁର୍ବୃତ୍ତ

ବରଗଡ଼ ଅଫିସ,୬।୬: ବରଗଡ଼ ଜିଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଦୁଲମପୁର ଅଞ୍ଚଳରେ ଚୋରମାନଙ୍କ ଦୌରାତ୍ମ ବଢିବାରେ ଲାଗିଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦୁଲମପୁରସ୍ଥିତ...

ଭାଜପା ନେତା ରବି ନାରାୟଣ ପାତ୍ରଙ୍କ ପରଲୋକ

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭାଜପା ଶାଖାର ପୂର୍ବତନ ଉପସଭାପତି ତଥା ବରିଷ୍ଠ ଭାଜପା ନେତା ରବି ନାରାୟଣ ପାତ୍ରଙ୍କର ଗୁରୁବାର ପରଲୋକ ଘଟିଛି। ସ୍ବର୍ଗତଃ ପାତ୍ର...

ବିଦ୍ୟାଳୟରେ ୧୨ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ରକ୍ତହୀନତାର ଶିକାର ୪୫

ବନ୍ତଳା, ୩୧ା୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରିଶିଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ୧୨ ଜଣ ଛାତ୍ରୀଛାତ୍ର ଅସୁସ୍ଥ...

ବୟାଳିରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ

ଗୋପାଳପୁର,୧୩।୬- ବିଜୁ କନ୍ୟାରନତ୍ ଯୋଜନାରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଗୁରୁବାର ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡ଼ି ପଞ୍ଚାୟତ ବୟାଳି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ...

ବିଶୋଧନ ହେଲା ପୁରୁଷୋତ୍ତମପୁର ସହର

ପୁରୁଷୋତ୍ତମପୁର,୭ା୪(ଡି.ଏନ.ଏ.)- ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ଓ ଏନ୍‌ଏସି ନିର୍ବାହୀ ଅଧିକାରୀ ନାଗେଶ୍ୱର ରାଓଙ୍କ ତତ୍ତ୍ବାବଧାନରେ ମଙ୍ଗଳବାର ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗ ଅଧିକାରୀ ଉମାଚରଣ...

ବର୍ଷାରେ ଭାସିଗଲା ବାଉଁଶ ପୋଲ: ୨ ବ୍ଲକକୁ ଯୋଗାଯାଗ ବିଚ୍ଛିନ୍ନ

ରାଉରକେଲା ଅଫିସ,୧୮ା୬-ସୁନ୍ଦରଗଡ଼ ଜିଲା କୁଅଁାରମୁଣ୍ଡା ଓ ନୂଆଗଁା ବ୍ଲକ ସହ ରାଉରକେଲା ସହରକୁ ଯୋଡୁଥିବା ଅନ୍ୟତମ ଯୋଗାଯୋଗ ମାଧ୍ୟମ ବାଉଁଶ ପୋଲ ଉପରମୁଣ୍ଡରେ ପ୍ରବଳ ବର୍ଷା...

ରତ୍ନସିଂହାସନରେ ଦାରୁଦିଅଁଙ୍କ ସୁନାବେଶ

ପୁରୀ ଅଫିସ, ୧।୧୨: ଧର୍ମମାସ କାର୍ତ୍ତିକ ଶେଷ ହୋଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସୋମବାର ରତ୍ନ ସିଂହାସନରେ ଦାରୁଦିଅଁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ...

Advertisement

BGU

Archives

Model This Week

Why Dharitri