ଲୋହରା ସମାଜର ସାଧାରଣ ସଭା:ଆଦିବାସୀ ମାନ୍ୟତା ନ ଦେଲେ ଆଗାମି ଦିନରେ ଆନ୍ଦୋଳନ

ଲାଞ୍ଜିଗଡ,୯।୬(ଡି.ଏନ.ଏ.):କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଆମ୍ବତୋଟାରେ ଲୋହରା ସମାଜର ସାଧାରଣ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲାର ୧୩ଟି ବ୍ଲକରୁ ଲୋହରା ସମାଜର ସମସ୍ତ ନେତୃବୃନ୍ଦ ଯୋଗଦେଇଥିବା ବେଳେ ଏହି ସଭାରେ ଅର୍ଥନୈତିକ, ଜାତିଗତ, ଶିକ୍ଷାଗତ, ସ୍ବାସ୍ଥ୍ୟଗତ ଓ କୁସଂସ୍କାର ବିଷୟରେ ଆଲୋଚନା ହୋଇଥିଲା । ଆଜି ପର୍ଯ୍ୟନ୍ତ ସରକାର ଲୋହରା ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଇ ନ ଥିବାରୁ ସଭାରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ମନ୍ତ୍ରୀଠାରୁ ଜିଲାପାଳ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ଆମମାନଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଥିଲା। ସରକାର ଆମ ଆଦିବାସୀ ମାନ୍ୟତା ଦାବି ପୂରଣ ନ କଲେ ଆଗାମୀ ଦିନରେ ଲୋହରା ସମାଜର ସମସ୍ତ ଅଧିବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି। ଏହି ସଭାରେ ୧୨୦୦ରୁ ଊର୍ଦ୍ଧ୍ୱ ଲୋହରା ସମାଜର ନେତୃବୃନ୍ଦ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲୋହରା ସମାଜ ଜିଲା ସଭାପତି ଚନ୍ଦ୍ରଶେଖର ପରାଭୋଇ ଯୋଗଦେଇ ଲୋହରା ସମାଜର ସମସ୍ତ ଅଧିବାସୀଙ୍କୁ ଏକତା ହୋଇ ସରକାରଙ୍କ ଏହି ଅଣଦେଖାକୁ ବିରୋଧ କରିବା ପାଇଁ ଆହ୍ବାନ ଦେଇଥିଲେ । ସଦର ବ୍ଲକ ସଭାନେତ୍ରୀ ସଂଯୁକ୍ତା ବେହେରା, ନର୍ଲା ସଭାପତି ରବି ପରାଭୋଇ, ନର୍ଲା ବ୍ଲକ ପୂର୍ବତନ ସଭାପତି ଗଣପତି ମୁଣ୍ଡା ଲୋହରା, ଲାଞ୍ଜିଗଡ ବ୍ଲକ ସଭାପତି ବିଘ୍ନ ଭୋଇ, ଜୟପାଟଣା ଗଗନ ବିହାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲା ସମ୍ପାଦକ ବିରାଞ୍ଚତ୍ ଭୋଇ, ଜିଲା ଉପସଭାପତି ଲଚ୍ଛମନ ଭୋଇ, ଲାଞ୍ଜିଗଡ ବ୍ଲକ ସମ୍ପାଦକ ଘନଶ୍ୟାମ ଭୋଇ, ଉପସଭାପତି ବିଶିକେଶନ ଭୋଇ, କୋଷାଧ୍ୟକ୍ଷ ହେମନ୍ତ ଭୋଇ, ସାମାଜିକ କର୍ମୀ ଗୈାରାଙ୍ଗ ଭୋଇ, ସାମାଜିକ କର୍ମୀ ଅଭିମନ୍ୟୁ ଲୋହରା ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସଦର ବ୍ଲକ ସମ୍ପାଦକ ନେତ୍ର ପରାଭୋଇ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂ ବେଳେ ଟ୍ରକ୍‌ ସହ କେନ୍ଦୁପତ୍ର ଜବତ, ଚାଳକ ଫେରାର

ଜମନକିରା, ୧୨।୭: ସମ୍ବଲପୁର ଜିଲା ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଡ଼ରମା ବନଖଣ୍ଡ ବନବିଭାଗ ପକ୍ଷରୁ ଷଣ୍ଢପଥରଠାରୁ କଦଳୀପାଳ ମଧ୍ୟରେ ପାଟ୍ରୋଲିଂ ଚାଲିଥିବା...

ଠକେଇ ଅଭିଯୋଗରେ ୪ ନକଲି ଖବରଦାତା ଗିରଫ : ବିଭିନ୍ନ ସାମଗ୍ରୀ ଜବତ

ବରଗଡ଼ ଅଫିସ,୧୯ା୬ : ନିଜକୁ ଖବରଦାତାର ପରିଚୟ ଦେଇ ବରଗଡ଼ ଜିଲା ଶିଳ୍ପକେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ମନୋଜ କୁମାର ଶତପଥୀଙ୍କୁ ପିସ୍ତଲ ଦେଖାଇ ଠକେଇ...

ରାସ୍ତା ଉପରେ କାଟିଦେଲେ ଦିନମଜୁରିଆଙ୍କ ତଣ୍ଟି

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବଙ୍ଗଳାପଡାର ଦ୍ୱାରିକା ରାତ୍ରେ(୨୬)।...

ଦାଉ ସାଧୁଛେ କିଡ଼୍‌ନୀ ରୋଗ୍‌: ମୁରତୁ ସଂଗେ ଯୁଝୁଛନ୍‌ ଦଧି

ଅମରପାଲି, ୨୨।୫ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଲପଦର ପଁଚେତ୍‌ ଅମରପାଲି ଗଁାର ଦଧି ବାଘ(୬୦) କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ସେ ଝନେ...

ଶିକ୍ଷକ କର୍ମଶାଳା ଉଦ୍‌ଯାପିତ

ସବ୍‌ଡ଼େଗା, ୨୬।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଜଣେ ଲେଖାଏଁ ସହକାରୀ...

ମନ୍ତ୍ରୀ ହତ୍ୟା ମାମଲା, ସମ୍ବଲପୁରରେ କ୍ରାଇମବ୍ରାଞ୍ଚ ଟିମ୍‌

ସମ୍ବଲପୁର,୩।୨(ବ୍ୟୁରୋ): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ବୁର୍ଲା ଭୀମସାରରେ ତଦନ୍ତ ଆରମ୍ଭ କରିଛି। ୨ ଡିଏସ୍‌ପିଙ୍କ ନେତୃତ୍ୱରେ ୫...

ତ୍ରିନାଥକଁର ଅଜବ୍‌ ବଏସିରା:ସବୁବେଲେ ହାତେ ଖଜୁର ପତେଇ

ଲୋଇସିଂହା,୧୯।୫(ଡି.ଏନ.ଏ): ସବୁ ମୁନୁସ୍‌ର ଶରୀରକେ ଦେଖ୍‌ଲେ ପାଖାପାଖି ସଭେ ସମାନ ଆଏ। ସମକର ରକତ୍‌, ହାତ୍‌ଗୋଡ଼, ନାକ୍‌କାନ୍‌, ଆଏଁଖ୍‌ ଅଛେ। ହେଲେ ସମକର ଚାଲିଚଲନ, ବେଭାର...

ଲଗାତର ପ୍ରଶ୍ନପତ୍ର ଲିକ୍‌: ପରୀକ୍ଷା ବାତିଲ, ୫ ହଜାର ଛାତ୍ରୀଛାତ୍ର ପ୍ରଭାବିତ

ସମ୍ବଲପୁର,୧୬।୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ଦ୍ୱାରା ପରିଚାଳିତ ଯୁକ୍ତ୩ ଶେଷବର୍ଷ ପରୀକ୍ଷାର ପ୍ରଶ୍ନପତ୍ର ଲଗାତର ଦ୍ୱିତୀୟ ଦିନ ପାଇଁ ଲିକ୍‌ ହୋଇଛି। ଗୁରୁବାର ଯୁକ୍ତ୩ ଶେଷବର୍ଷ...

Advertisement
Archives

Model This Week