‘ଲୋକଙ୍କୁ କାମ ଯୋଗାଇବାକୁ ଯୋଜନା କର’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ଦେଢ଼ମାସରୁ ଊର୍ଦ୍ଧ୍ୱ କାଳ ଧରି ଲୋକମାନେ ଘରେ ବସି ରହିଛନ୍ତି। ଏଭଳିସ୍ଥିତିରେ ଲୋକମାନଙ୍କୁ ଯେପରି ଅଧିକରୁ ଅଧିକ କାମ ଯୋଗାଇ ଦିଆଯାଇପାରିବ ସେନେଇ ନିଜ ଅଧୀନରେ ଥିବା ବିଭାଗଗୁଡ଼ିକରେ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିରିକ୍ତ ମୁଖ୍ୟଶାସନ ସଚିବ, ବିଭାଗୀୟ ସଚିବ, ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଅର୍ଥନୀତିକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ୩ଟି ଅଧ୍ୟାଦେଶ ଆଣିବେ। ଏଥିସହିତ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର କୋଭିଡ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ବେଳେ କହିଛନ୍ତି।
ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରୁଛନ୍ତି। ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରଗୁଡ଼ିକର ପରିଚାଳନା ଓ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ହେବ। ଏଥିପାଇଁ ମାନବିକତା ଏବଂ ବୃତ୍ତିଗତ ଦକ୍ଷତା ସହ କଠିନ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ। କରୋନା ଲଢ଼େଇ ଏକ ଲମ୍ବା ଯୁଦ୍ଧ। କୋଭିଡ୍‌ ମୁକାବିଲାରେ ସମାଜର ସକ୍ରିୟ ଅଂଶ ଗ୍ରହଣ ସହିତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ସଶକ୍ତ କରିବାର ଆବଶ୍ୟକ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଭଳି ଅନ୍ୟ ଜିଲାରେ ଥିବା ଅସ୍ଥାୟୀ ଶିବିରଗୁଡ଼ିକର ଅନ୍ତେବାସୀଙ୍କୁ କୋଭିଡ୍‌ ରୋଗ ସମ୍ପର୍କରେ ତାଲିମ ଦିଆଯିବା ଦରକାର। ଯେପରି କି ସଙ୍ଗରୋଧରୁ ବାହାରିବା ପରେ ସେମାନେ କୋଭିଡ୍‌ ସ୍ବେଚ୍ଛାସେବୀଭାବେ ସମାଜକୁ ସେବା ଯୋଗାଇ ଦେଇ ପାରିବେ। ଏଥିପାଇଁ ଏକ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଗଞ୍ଜାମ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବଲାଙ୍ଗୀରରେ କୋଭିଡ୍‌ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳା, ପ୍ରସୂତି, ଶିଶୁ ଭିନ୍ନକ୍ଷମ ଓ ବୟସ୍କ ଲୋକଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ(ପିପିଇ) ଏବଂ ଅନ୍ୟାନ୍ୟ ମେଡିକାଲ ଉପକରଣ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନ ରବି ଧାନ ଅମଳ ଆରମ୍ଭ ହୋଇଛି। ସାର, ବିହନ ଓ ଅନ୍ୟାନ୍ୟ ଜରୁରୀ କୃଷି ଉପକରଣ ଯୋଗାଣ ମଧ୍ୟ ଆରମ୍ଭ ହୋଇଛି। ଚାଷୀଙ୍କ ପାଇଁ ହେଲ୍‌ପ ଲାଇନ କାର୍ଯ୍ୟ କରୁଛି। ମତ୍ସ୍ୟ, କୁକୁଡ଼ା, ଉଦ୍ୟାନ କୃଷି କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଛି। ସ୍ବୟଂ ସହାୟକ ଗୋଷ୍ଠୀ କୋଭିଡ୍‌ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମିଶନ ଶକ୍ତି ନିର୍ଦ୍ଦେଶିକା କହିଥିଲେ। ମିଶନ ଶକ୍ତିର ମହିଳାମାନେ ୫୦ଲକ୍ଷରୁ ଅଧିକ ମାସ୍କ ପ୍ରସ୍ତୁତ କରିଥିବାବେଳେ ସେଥିରୁ ୪୨ ଲକ୍ଷ ବଣ୍ଟନ କରାଯାଇଛି। ସେହିପରି ମାଗଣା ରନ୍ଧାଖାଦ୍ୟ କାର୍ଯ୍ୟକ୍ରମରେ ୧.୬କୋଟି ମିଲ୍‌ ଯୋଗାଇଛନ୍ତି। ଏଥିସହିତ ସେମାନେ ହସ୍ପିଟାଲ ଖାଦ୍ୟ ଯୋଗାଣ, ମାଛ ଚାଷ , କୃଷି, ପରିବାରଗୁଡିକୁ ସିଧା ସଳଖ ରାଶନ ଯୋଗାଣ ଆଦି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୩୦୦କୋଟି ଟଙ୍କା ବିନା ସୁଧରେ ଦିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ଶ୍ରମଭିତ୍ତିକ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯିବ ବୋଲି ସୂଚନା ଦିଆଯାଇଛି। ଆଗାମୀ ୧ ମାସ ମଧ୍ୟରେ ଦିନକୁ ୧ଲକ୍ଷ ଲୋକଙ୍କୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଲକ୍‌ଡାଉନ ସମୟରେ ଆଇନ୍‌ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର...

ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ: ଦାସ ବେନୁହୁର୍‌

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ସମ୍ବଲପୁରୀ ବସ୍ତ୍ରାଳୟ ସାରା ଭାରତବର୍ଷରେ ଏକ ଅଲୌକିକ ସଂସ୍ଥା। ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ। ପ୍ରତ୍ୟେକ ବୁଣାକାର ହେଉଛନ୍ତି ଜଣେ...

୩୮ଲକ୍ଷ ଟଙ୍କା ହେର୍‌ଫେର: ପିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ

ବ୍ରହ୍ମପୁର/ଦିଗପହଣ୍ଡି,୨୦।୩(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତକୁ ଆସିଥିବା ସରକାରୀ ଟଙ୍କା ହେରଫେର୍‌ ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଅଜାଣତରେ...

ଶୁକ୍ରବାରଠାରୁ ସକାଳୁଆ ସ୍କୁଲ: ଗଣଶିକ୍ଷା ପକ୍ଷରୁ ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର,୨୦।୧: ରାଜ୍ୟରେ କ୍ରମାଗତ ତାପମାତ୍ରା ବୃଦ୍ଧି ପାଉଛି। ପିଲାମାନେ ଖରା ସମୟରେ ସ୍କୁଲ ଯାଇ ପାଠପଢ଼ିବା ସମ୍ଭବ ହେଉନାହିଁ। ତେଣୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ...

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ: କହିଲେ,ପ୍ରକୃତରେ ଖୁବ ଶାନ୍ତିଦାୟକ

ଭୁବନେଶ୍ୱର,୨୦।୩: ଓଡ଼ିଆ ଜାତିର ଜୀବନଶୈଳୀରେ ଅଭିନ୍ନ ଅଂଶ ପଖାଳ। ଆଜି ଚାରିଆଡେ ‘ପଖାଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୋବାଇଲ ଟାଓ୍ବାରକୁ ଚଢ଼ି ଜୀବନ ହାରିଲେ ଯୁବକ

ସଇଁତଲା,୨୦।୩(ରାଖାଲ ପ୍ରସାଦ ଶତପଥି): ବଲାଙ୍ଗୀର ଜିଲା ସଇଁତଲା ଥାନା ଅଧୀନ କଅଁସର ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଜଣେ ଯୁବକ ମୋବାଇଲ ଟାଓ୍ବାରରେ ଚଢ଼ି...

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଓଡ଼ିଶାରେ ଖୋଲିବ ସେଣ୍ଟର ଅଫ ଏକ୍ସେଲେନ୍ସ

ଭୁବନେଶ୍ୱର,୨୦।୩:ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri