ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତ ଗିରଫ: ଟଙ୍କା, ଗାଡ଼ି ଜବତ

ରଣପୁର, ୧୫।୬(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରେ ଗତ ୧୨ ତାରିଖରେ ଘଟିଥିବା ଲୁଟ୍‌ ଘଟଣାରେ ପୋଲିସ ସୋମବାର ୩ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ସଦର ଥାନା ଅଞ୍ଚଳର ବାଦଲ ଭୁୟାଁ, କୁନା ନାୟକ ଏବଂ ରାମକୃଷ୍ଣ ନାୟକ। ଏମାନଙ୍କ ନିକଟରୁ ପୋଲିସ ୨ ଶହ ଟଙ୍କା, ଭୁଜାଲି, ମୋବାଇଲ ଫୋନ୍‌, ସ୍କୁଟି ଏବଂ ଏକ ମୋଟରସାଇକେଲ ଜବତ କରିଛି।
ପ୍ରକାଶ ଯେ, ଗତ ୧୨ ତାରିଖରେ ରଣପୁର ଥାନା ଅର୍ଜୁନପୁର ଗ୍ରାମର କବିତା ବେହେରା ପୁଅର ଜନ୍ମଦିନ ପାଳନ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଚାନ୍ଦପୁର ଶାଖା ଏଟିଏମ୍‌ରୁ ୮ ହଜାର ଟଙ୍କା ଉଠାଇଥିଲେ। ସ୍କୁଟିରେ ପୁଅ ସହ ଘରକୁ ଫେରୁଥିବା ବେଳେ ରାଇପଡ଼ା ଛକରେ ଏକ ପଲସରରେ ଆସି ୩ ଲୁଟେରା ତାଙ୍କୁ ଅଟକାଇଥିଲେ। ଭୁଜାଲି ଦେଖାଇ କବିତାଙ୍କଠାରୁ ସମସ୍ତ ଟଙ୍କା ଲୁଟି ନେବାସହ ସ୍କୁଟିକୁ ମଧ୍ୟ ଛଡାଇ ନେଇଯାଇଥିଲେ l ଏ ନେଇ କବିତା ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଥାନା ଇନ୍ସପେକ୍ଟର ଲକ୍ଷ୍ମୀଧର ନାହାକ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଳେ। ତେବେ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧୀକ ମାମଲା ଥିବା ପୋଲିସ କହିଛି l


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲା ହୋଟେଲ ଗଣପତି

ବରଗଡ଼ ଅଫିସ୍‌,୧।୪-କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି । ଏହି ପରିସ୍ଥିତିରେ ଅସହାୟ ପରିବାର ଲୋକେ...

ସଫଳ ହେଲା ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ ଅଫିସ,୨୧।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ(ଏସ୍‌ସିବି)ରେ ଗୁରୁବାର ସଫଳତାର ସହ ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍‌ମାରୋ ଟ୍ରାନ୍ସପ୍ଲାଣ୍ଟ) କରାଯାଇଛି। ଦେବଗଡ଼...

ଅସହାୟ ଶ୍ରମିକ ପରିବାରକୁ ମିଳୁନି ଖାଦ୍ୟ

ବରଗଡ଼ ଅଫିସ୍‌,୩୧।୩-କରୋନା ପ୍ରତିହତ ପାଇଁ ଲକ୍‌ ଡାଉନ୍‌ କଟକଣା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ତେବେ ଏଭଳି ସ୍ଥିତିରେ...

ଜଳିଗଲା ଆଇରନ୍‌ ବୋଝେଇ ଡମ୍ପର

ଯୋଡ଼ା,୧୯।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଗୁରୁବେଡ଼ା ଛକଠାରେ ଶନିବାର ରାତିରେ ଏକ ଆଇରନ୍‌ ବୋଝେଇ ଡମ୍ପରରେ ନିଆଁଲାଗି ସଂପୂର୍ଣ୍ଣ ଜଳିଯାଇଛି । ଡ୍ରାଇଭର...

ସହାୟତା ଦେଲେ କେନ୍ଦ୍ରମନ୍ତ୍ରୀ

ସୋର,୪ା୫(ଡି.ଏନ.ଏ.)-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଲକ୍‌ଡାଉନ୍‌ ସମୟରେ ଅସହାୟ, ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। ସେ ୫୬ ବସ୍ତା ଚାଉଳ, ୪୦୦ ପ୍ୟାକେଟ୍‌ ଶୁଖିଲା...

ସ୍ବାୟତ୍ତ ଶାସନ ଦିବସ: ସହରରେ କାର୍ଯ୍ୟକ୍ଷମ ହେଲା ୧୧୦ସିସି କ୍ୟାମେରା

ପୁରୁଷୋତ୍ତମପୁର ୩୧।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ପୌରୋହିତ୍ୟର କାର୍ଯ୍ୟକ୍ରମ...

ବିଚ୍‌ ରାସ୍ତାରେ ବିଦ୍ୟାଳୟର ମହିଳା-ପୁରୁଷ କର୍ମଚାରୀଙ୍କ ହାତାହାତି

ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ବିଚ୍‌ ରାସ୍ତାରେ...

ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ,୪ା୮ (କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ହନିଟ୍ରାପ ଓ ବେଆଇନ ଅର୍ଥ କାରବାର ମାମଲାର ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ...

Advertisement
Archives

Model This Week